ପୁଣି ଚିଲିକା ମଝିରେ ଫସିଲା ଭସା ପୋଲ

ଆଜି ୧୦୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଭସା ପୋଲ ମଝି ଚିଲିକାରେ ଅଟକି ରହିଛି । ପୁରୀ ଜିଲ୍ଲା ସାତପଡ଼ା ମଝି ଚିଲିକାରେ ପ୍ରାୟ ଏକ ଘଣ୍ଟା ଧରି ଯାତ୍ରୀବାହୀ ଭସା ପୋଲ ଫସି ରହିଛି । ଏହା ସାତପଡାରୁ ଜହ୍ନିକୁଦା ଅଭିମୁଖେ ଯାଉଥିବା ବେଳେ ଅଟକି ଯାଇଛି । ଭସା ପୋଲରେ ୨ଟି ବସ୍ ସମେତ ୧୦ଟି ବାଇକ ଓ ୧୦୦ରୁ ଅଧିକ ଯାତ୍ରୀ ଥିବା ଜଣାପଡିଛି । ଏହାକୁ ନେଇ ସମସ୍ତ ଯାତ୍ରୀ ଆତଙ୍କିତ ହୋଇପଡିଛନ୍ତି । ସୂଚନା ମୁତାବକ, ଭସା ପୋଲଟି ଆଜି ସକାଳ ୭ଟା ୧୫ ମିନିଟ୍ ସମୟରେ ସାତପଡାରୁ ଯାତ୍ରା ଆରମ୍ଭ କରିଥିଲା । ଏକ କିଲୋମିଟର ଯାତ୍ରା କରିବା ପରେ ଏହା ମଝି ଚିଲିକାରେ ଅଟକି ଯାଇଥିଲା । ଫସିଥିବା ଯାତ୍ରୀମାନେ ସହାୟତା ପାଇଁ ନିବେଦନ କରିଛନ୍ତି । ତେବେ ଏପରି ଘଟଣା ଚିଲିକାରେ ବାରମ୍ବାର ଘଟୁଥିବା ଦେଖିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

four × 1 =