ୱାର୍ଡୱିଜାର୍ଡ ପକ୍ଷରୁ ଲିଥିୟମ୍‌-ଆୟନ୍ ବ୍ୟାଟେରି ଆସେମ୍ବଲି ଲାଇନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଦୁଇ ଚକିଆ ଯାନ ନିର୍ମାତା ୱାର୍ଡୱିଜାର୍ଡ ଇନୋଭେସନ୍‌ସ ଆଣ୍ଡ୍ ମୋବିିଲିଟି ଲିମିଟେଡ୍ ପକ୍ଷରୁ ୧ ଗିଗାୱାଟ୍ ଆୱାର କ୍ଷମତାର ଲିଥିୟମ୍ ଆୟନ୍ ବ୍ୟାଟେରି ଆସେମ୍ବଲି ଲାଇନ୍‌ର ଶୁଭାରମ୍ଭ କରାଯାଇଛି । ଗୁଜରାଟ୍‌ର ଭଦୋଦରାରେ ଇଭି ଆନ୍‌ସିଲାରି କ୍ଲଷ୍ଟର୍ ବିକାଶର ପ୍ରଥମ ପର୍ଯ୍ୟାୟରେ ଏହି ଆସେମ୍ବଲି ଲାଇନ୍‌କୁ ସ୍ଥାପନ କରାଯାଇଛି ।
ଏହି ଇଭି ଆନ୍‌ସିଲାରି କ୍ଲଷ୍ଟର୍‌ର ବିକାଶ ପର୍ଯ୍ୟାୟରେ ୧ ଗିଗାୱାଟ୍ ଆୱାରର ବ୍ୟାଟେରି ଆସେମ୍ବଲି ଲାଇନ୍ ହେଉଛି କଂପାନିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଗୁଣାତ୍ମକ ମାନକୁ ନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହାକୁ ସ୍ଥାପନ କରାଯାଇଛି ଯାହା ଦ୍ୱାରା ବ୍ୟାଟେରି ପ୍ୟାକ୍‌ର ଗୁଣାତ୍ମକ ମାନ ଉପରେ କଂପାନିର ପ୍ରତ୍ୟକ୍ଷ ନିୟନ୍ତ୍ରଣ ରହିବ । ପୁନଶ୍ଚ, ଏହି ପଦକ୍ଷେପ ଜରିଆରେ କଂପାନି ଇଭି ବ୍ୟବସ୍ଥାରେ ଏହାର ଯୋଗଦାନକୁ ଆହୁରି ସୁଦୃଢ଼ କରିପାରିିଛି । ଏହି ୟୁନିଟ୍‌ରୁ କଂପାନି ନିକଟରେ ଆସେମ୍ବଲ ହୋଇଥିବା ବ୍ୟାଟେରି ପ୍ୟାକ୍‌ର ପ୍ରଥମ ବ୍ୟାଚ୍‌କୁ ଉତ୍ପାଦନ କରିଥିଲା ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍‌ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଆମ ବ୍ୟାଟେରି ଆସେମ୍ବଲି ଲାଇନ୍‌ର ଶୁଭାରମ୍ଭ ବିଷୟରେ ଆମେ ଖୁସିର ସହ ଘୋଷଣା କରୁଛୁ ଯାହା ଆର୍ଥିକ ବର୍ଷ ୨୦୨୨-୨୩ ଲକ୍ଷ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଥିଲା । ଇଭିର ଚାହିଦା ବୃଦ୍ଧି ପାଉଥିବା ଆମେ ଜାଣିପାରୁଥିବା ବେଳେ ଗୁଣାତ୍ମକ ମାନ ଓ ସୁରକ୍ଷାକୁ ସର୍ବାଧିକ ପ୍ରାଥମିକତା ପ୍ରଦାନ କରାଯାଉଛି ଏବଂ ଆମର ନିଜସ୍ୱ ବ୍ୟାଟେରି ଆସେମ୍ବଲିଲାଇନ୍‌କୁ ନେଇ ଇଭି ବିପ୍ଳବ ପ୍ରତି ଯୋଗଦାନ ପ୍ରଦାନ କରିବାର ଆଉ କିଛି ପାଦ ନିକଟତର ହୋଇଛି ୱାର୍ଡୱିଜାର୍ଡ । ଏହି ପଦକ୍ଷେପ ଇଭିକୁ ପୂର୍ବାପେକ୍ଷା ଆହୁରି ସୁଲଭ କରିବ । ଆମ ବ୍ୟାଟେରି ଆସେମ୍ବଲି ଲାଇନ୍ କ୍ଷମତାକୁ ଆହୁରି ବଢ଼ାଇବା ଏବଂ ଚେଚିସ୍‌, ମୋଟର, ଇସ୍ପାତ ପାର୍ଟସ୍ ସହିତ ଲିଥିୟମ୍‌-ଆୟନ ସେଲ ଭଳି ଅନ୍ୟାନ୍ୟ ଉପକରଣର ଉତ୍ପାଦନ ନିକଟ ଭବିଷ୍ୟତରେ ଆରମ୍ଭ କରିବା ଲାଗି ଆମେ ପ୍ରତ୍ୟକ୍ଷ ଭାବେ କାର୍ଯ୍ୟ କରୁଛୁ ।’’
ଇଭି ଆନ୍‌ସିଲାରି କ୍ଲଷ୍ଟର୍‌ରେ ଆର୍‌ଆଣ୍ଡ୍‌ଡି କାର୍ଯ୍ୟ ଓ ଇଲେକ୍ଟ୍ରୋନିକ୍ ଉପକରଣ ଉତ୍ପାଦନ ଆହୁରି ବଢ଼ାଇବା ଉପରେ କଂପାନି କାର୍ଯ୍ୟ କରୁଛି ।

Share

Leave a Reply

Your email address will not be published. Required fields are marked *

fifteen + fourteen =