ଟ୍ରକରୁ ୧୧ ଟନ୍ ମହୁଲ ଜବତ, ୭ ଗିରଫ

ସମ୍ବଲପୁର  ଜିଲ୍ଲା କିସିଣ୍ଡା ପୋଲିସ ଆନ୍ତଃଜିଲ୍ଲା ମହୁଲ ଚୋରା ଚାଲାଣ ରାକେଟର ପର୍ଦ୍ଧାଫାସ କରିଛି । ଏହି ଘଟଣାରେ ମୁଖ୍ୟ ଅଭିଯୁକ୍ତ ବିଦ୍ୟାଧର ସାହୁଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କିସିଣ୍ଡା ପୋଲିସ । ଏମାନଙ୍କ ଠାରୁ ପୋଲିସ ୧୧ ଟନ୍ ବା ୧୧୦ କୁଇଣ୍ଟାଲ ମହୁଲ ଜବତ କରିଛି ।

ଏକ ଟ୍ରକରେ  ମହୁଲ ବିନା ଲାଇସେନ୍ସ ବା ବିନା କାଗଜପତ୍ରରେ ଅଭିଯୁକ୍ତମାନେ ଅନ୍ୟ ଜିଲ୍ଲାକୁ ଚୋରା ଚାଲାଣ କରୁଥିଲେ । ତେବେ ଚୋରା ଚାଲଣ ସମୟରେ କିସିଣ୍ଡା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଚୋରା ଚାଲାଣରେ ବ୍ୟବହୃତ ଟ୍ରକୁ ମଧ୍ୟ ଜବତ କରିଛି । ଏହି ଘଟଣାରେ ପୋଲିସ ୭ ଜଣକୁ ଗିରଫ କରିଥିବା ବେଳେ ଏଥିରେ ଆଉ କାହାର ସଂପୃକ୍ତି ଅଛି ସେନେଇ ପୋଲିସ ତଦନ୍ତ କରୁଛି । ଚୋରା ଚାଲାଣ ହେଉଥିବା ଟ୍ରକକୁ ଆହୁରି ସଠିକ ଓଜନ ପାଇଁ ରେଡାଖୋଲ ପଠାଯାଇଥିବା ବେଳେ ଏ ବାବରେ ସେଲ ଟ୍ୟାକ୍ସ  ଓ ଅବକାରୀ ବିଭାଗକୁ ମଧ୍ୟ ସୂଚନା ଦିଆଯାଇଥିବା ସମ୍ବଲପୁର ଏସପି  ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

3 + 2 =