୨୦୨୪ ଏସିଆ ରୋଡ୍ ରେସିଂ ଚାମ୍ପିୟନସିପର ଉଦଘାଟନୀ ରେସ୍‌ରେ ଆଇଡେମିତ୍ସୁ ହୋଣ୍ଡା ରେସିଂ ଇଣ୍ଡିଆ ଦଳ ପାଇଁ ପଏଂଟ୍ ହାସଲ କଲେ ମୋହସିନ ପରମବାନ

ଭୁବନେଶ୍ୱର: ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ ୨୦୨୪ ଥାଇଲାଣ୍ଡର ଚାଙ୍ଗ ଇଂଟରନ୍ୟାସନାଲ ସର୍କିଟରେ ଆରମ୍ଭ ହୋଇଛି । ସେଥିରେ ଆଇଡେମିତ୍ସୁ ହୋଣ୍ଡା ରେସିଂ ଇଣ୍ଡିଆ ଦଳର ଚାଳକମାନେ ଅନ୍ତର୍ଜାତୀୟ ପ୍ଲାଟଫର୍ମରେ ସେମାନଙ୍କର ଚମତ୍କାର ଗାଡ଼ି ଚାଳନା ଦକ୍ଷତା ପ୍ରଦର୍ଶନ କରିଛନ୍ତି ।
ଆଜିର ରେସ୍‌-୧ରେ ଭାରତୀୟ ଯୋଡ଼ି ଚେନ୍ନାଇର ୧୮ ବର୍ଷୀୟ ଯୁବକ କେଭିନ୍ କ୍ୱିଂଟାଲ ଏବଂ ମଲ୍ଲାପୁରମର ୨୧ ବର୍ଷୀୟ ଯୁବକ ମୋହସିନ୍ ପରମବାନ ଉଲ୍ଲେଖନୀୟ ଦକ୍ଷତା ପ୍ରଦର୍ଶନ କରିବା ସହ ଦୃଢ଼ ଧ୍ୟାନ ଓ ସଂକଳ୍ପ ସହ ପ୍ରତିଯୋଗିତାର ଆହ୍ୱାନର ମୁକାବିଲା କରିଥିଲେ ।
ଏଆରଆରସିର ୨୦୨୪ ଋତୁର ଉଦଘାଟନୀ ଦୌଡ଼ରେ ଗ୍ରିଡ-୧୯ରୁ ସେ ଆରମ୍ଭ କରିଥିବା କେଭିନ୍ କ୍ୱିଂଟାଲ ଆଜି ଚାମ୍ପିୟନସିପରେ ନିଜରରେସିଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି । ସକାଳ ଯୋଗ୍ୟତା ଅଧିବେଶନରେ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ ମଧ୍ୟ ସେ ଏସିଆ ପ୍ରଡକ୍ସନ ୨୫୦ ଶ୍ରେଣୀରେ ୧୦-ଲାପ୍ ଦୌଡ଼ରେ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନିରନ୍ତର ଭାବେ ରେସ୍ କରିଥିଲେ । ତୃତୀୟ ପର୍ଯ୍ୟାୟରେ ୧୫ତମ ସ୍ଥାନରେ ଥିବା ସତ୍ୱେ ସେ ଦ୍ୱିତୀୟ ଶେଷ ପର୍ଯ୍ୟାୟରେ ଦ୍ରୁତ ଗତିରେ ୧୪ତମ ସ୍ଥାନକୁ ଉନ୍ନୀତ ହୋଇ ଶେଷ ପର୍ଯ୍ୟାୟ ପର୍ଯ୍ୟନ୍ତ ନିଜର ଗତି ବଜାୟ ରଖିଥିଲେ । ତେବେ କିଛି ଦୁର୍ଭାଗ୍ୟଜନକ ପରିସ୍ଥିତି ଯୋଗୁଁ କେଭିନ୍ ଅଯୋଗ୍ୟ ସାବ୍ୟସ୍ତ ହୋଇଛନ୍ତି ।
ଅପରପକ୍ଷରେ ତାଙ୍କ ସାଥୀ ଚାଳକ ମୋହସିନ ପି ୨୧ତମ ଗ୍ରିଡ୍‌ରୁ ରେସ୍ ଆରମ୍ଭ କରି ଶେଷ ପର୍ଯ୍ୟାୟରେ ୪ଟି ସ୍ଥାନକୁ ଉନ୍ନୀତ ହୋଇ ୧୭ତମ ସ୍ଥାନ ଅଧିକାର କରିଛନ୍ତି । ସେ ମଧ୍ୟ ନିଜର ଶ୍ରେଷ୍ଠ ଦକ୍ଷତା ପ୍ରଦର୍ଶନ କରି ଆଜି ଟ୍ରାକରେ ତୀବ୍ର ପ୍ରତିଯୋଗିତାରେ ଅବର୍ତୀର୍ଣ୍ଣ ହୋଇଥିଲେ । ମୋଟ ୧୯:୨୫.୯୭୧ ସେକେଣ୍ଡ ସହ ୧୪ତମ ସ୍ଥାନରେ ରେସ୍ ଶେଷ କରି ସେ ଦଳ ସ୍କୋରରେ ୨ ପଏଂଟ୍ ହୋଡ଼ିଛନ୍ତି ।
