ଅଭିନବକରଣୀୟ ସୂଚକଙ୍କରେ ଦ୍ୱାଦଶ ସ୍ଥାନରେ ଓଡିଶା

ନୂଆଦିଲ୍ଲୀ () ନୀତି ଆୟୋଗ ଦ୍ବାରା ୨୦୧୯ ବର୍ଷ ପାଇଁଭାରତ ନବୋନ୍ମେଷ ସୂଚକାଙ୍କ ପ୍ରକାଶ ପାଇଛି । ଦେଶର ବୃହତ ରାଜ୍ୟ ଗୁଡ଼ିକ ମଧ୍ୟରେ କର୍ଣ୍ଣାଟକ ସର୍ବାଧିକ ଅଭିନବକରଣୀୟ ରାଜ୍ୟ ଭାବେ ପ୍ରଥମ ସ୍ଥାନ ହାସଲ କରିଛି । ଏହାପଛକୁ ଶୀର୍ଷ ୧୦ଟି ସ୍ଥାନରେ ଯଥାକ୍ରମେ ତାମିଲନାଡ଼ୁ, ମହାରାଷ୍ଟ୍ର,ତେଲଙ୍ଗାନା, ହରିୟାଣା, କେରଳ, ଉତ୍ତର ପ୍ରଦେଶ,ପଶ୍ଚିମବଙ୍ଗ, ଗୁଜରାଟଏବଂ ଆନ୍ଧ୍ର ପ୍ରଦେଶ ରହିଛନ୍ତି । ଶୀର୍ଷ ୧୦ଟି ରାଜ୍ୟ ମଧ୍ୟରେ ଅଧିକ ଦକ୍ଷିଣ ଓ ପଶ୍ଚିମ ଭାରତୀୟ ରାଜ୍ୟ ରହିଛନ୍ତି । ଉତର-ପୂର୍ବଏବଂ ପାର୍ବତ୍ୟ ରାଜ୍ୟଗୁଡ଼ିକ ମଧ୍ୟରେ ସିକ୍କିମ ଶୀର୍ଷରେ ରହିଥିବା ବେଳେ କେନ୍ଦ୍ରଶାସିତ ରାଜ୍ୟ ମଧ୍ୟରେ ଦିଲ୍ଲୀ ସର୍ବୋଚ୍ଚ ସ୍ଥାନ ହାସଲ କରିଛି ।

ନିବେଶ (ଇନପୁଟ)କୁ ଫଳାଫଳ (ଆଉଟପୁଟ)ରେ ରୂପାନ୍ତରିତ କରିବାରେ ସବୁଠୁ ଦକ୍ଷ ରାଜ୍ୟ ଗୁଡ଼ିକ ମଧ୍ୟରେ ଦିଲ୍ଲୀ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲଙ୍ଗାନା ଓ ଉତରପ୍ରଦେଶ ରହିଛନ୍ତି । ଅନ୍ୟପକ୍ଷରେ ଭାରତ ଅଭିନବକରାଣୀୟ ସୂଚକାଙ୍କର ବୃହତ ରାଜ୍ୟ ବର୍ଗରେ ଓଡ଼ିଶା ଦ୍ବାଦଶ ସ୍ଥାନରେ ରହିଛି । ତେବେଏନେବଲର୍ସ ଓ ପରଫର୍ମାନ୍ସର୍ୟାଙ୍କରେ ଓଡ଼ିଶାକୁ ଯଥାକ୍ରମେ ଦଶମ ଓ ଏକାଦଶ ସ୍ଥାନ ମିଳିଛି । ନୀତି ଆୟୋଗ ଉପାଧ୍ୟକ୍ଷ ଡ. ରାଜୀବକୁମାର, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭକାନ୍ତ, ବିଜ୍ଞାନ ବିଭାଗ ସଚିବ ଆଶୁତୋଷ ଶର୍ମା, ବାୟୋ-ଟେକନୋଲୋଜି ବିଭାଗ ସଚିବ ରେଣୁ ସ୍ବରୂପ, ଆୟୁଷ ସଚିବ ବୈଦ୍ୟ ରାଜେଶ କୋଟେଚାଙ୍କ ଉପସ୍ଥିତିରେଏହି ସୂଚକାଙ୍କ ଜାରି କରାଯାଇଥିଲା ।

