ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ବନ୍ୟା

ଲକ୍ଷ୍ନୌ: କେରଳ ପରେ ଲଗାତାର ବର୍ଷା ଯୋଗୁଁ ଉତ୍ତର ପ୍ରଦେଶରେ ଗତ ୩  ଦିନ ମଧ୍ୟରେ ୨୬ ଜଣଙ୍କ ମୃତ୍ୟୁ ହେବା ସହିତ ପ୍ରାୟ ୬୦୦ ଘର ଭୁଶୁଡ଼ି ଯାଇଛି। ରାଜ୍ୟରେ ଏଭଳି ସ୍ଥିତି ଲାଗି ରହିଥିବା ବେଳେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୭ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।ଗଙ୍ଗା, ଘାଘରା, ରାମଗଙ୍ଗା ଏବଂ ଶାରଦା ନଦୀରେ ବନ୍ୟା ଆସିଥିବାରୁ ରାଜ୍ୟର ବହୁ ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି।ବାରବାଙ୍କି, ବାରଣାସୀ, କାନପୁର, ସୀତାପୁର, ବରେଲି, ଶାହଜାହାନପୁର, ମିରଟ୍, ଆହ୍ଲାବାଦ, ସୋନଭଦ୍ରା, ଫତେପୁର ଏବଂ  ଗୋରଖପୁର ଆଦି ଅଞ୍ଚଳରେ ବନ୍ୟା ସ୍ଥିତି ଦେଖାଦେଇଛି।ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ପଶ୍ଚିମ ଉତ୍ତର ପ୍ରଦେଶରେ ବନ୍ୟାସ୍ଥିତି ଗମ୍ଭୀର ହୋଇଛି।  ବନ୍ୟାର ମୁକାବିଲା କରିବା ପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।  ବନ୍ୟାବିପନ୍ନଙ୍କୁ ରିଲିଫ୍ ଯୋଗାଇ ଦେବା ସହ ଆବଶ୍ୟକ ଆନୁସଙ୍ଗିକ ସୁବିଧା ଯୋଗାଇଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।

 

Share

Leave a Reply

Your email address will not be published. Required fields are marked *

four × five =