Uncategorized

ବିସି ଜିନ୍ଦଲ ଫାଉଣ୍ଡେସନ ୧.୧ ଲକ୍ଷ ଲୋକଙ୍କ ନିକଟରେ ପହଞ୍ଚାଇଲା ନିରାପଦ ପାନୀୟ ଜଳ

ବିସି ଜିନ୍ଦଲ ଗ୍ରୁପ୍‌ର ସିଏସଆର ଶାଖା ‘ବିସି ଜିନ୍ଦଲ ଫାଉଣ୍ଡେସନ’ ତାର ‘ପ୍ରୋଜେକ୍ଟ ପାଣି’ କାର୍ଯ୍ୟକ୍ରମ ମାଧ୍ୟମରେ ଗ୍ରାମୀଣ ଓଡ଼ିଶା ଏବଂ ଦିଲ୍ଲୀ-ଏନସିଆରର ୧.୧ ଲକ୍ଷରୁ ଅଧିକ ଲୋକଙ୍କ ପାଖରେ ନିରାପଦ ପାନୀୟ ଜଳର ସୁବିଧା ପହଞ୍ଚାଇଛି। ଏହି ପ୍ରକଳ୍ପ ମୌଳିକ ସୁବିଧାରୁ ବଞ୍ଚିତ ସମୁଦାୟଗୁଡ଼ିକରେ ଜଳ ଉପଲବ୍ଧତାର ସମସ୍ୟା ଦୂର କରିବା ପାଇଁ ସୌର ଚାଳିତ ପାନୀୟ ଜଳ ଭିତ୍ତିଭୂମି, ଜଳ ବିଶୋଧନ ପ୍ରଯୁକ୍ତିବିଦ୍ୟା ଏବଂ ସାମାଜିକ ଅଂଶଗ୍ରହଣକୁ ଏକତ୍ରିତ କରିଛି।
ଓଡ଼ିଶାର ଅନୁଗୋଳରେ, ଏହି ପଦକ୍ଷେପ ୩୯ଟି ସୌର-ଭିତ୍ତିକ ପାନୀୟ ଜଳ ପ୍ଲାଣ୍ଟ ମାଧ୍ୟମରେ ୧୧ଟି ଗ୍ରାମର ପ୍ରାୟ ୧୦,୦୦୦ ଲୋକଙ୍କ ନିକଟରେ ପହଞ୍ଚିଛି। ଦିଲ୍ଲୀ ଏନସିଆରରେ, ୬ଟି ଜଳ ବିଶୋଧନ ପ୍ଲାଣ୍ଟ ଏକ ଲକ୍ଷରୁ ଅଧିକ ଲୋକଙ୍କୁ ଉପକୃତ କରିଛି। ଏହି ମିଳିତ ପ୍ରୟାସଗୁଡ଼ିକ ଜଳ ବିଶୋଧନ ପାଇଁ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ସହିତ ନିରାପଦ ତଥା ସୁଲଭ ମୂଲ୍ୟରେ ପାନୀୟ ଜଳର ସୁବିଧା ଉନ୍ନତ କରିବା ଲକ୍ଷ୍ୟ ରଖିଛି।
ବିସି ଜିନ୍ଦଲ ଗ୍ରୁପ୍‌ର ପ୍ରମୋଟର ଶ୍ରୀ ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ଦୂରଦୃଷ୍ଟି ଦ୍ୱାରା ପରିଚାଳିତ ‘ପ୍ରୋଜେକ୍ଟ ପାନୀ’ ପର୍ଯ୍ୟାପ୍ତ ଜଳର ଅଭାବ ଏବଂ ଫ୍ଲୋରାଇଡ୍ ତଥା କ୍ଲୋରାଇଡ୍ ସମ୍ବନ୍ଧୀୟ ସମସ୍ୟା ସମେତ ଭୂତଳ ଜଳ ପ୍ରଦୂଷଣର ସମାଧାନ କରୁଛି। ଏହି ପଦକ୍ଷେପ ସେବା ଯୋଗାଉଥିବା ସମୁଦାୟଗୁଡ଼ିକରେ ପାନୀୟ ଜଳର ନିର୍ଭରଯୋଗ୍ୟ ଉପଲବ୍ଧତାକୁ ସହଯୋଗ କରିବା ପାଇଁ ସବୁଜ ଶକ୍ତି ଏବଂ ସ୍ୱଳ୍ପ ରକ୍ଷଣାବେକ୍ଷଣ ଆବଶ୍ୟକ କରୁଥିବା ଫିଲ୍ଟରେସନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରିଥାଏ।