ଏହି ଅବସରରେ ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆର ସେଲ୍ସ ଆଣ୍ଡ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି ଯେ, ‘ଆଜି ଏକ ଭଲ ଆରମ୍ଭ ଥିଲା । ଏସିଆ ରୋଡ୍ ରେସିଂ ଚାମ୍ପିଅନସିପ୍ ଏକ ପ୍ଲାଟଫର୍ମ ହୋଇ ରହିଛି ଯେଉଁଠାରେ ଚାଳକମାନେ ପ୍ରତିଯୋଗିତାର ଭାବନା ପ୍ରଦର୍ଶନ କରି ସେମାନଙ୍କ ସୀମା ଅତିକ୍ରମ କରୁଛନ୍ତି । ଆମେ ଆମର ଯୁବ ଚାଳକ କେଭିନ ଏବଂ ମୋହସିନଙ୍କ ପାଇଁ ଗର୍ବିତ । ରେସ୍‌-୧ରେ ଆମେ ସକାରାତ୍ମକ ଗତି ଦେଖିଛୁ, କାରଣ ଆମର ଚାଳକ ମୋହସିନ୍ ଦଳ ପାଇଁ ମୂଲ୍ୟବାନ ପଏଂଟ୍ ହାସଲ କରିଛନ୍ତି । ଆଜି ସକାଳେ ଯୋଗ୍ୟତା ପର୍ଯ୍ୟାୟରେ ଦୁର୍ଭାଗ୍ୟଜନକ ପରାଜୟ ପରେ କେଭିନଙ୍କ ଦକ୍ଷତା ବିଶେଷ କରି ତାଙ୍କ ପ୍ରଶଂସନୀୟ ପ୍ରଦର୍ଶନ ଏହି ଚାମ୍ପିୟନସିପ୍ ପ୍ରତି ତାଙ୍କର ଅତୁଟ ପ୍ରତିବଦ୍ଧତାର ପ୍ରମାଣ । ଆସନ୍ତାକାଲିର ଦୌଡ଼ ପାଇଁ ଉଭୟ ଚାଳକ ଦୃଢ଼ ଭାବେ ଫେରିବେ ବୋଲି ମୋର ବିଶ୍ୱାସ ରହିଛି । ଏକ ଦଳ ଭାବେ ଆମେ ସେମାନଙ୍କୁ ସମର୍ଥନ କରିବାକୁ ପ୍ରସ୍ତୁତ ଅଛୁ କାରଣ ସେମାନେ ଏହି ଅନ୍ତର୍ଜାତୀୟ ଟ୍ରାକରେ ନିଜର ଶକ୍ତି ଓ ଦକ୍ଷତା ପ୍ରଦର୍ଶନ ଜାରି ରଖିଛନ୍ତି ।’’
କେଭିନ କହିଛନ୍ତି ଯେ, ‘ମୁଁ ଆଜି ଟ୍ରାକରେ ମୋର ସବୁକିଛି ଦେଇଥିଲି କିନ୍ତୁ ଦୁର୍ଭାଗ୍ୟବଶତଃ ମୁଁ ଯୋଗ୍ୟତା ଅର୍ଜନ କରିପାରିନଥିଲି । ଆସନ୍ତାକାଲିର ଫାଇନାଲ ରେସ୍ ରେ ସମସ୍ତ ଶିକ୍ଷାକୁ ସାମିଲ କରିବାକୁ ମୁଁ ସଂକଳ୍ପବଦ୍ଧ ।’ ସେହିପରି, ମୋହସିନ ପରମବାନ କହିଛନ୍ତି ଯେ, ‘ଏଆରଆରସିରେ ପ୍ରତିଦ୍ୱନ୍ଦ୍ୱିତା କରିବା ସବୁବେଳେ ଏକ ଆନନ୍ଦଦାୟକ ଅନୁଭୂତି । ମୁଁ ମୋ ପ୍ରଦର୍ଶନରେ ଖୁସି ଏବଂ ଆସନ୍ତାକାଲିର ଫାଇନାଲ ରେସ୍ ପାଇଁ ମୋର ରଣନୀତିକୁ ସଂଶୋଧନ କରିବାକୁ ଚାହୁଁଛି ।’’

Share

Leave a Reply

Your email address will not be published. Required fields are marked *

17 + 8 =