ଏୟାରଲିଫ୍ଟ ହେବେ ଅଭିଶେକ ମହାପାତ୍ର

ଭୁବନେଶ୍ୱର: ଆଉ ଅଳ୍ପ ସମୟ ପରେ ଏୟାରଲିଫ୍ଟ୍ ହେବେ ଅଭିଶେକ ମହାପାତ୍ର । ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳର ଅଭିଶେକଙ୍କ ଚିକତ୍ସା ଲାଗି କୋଲକାତା ନିଆଯିବ । ବିମାନ ବନ୍ଦରରେ ଏକ ଏୟାର ଆମ୍ବୁଲାନ୍ସ ଆସି ପହଞ୍ଚିଥିବା ସୂଚନା ମିଳିଛି । ସେ ଏବେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କୁ ଚିକିତ୍ସା ଲାଗି କୋଲକାତା ନିଆଯିବ । ତାଙ୍କ ଚିକତ୍ସାରେ ଏକକୋଟିରୁ ଅଧିକ ଟଙ୍କା ଖର୍ଚ୍ଚ ହେବ ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ସୂଚନା ଥାଉକି, ମାସେ ହେବ ବିବାହ କରିଥିବା ଅଭିଶେକଙ୍କ ଇକମୋ ଚିକତ୍ସା ଲାଗି କୋଲକାତା ନିଆଯିବ । ନିମ୍ନ ମଧ୍ୟବିତ ପରିବାର ଅଭିଶେକଙ୍କ ଚିକତ୍ସାରେ ଅର୍ଥ ବାଧକ ସାଜିଥିବା ବେଳେ ସାଙ୍ଗ ଓ ପରିବାର ମିଶି ପାଣ୍ଠି ଯୋଗାଡ଼ କରୁଛନ୍ତି । ଯଦି କୌଣସି ସହୃଦୟ ବ୍ୟକ୍ତି ସହଯୋଗ କରିବାକୁ ଚାହୁଁଥିବେ ତେବେ ଆପଣ ୭୦୦୮୮୨୯୧୩୯ ଓ ୯୫୮୩୫୯୬୮୮୬ ନମ୍ବରକୁ ଯୋଗାଯୋଗ କରିପାରିବେ।

Share

Leave a Reply

Your email address will not be published. Required fields are marked *

13 + 7 =