ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣିଥରେ ସୋନିଆ ଗାନ୍ଧୀଙ୍କୁ ସମନ ଜାରି କଲା ଇଡି

ନ୍ୟାସନାଲ ହେରାଲ୍ଡ ମାମଲାରେ ପୁଣିଥରେ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କୁ ଇଡି ସମନ ଜାରି କରିଛି । ଅଧିକାରୀମାନେ କହିଛନ୍ତି ଯେ ନୂଆ ସମନରେ ନିର୍ଦ୍ଦେଶାଳୟ ତାଙ୍କୁ ଜୁନ୍ ୨୩ରେ ହାଜର ହେବାକୁ କହିଛନ୍ତି । ସେପଟେ ପୂର୍ବରୁ ୭୫ ବର୍ଷିୟ ସୋନିଆ ଗାନ୍ଧୀଙ୍କୁ ଜୁନ୍ ୮ ରେ ହାଜର ହେବାକୁ କୁହାଯାଇଥିଲା । କିନ୍ତୁ କରୋନା ସଂକ୍ରମିତ ହେତୁ ସେ ହାଜର ହୋଇପାରିନଥିଲେ । ତେଣୁ ସେ ଅନୁସନ୍ଧାନକାରୀ ସଂସ୍ଥା ଠାରୁ ଏକ ନୂତନ ତାରିଖ ମାଗିଥିଲେ।

ଅନ୍ୟପଟେ ଅଧିକାରୀମାନେ କହିଛନ୍ତି ଯେ ତାଙ୍କୁ ଦିଲ୍ଲୀର ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟରେ ହାଜର ହେବାକୁ ଜୁନ୍ ୨୩ ର ଏକ ନୂତନ ତାରିଖ ଦିଆଯାଇଛି, ଯେଉଁଠାରେ ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ତାଙ୍କ ବିବୃତ୍ତି ରେକର୍ଡ ହେବ। ଏଥି ସହିତ ଜୁନ୍ ୧୩ ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଏହି ମାମଲାରେ ପଚରାଯିବାର ସମ୍ଭାବନା ରହିଛି। ନ୍ୟାସନାଲ ହେରାଲ୍ଡ ଖବରକାଗଜର ମାଲିକ ଥିବା ଦଳ ଦ୍ୱାରା ପ୍ରୋତ୍ସାହିତ ହୋଇଥିବା ୟଙ୍ଗ ଇଣ୍ଡିଆନରେ ହୋଇଥିବା ଆର୍ଥିକ ଅନିୟମିତତା ଘଟଣାର ଅନୁସନ୍ଧାନ ସହ ଏହି ମାମଲା ରହିଛି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Share

Leave a Reply

Your email address will not be published. Required fields are marked *

4 × one =