ଆଜି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆଗାମୀ ୨ ରୁ ୩ ଦିନ ମଧ୍ୟରେ ଓଡ଼ିଶାର କେତେକ ଅଞ୍ଚଳରେ ପ୍ରବେଶ କରିବାର ସମ୍ଭାବନା ରହିଛି ବୋଲି ଆଜି ପାଣିପାଗ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ସୂଚନା ଦିଆଯାଇଛି। ଜୁନ୍ ୧୧ ବେଳକୁ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପୁର୍ବ ଆକଳନ ଅନୁଯାୟୀ ଓଡ଼ିଶା ଛୁଇଁବ ବୋଲି କୁହାଯାଇଛି।

ଆଜି କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, ନବରଙ୍ଗପୁର, କୋରାପୁଟ ଜିଲ୍ଲାରେ ପ୍ରବଳବର୍ଷା ସମ୍ଭାବନା ରହିଛି । କିଛି ସ୍ଥାନରେ ବର୍ଷା ପାଣି ଜମିବା ସହ ଅକସ୍ମାତ ବନ୍ୟା ପରିସ୍ଥିତି ଉପୁଜିପାରେ । ମାଟି ରାସ୍ତା ପ୍ରଭାବିତ ହୋଇପାରେ । ମତ୍ସ୍ୟଜୀବୀଙ୍କୁ ୧୦ରୁ ୧୨ ତାରିଖ ମଧ୍ୟରେ ସମୁଦ୍ରକୁ ପ୍ରବେଶ କରିବାକୁ ବାରଣ କରାଯାଇଛି । ୧୦ ତାରିଖ ସଂଧ୍ୟା ସୁଦ୍ଧା ଗଭୀର ସମୁଦ୍ରରେ ଥିବା ମତ୍ସ୍ୟଜୀବୀ ଉପକୂଳକୁ ଫେରି ଆସିବାକୁ ସୂଚନା ଜାରି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

12 + eight =