ଡ. ରାଜୀବକୁମାରଏହି ଅବସରରେ ଆଶା ବ୍ୟକ୍ତ କରିଥିଲେ ଯେ ନବୋନ୍ମେଷ ପରିସଂସ୍ଥାନରେ ଥିବା ବିଭିନ୍ନ ଅଂଶୀଦାରଙ୍କ ମଧ୍ୟରେ ଭାରତ ଅଭିନବକରାଣୀୟ ସୂଚକାଙ୍କ ସମନ୍ବୟ ପ୍ରତିଷ୍ଠା କରିବଏବଂଭାରତ ଏକ ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଉତ୍ତମ ପ୍ରଶାସନ ଦିଗରେ ଅଗ୍ରସର ହୋଇପାରିବ । ଅଗଣିତ ଆହ୍ବାନ ମଧ୍ୟରେ ବିଶ୍ବ ନବୋନ୍ମେଷ କ୍ଷେତ୍ରରେ ନେତୃତ୍ବ ନେବା ଲାଗି ଭାରତ ନିକଟରେ ଅଭିନବ ସୁଯୋଗ ରହିଛି ବୋଲି ଅମିତାଭ କାନ୍ତ ପ୍ରକାଶ କରିଥିଲେ । ରେଣୁ ସ୍ବରୂପ କହିଥିଲେ ଯେ କ୍ଲଷ୍ଟର ଆଧାରିତ ନବୋନ୍ମେଷକୁ ପ୍ରତିଦ୍ବନ୍ଦ୍ବିତାର କେନ୍ଦ୍ରବିନ୍ଦୁ ଭାବେ ବିକଶିତ କରାଯିବା ଆବଶ୍ୟକ । ଉଭୟ ନିବେଶଏବଂ ଫଳାଫଳ ଉପାଦାନ ଉପରେ ଗୁରୁତ୍ବ ଦିଆଯାଇଥିବାରୁ ଏହି ସୂଚକାଙ୍କ ଦେଶରେ ଅଭିନବକରାଣୀୟ ପରିବେଶକୁ ଉନ୍ନତ କରିବାରେ ଉତ୍ତମ ଆରମ୍ଭ ବୋଲି ଆଶୁତୋଷ ଶର୍ମା କହିଥିଲେ ।

ଏହି ସୂଚକାଙ୍କରେ ରାଜ୍ୟଗୁଡ଼ିକୁ ୩ଟି ବର୍ଗରେ ବିଭକ୍ତ କରାଯାଇଛି ଯଥା : ବୃହତରାଜ୍ୟ, ଉତର-ପୂର୍ବାଂଚଳ ଓ ପାର୍ବତ୍ୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ରାଜ୍ୟ । ଦେଶର ଅଭିବୃଦ୍ଧି ଏବଂ ସମୃଦ୍ଧିଲାଗି ନବୋନ୍ମେଷ ଏକ ପ୍ରମୁଖ ବାହକ ହୋଇପାରିବ । ଏହାକୁ ଦୃଷ୍ଟିରେ ରଖି ପ୍ରତିଦ୍ବନ୍ଦ୍ବିତା ସଂସ୍ଥାନକୁ ଜ୍ଞାନ ସହଯୋଗୀ ଭାବେ ନେଇ ନୀତି ଆୟୋଗ ପକ୍ଷରୁ ଭାରତ ଅଭିନବକରଣୀୟ ସୂଚକାଙ୍କ ୨୦୧୯ ପ୍ରକାଶ ପାଇଛି । ବ୍ୟାପକ ଗବେଷଣା ଏବଂ ବିଶ୍ଳେଷଣ ପରେଏହି ଅଧ୍ୟୟନର ଫଳାଫଳ ପ୍ରକାଶ ପାଇଛି । ଏଥିରେ ଭାରତୀୟ ରାଜ୍ୟ ଏବଂ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକର ଅଭିନବକରଣୀୟ ସାମର୍ଥ୍ୟ ଓ ପ୍ରଦର୍ଶନକୁ ନିରୀକ୍ଷଣ କରିବା ମାଧ୍ୟମରେ ଦେଶର ସାମଗ୍ରିକ ନବୋନ୍ମେଷ ପରିଦୃଶ୍ୟକୁ ଦେଖାଯାଇଛି । ଏହି ସୂଚକାଙ୍କ ମାଧ୍ୟମରେ ଦେଶର ୨୯ଟି ରାଜ୍ୟଏବଂ ୭ଟି କେନ୍ଦ୍ରଶାସିତ ପ୍ରଦେଶର ନବୋନ୍ମେଷ ପରିବେଶକୁ ନିରନ୍ତର ମୂଲ୍ୟାୟନ ପାଇଁ ଏକ ବ୍ୟାପକ ଢାଂଚା ପ୍ରସ୍ତୁତ କରିବାର ପ୍ରୟାସ କରାଯାଇଛି

Share

Leave a Reply

Your email address will not be published. Required fields are marked *

5 + eight =