ଏହି ସୌର-ଭିତ୍ତିକ ପ୍ରଣାଳୀଗୁଡ଼ିକ ବାର୍ଷିକ ଆନୁମାନିକ ୫୩,୩୯୫ କିଲୋୱାଟ୍‌-ଘଣ୍ଟା ସ୍ୱଚ୍ଛ ଶକ୍ତି ଉତ୍ପାଦନ କରେ। ଜଳ ପ୍ଲାଣ୍ଟ ସ୍ଥାପନ ବ୍ୟତୀତ, ଫାଉଣ୍ଡେସନ ଜଳ ଉପଲବ୍ଧତାକୁ ବୃଦ୍ଧି କରିବା ପାଇଁ ସାମୁହିକ ସ୍ଥାନଗୁଡ଼ିକରେ ହ୍ୟାଣ୍ଡପମ୍ପ ବସାଇଛି ଏବଂ ସ୍କୁଲ ପିଲାମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଛଅଟି ସରକାରୀ ବିଦ୍ୟାଳୟରେ ଆରଓ ଭିତ୍ତିକ ଜଳ ବିଶୋଧନ ପ୍ରଣାଳୀ ଲଗାଇଛି।
‘ପ୍ରୋଜେକ୍ଟ ପାନୀ’ର ଏକ ପ୍ରମୁଖ ଅଙ୍ଗ ହେଉଛି ସାମୁଦାୟିକ ମାଲିକାନା ଏବଂ ଭିତ୍ତିଭୂମିର ଦୀର୍ଘକାଳୀନ ପରିଚାଳନା ଉପରେ ଏହାର ଧ୍ୟାନ। ଫାଉଣ୍ଡେସନ ୩୯ଟି ଜଳ ଉପଭୋକ୍ତା ଗୋଷ୍ଠୀ ଗଠନ କରିବାରେ ସାହାଯ୍ୟ କରିଛି ଏବଂ ଗ୍ରାମ ସଭା, ସଚେତନତା ଅଭିଯାନ ତଥା ଜଳ ପ୍ଲାଣ୍ଟଗୁଡ଼ିକର ପରିଚାଳନା ଓ ରକ୍ଷଣାବେକ୍ଷଣ ଉପରେ ତାଲିମ ମାଧ୍ୟମରେ ଗ୍ରାମ ସ୍ତରୀୟ କମିଟିଗୁଡ଼ିକ ସହିତ କାର୍ଯ୍ୟ କରିଛି। ଏହି ପ୍ରୟାସଗୁଡ଼ିକ ସ୍ଥାନୀୟ ଦକ୍ଷତା ନିର୍ମାଣ କରିବା ଏବଂ ଏହି ସୁବିଧାଗୁଡ଼ିକର ନିରନ୍ତର କାର୍ଯ୍ୟକାରିତାକୁ ସମର୍ଥନ କରିବା ପାଇଁ ଉଦ୍ଦିଷ୍ଟ।
ଦିଲ୍ଲୀ ଏନସିଆରରେ, ହାରାହାରି ୩୦୦୦ ପରିବାର ପ୍ରତିଦିନ ସ୍ୱଚ୍ଛ ପାନୀୟ ଜଳ ପାଉଛନ୍ତି। ଏହି ପ୍ରକଳ୍ପଟି ଏକ ଏପରି ମଡେଲ ଭାବରେ ବିକଶିତ ହୋଇଛି ଯେଉଁଠାରେ ପାନୀୟ ଜଳ ଉପଲବ୍ଧ ନଥିବା ଆର୍ôଥକ ଦୃଷ୍ଟିରୁ ଦୁର୍ବଳ ସମୁଦାୟଗୁଡ଼ିକ ପାଇଁ ଅତି ନଗଣ୍ୟ ମୂଲ୍ୟରେ ପାନୀୟ ଜଳ ଉପଲବ୍ଧ କରାଯାଉଛି। ଏହା ସହିତ ଏହା ଆବଶ୍ୟକତା ଥିବା ସମୁଦାୟ ମଧ୍ୟରେ ଜଳବାହିତ ରୋଗର ଆଶଙ୍କାକୁ ହ୍ରାସ କରିଥାଏ।
ଏହି ପଦକ୍ଷେପ ସମ୍ପର୍କରେ ମନ୍ତବ୍ୟ ଦେଇ ବିସି ଜିନ୍ଦଲ ଫାଉଣ୍ଡେସନର ଜଣେ ମୁଖପାତ୍ର କହିଛନ୍ତି, “ଜଳ ଅଭାବ ଏବଂ ଭୂତଳ ଜଳ ପ୍ରଦୂଷଣର ସମ୍ମୁଖୀନ ହେଉଥିବା ସମୁଦାୟଗୁଡ଼ିକରେ ନିରାପଦ ପାନୀୟ ଜଳ ପାଇବା ଏକ ଗୁରୁତ୍ୱପୂର୍ଣ୍ଣ ଆବଶ୍ୟକତା ହୋଇ ରହିଛି। ‘ପ୍ରୋଜେକ୍ଟ ପାନୀ’ ମାଧ୍ୟମରେ ଆମେ ନିରାପଦ ଏବଂ ସୁଲଭ ପାନୀୟ ଜଳକୁ ଅଧିକ ଉପଲବ୍ଧ କରାଇବା ପାଇଁ ବିଶୋଧନ ପ୍ରଯୁକ୍ତିବିଦ୍ୟା ଏବଂ ନବୀକରଣଯୋଗ୍ୟ ଶକ୍ତିକୁ ଏକତ୍ରିତ କରୁଛୁ। ଆମର କାର୍ଯ୍ୟପନ୍ଥା କେବଳ ଭିତ୍ତିଭୂମି ସ୍ଥାପନ ମଧ୍ୟରେ ସୀମିତ ନ ରହି ସାଇଟ୍ ଅଡିଟ୍‌, ଜଳ ଗୁଣବତ୍ତା ପରୀକ୍ଷଣ ଏବଂ ସାମାଜିକ ଅଂଶଗ୍ରହଣକୁ ଅନ୍ତର୍ଭୁକ୍ତ କରେ। ଜଳ ଉପଭୋକ୍ତା ଗୋଷ୍ଠୀ ଏବଂ ଗ୍ରାମ ସ୍ତରୀୟ କମିଟି ଭଳି ସ୍ଥାନୀୟ ଅନୁଷ୍ଠାନଗୁଡ଼ିକୁ ସୁଦୃଢ଼ କରି ଆମେ ଏହା ନିଶ୍ଚିତ କରିବାକୁ ଲକ୍ଷ୍ୟ ରଖିଛୁ ଯେ ଏହି ସୁବିଧାଗୁଡ଼ିକ ଦୀର୍ଘ ସମୟ ଧରି ସମୁଦାୟର ସେବା ଜାରି ରଖିବ।”
ବିସି ଜିନ୍ଦଲ ଗ୍ରୁପ୍ ଆର୍ôଥକ ବର୍ଷ ୨୦୨୭ ପାଇଁ ସମଗ୍ର ଭାରତରେ ମୋଟ ୪୩ କୋଟି ଟଙ୍କାର ସିଏସଆର ପୁଞ୍ଜିନିବେଶ ଯୋଜନା କରିଛି। ବିସି ଜିନ୍ଦଲ ଫାଉଣ୍ଡେସନ ମାଧ୍ୟମରେ ଏହି ଗ୍ରୁପ୍ ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ପ୍ରାଣୀ କଲ୍ୟାଣ ଏବଂ ପୋଷଣ ଉପରେ ଧ୍ୟାନ ଦେବ ଏବଂ ଏଥିସହ ଚାଲୁଥିବା ପଦକ୍ଷେପଗୁଡ଼ିକର ସମ୍ପ୍ରସାରଣ କରିବା ସହିତ ସାମାଜିକ ଆବଶ୍ୟକତା ପୂରଣ ପାଇଁ ନୂତନ ପ୍ରକଳ୍ପ ଗୁଡ଼ିକୁ ଆରମ୍ଭ କରିବ। ଏହି ଗ୍ରୁପ୍ ସାରା ଦେଶରେ ତାର ବିଦ୍ୟମାନ କାର୍ଯ୍ୟକ୍ରମଗୁଡ଼ିକ ସହିତ ଦିଲ୍ଲୀ, ପଶ୍ଚିମବଙ୍ଗ, ହରିୟାଣା ଏବଂ ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ନିଜର ସିଏସଆର ଉପସ୍ଥିତିକୁ ସୁଦୃଢ଼ କରିବାକୁ ଯୋଜନା କରିଛି।
୧୯୫୨ ମସିହାରେ ଶ୍ରୀ ବିସି ଜିନ୍ଦଲଙ୍କ ଦ୍ୱାରା ପ୍ରତିଷ୍ଠିତ ଏବଂ ବିସି ଜିନ୍ଦଲ ଗ୍ରୁପ୍‌ର ପ୍ରମୋଟର ଶ୍ୟାମ ସୁନ୍ଦର ଜିନ୍ଦଲଙ୍କ ନେତୃତ୍ୱରେ ପରିଚାଳିତ ଏହି ବିସି ଜିନ୍ଦଲ ଗ୍ରୁପ୍ ଭାରତର ଅନ୍ୟତମ ପ୍ରମୁଖ ବୃହତ ବ୍ୟବସାୟିକ ପ୍ରତିଷ୍ଠାନ ଏବଂ ଏହା ପ୍ୟାକେଜିଂ ଫିଲ୍ମ, ଶକ୍ତି ତଥା ଷ୍ଟିଲ୍ ଉତ୍ପାଦ ସହିତ ଜଡ଼ିତ ବିଭିନ୍ନ ବ୍ୟବସାୟ କ୍ଷେତ୍ରରେ କାର୍ଯ୍ୟରତ ଅଛି।

Share

Leave a Reply

Your email address will not be published. Required fields are marked *

nine − 5 =