ଦୁର୍ଘଟଣାରେ ଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

ବୌଦ୍ଧ: ଅସୁସ୍ଥ ବାପାଙ୍କ ଚିକିତ୍ସା ପାଇଁ ବାହାରିଥିଲେ ଦମ୍ପତ୍ତି ହେଲେ ଦୁର୍ଘଟଣା ନେଇଗଲା ଜୀବନ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏହି ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର। ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ମନ୍ଦାର ଗାଁର ସୁରେନ୍ଦ୍ର ନାଏକ ଓ ତାଙ୍କ ସ୍ତ୍ରୀ। ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକରେ ଏହି ଦୁର୍ଘଟଣା ଘଟିଛି ।

ସୁରେନ୍ଦ୍ରଙ୍କ ବାପା ରାଉରକେଲାରେ ରହୁଥିଲେ । ତାଙ୍କ ଅସୁସ୍ଥ ଖବର ପାଇ ଯାଉଥିବା ବେଳେ ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରିଛକ ନିକଟରେ ଦୁର୍ଘଟଣା ଘଟିଥିଲା । ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯାଇଥିଲା କାର । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ସେମାନଙ୍କୁ ଉଦ୍ଧାର କରିଥିିଲା ପୋଲିସ । ଏବେ ସୁରେନ୍ଦ୍ରଙ୍କ ପରିବାରର ବାକି ୩ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ଥିବା ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

twenty − 3 =