ଆଜି ଗଣେଷ ପୂଜା

ଭୁବନେଶ୍ୱର: ଆଜି ହେଉଛି ପବିତ୍ର ଗଣେଷ ଚତୁର୍ଥୀ । ପୂଜା ପାଇବେ ଗଜାନନ । କୋଭିଡ୍ କଟକଣାରେ ପୂଜା କରାଯାଉଛି ଗଜାନନଙ୍କୁ । ଘରେ ଓ ମଣ୍ଡପରେ ପୂଜା ପାଇଛନ୍ତି ବିଘ୍ନ ବିନାଶକ । ଜାକଜମକ ନୁହେଁ ନିରାଡମ୍ବର ଭାବେ ପୂଜା କରାଯାଉଛି । ମଣ୍ଡପ ନିକଟକୁ ଭକ୍ତଙ୍କୁ ବାରଣ କରାଯାଇଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗଣେଶ ପୂଜା ବନ୍ଦ କରାଯାଇଛି । ଚଳିତବର୍ଷ ସ୍କୁଲରେ ଗଣେଶ ପୂଜାରେ ଗହଳି ଦେଖିବାକୁ ମିଳିବ ନାହିଁ ।ଛାତ୍ରଛାତ୍ରୀଙ୍କୁ ଘରେ ରହି ଗଣେଶ ପୂଜା କରିବାକୁ ପରମର୍ଶ ଦିଆଯାଇଛି।
ଅନ୍ୟପଟେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ସାର୍ବଜନୀନ ସ୍ଥାନରେ ପୂଜା ହେବ ନାହିଁ । କରୋନା କଟକଣା ଯୋଗୁଁ ଟ୍ବିନ୍ ସିଟିର କୌଣସି ମଣ୍ଡପରେ ଧୁମଧାମରେ ଗଣେଶ ପୂଜା ହେବ ନାହିଁ । କେବଳ ବିଧି ପାଳନ ହେବ । ଏନେଇ ପ୍ରଶାସନ ନିଷ୍ପତ୍ତି ନେଇଛି । କରୋନା ସଂକ୍ରମଣ ମାମଲା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

1 × 4 =