କଂଗ୍ରେସର ପୂର୍ବ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ କରୋନା

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କୁ କରୋନା । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାହୁଲ । ଟ୍ୱିଟ୍ କରି ସେ କହିଛନ୍ତି, କରୋନାର ସାମାନ୍ୟ ଲକ୍ଷଣ ଥିଲା ଏବେ କିନ୍ତୁ ଟେଷ୍ଟ ରିପୋର୍ଟରେ ପଜିଟିଭ ଆସିଛି । ଯେଉଁମାନେ ଗତ କିଛି ଦିନ ମଧ୍ୟରେ ସଂସ୍ପର୍ଶରେ ଆସିଛନ୍ତି ସେମାନେ କରୋନା ପରୀକ୍ଷା କରାଇ ନିଅନ୍ତୁ ଏବଂ ପ୍ରୋଟୋକଲ ମାନନ୍ତୁ । ସୁରକ୍ଷିତ ରୁହନ୍ତୁ।’

କିଛିଦିନ ତଳେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନିଜର ସମସ୍ତ ପ୍ରଚାର କାର୍ଯ୍ୟକୁ ବାତିଲ କରିଥିଲେ ରାହୁଲ ଗାନ୍ଧୀ । ପଶ୍ଚିମବଙ୍ଗରେ ମଧ୍ୟ ପ୍ରଚାର ମୈଦାନରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତି ନେଇଥିଲେ ରାହୁଲ । ପ୍ରଚାରରେ ହଜାର ହଜାର ଲୋକଙ୍କୁ ସାମିଲ କରି ସମସ୍ତଙ୍କ ଜୀବନକୁ ବିପଦରେ ନ ପକାଇବାକୁ ଏଭଳି ନିଷ୍ପତି ନେଇଥିଲେ ରାହୁଲ । ଏପରିକି ଅନ୍ୟ ନେତା ମାନଙ୍କୁ ମଧ୍ୟ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ବାବଦରେ ତର୍ଜମା କରିବାକୁ ପରାମର୍ଶ ଦେଇଥିଲେ ରାହୁଲ । ଆଉ ରାହୁଲଙ୍କ ଏଭଳି ନିଷ୍ପତିକୁ ସୋସିଆଲ ମିଡ଼ିଆରେ ବେଶ ପ୍ରଂଶସା କରାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen + 4 =