୨୦୨୩ ଏଆର୍‌ଆର୍‌ସି ଓ ଟିଟିସିର ପ୍ରଥମ ରେସ୍‌ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଚାଳକଙ୍କ ଶକ୍ତି ପ୍ରଦର୍ଶନ

ଦଳ ପାଇଁ ପଏଂଟ୍ ଜିତିଲେ କେଭିନ୍ କ୍ୱିଂଟାଲ୍‌, ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍‌ରେ କନିଷ୍ଠତମ ଭାରତୀୟ ଚାଳକ ଭାବେ ପଏଂଟ୍ ଜିତିଲେ ରାହିଶ ଖତ୍ରି
ଭୁବନେଶ୍ୱର: ଥାଇଲ୍ୟାଣ୍ଡ୍‌ର ବୁରିରାମ୍ ସ୍ଥିତ ଚାଙ୍ଗ୍ ଇଟଂରନ୍ୟାସନାଲ୍ ସର୍କିଟ୍‌ରେ ଆରମ୍ଭ ହୋଇଥିବା ୨୦୨୩ ଏସିଆ ରୋଡ୍ ରେସିଂ ଚାମ୍ପିଆନ୍‌ସିପ୍ (ଏଆର୍‌ଆର୍‌ସି)ରେ ଆଇଡେମିସୁ ହୋଣ୍ଡା ରେସିଂ ଇଣ୍ଡିଆ ଟିମ୍‌ର ଚାଳକ କେଭିନ୍ କ୍ୱିଂଟାଲ୍ ଦଳ ପାଇଁ ପଏଂଟ୍ ଜିତିଛନ୍ତି । ୧୭ ବର୍ଷୀୟ କେଭିନ୍ ଏହି ରେସ୍‌ରେ ଥାଇଲ୍ୟାଣ୍ଡ୍‌, ଇଣ୍ଡୋନେସିଆ, ମାଲେସିଆ, ଭିଏତନାମ, ଫିଲିପାଇନ୍‌ସ, ଜାପାନ ଭଳି ଏସିଆର ୭ଟି ଦେଶର ଚାଳକଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ୨୦୨୩ ଏଆର୍‌ଆର୍‌ସିର ଏପି୨୫୦ସିସି ବର୍ଗର ପ୍ରଥମ ରେସ୍‌ରୁ କେଭିନ୍ ୧୭ତମ ସ୍ଥାନରୁ ରେସ୍ ଆରମ୍ଭ କରି ୧୫ତମ ସ୍ଥାନରେ ପହଂଚିଥିଲେ । ଗତକାଲିର ଅଭ୍ୟାସ ଓ ଆଜି ସକାଳେ ଯୋଗ୍ୟତା ଅଧିବେଶନ ଯୋଗୁ ସେ ଟ୍ରାକ୍‌କୁ ଭଲ ଭାବେ ବୁଝିପାରିବା ସହ ତାହାର ଉପଯୁକ୍ତ ବ୍ୟବହାର କରି ନିଜ ପାଇଁ ଓ ଦଳ ପାଇଁ ଏକ ପଏଂଟ୍ ହାସଲ କରିଛନ୍ତି ।
ତାଙ୍କ ସାଥୀ ଚାଳକ ମୋହସିନ୍ ପି ଦକ୍ଷତାର ସହ ରେସ୍ କରି ଦୁଇ ପଏଂଟ୍ ହାସଲ କରିଛନ୍ତି । ସେ ୨୧ତମ ସ୍ଥାନରୁ ରେସ୍ ଆରମ୍ଭ କରି ୧୯ତମ ସ୍ଥାନରେ ରେସ୍ ଶେଷ କରିଥିଲେ ।
ଏହି ଅବସରରେ ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆର ଅପରେଟିଂ ଅଫିସର-ବ୍ରାଣ୍ଡ୍ ଆଣ୍ଡ୍ କମ୍ୟୁନିକେସନ୍ ଶ୍ରୀ ପ୍ରଭୁ ନାଗରାଜ କହିଛନ୍ତି ଯେ, “ଏଆର୍‌ଆର୍‌ସି ଓ ଟିଟିସିରେ ଆମ ଚାଳକମାନଙ୍କ ଲାଗି ଏହା ଥିଲା ବହୁତ ଭଲ ପ୍ରଥମ ରେସ୍ ଅଭିଜ୍ଞତା । ଏଭଳି ଏକ ପ୍ରତିଷ୍ଠିତ ପ୍ଲାଟଫର୍ମରେ ପ୍ରତିଯୋଗିତା ଜରିଆରେ ଏହି ଯୁବ ଚାଳକଙ୍କ ଜ୍ଞାନ ଓ ଅନୁଭୂତି ହାସଲ କରିବା ବେଶ ଗୁରୁତ୍ୱପୂର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ଭିତରେ ଥିବା ପ୍ରତିଭାକୁ ଆହୁରି ଉଜାଗର କରିପାରିଛି । ଏହି ପର୍ଯ୍ୟାୟ ବହୁ ଭଲରେ ଆରମ୍ଭ ହୋଇଛି ଏବଂ ଆଜି ଆମ ଚାଳକମାନଙ୍କ ପ୍ରଦର୍ଶନକୁ ନେଇ ଆମେ ଖୁସି । ଆମର ବିଶ୍ୱାସ ରହିଛି ଯେ ଆମ ଚାଳକମାନେ ବହୁତ ଭଲ କରିବେ ଏବଂ ଆସନ୍ତାକାଲି ଆହୁରି ରୋମାଂଚକ ରେସ୍‌କୁ ଆମେ ଚାହିରହିଛୁ ।”
ନିଜ ପ୍ରଦର୍ଶନ ସମ୍ପର୍କରେ କେଭିନ୍ କ୍ୱିଂଟାଲ୍ କହିଛନ୍ତି ଯେ ଆଜି ଆମେ ଉଭୟ ଉତ୍ସାହିତ ଓ ଉଦବିଗ୍ନ ଥିଲୁ । ଯଦିଓ ରେସ୍ କଠିନ ଥିଲା କିନ୍ତୁ ଏଥିରୁ ବେଶ ଚମତ୍କାର ଶିକ୍ଷା ମିଳିଥିଲା । ଏଆର୍‌ଆର୍‌ସିରେ ମୋର ପ୍ରଥମ ରେସ୍‌ରେ ଦଳ ପାଇଁ ପଏଂଟ୍ ଜିତି ମୁଁ ବ୍ୟକ୍ତିଗତ ଭାବେ ବହୁତ ଖୁସି ଏବଂ ଆସନ୍ତାକାଲି ରେସ୍‌ରେ ମୁଁ ଆହୁରି ଭଲ କରିବା ଲାଗି ଉତ୍ସାହିତ ରହିଛି । ସେହିପରି, ମୋହସିନ ପରମବମ୍ କହିଛନ୍ତି ଯେ ଏଆର୍‌ଆର୍‌ସିରେ ଏହା ମୋର ପ୍ରଥମ ରେସ୍ ଥିଲା ଏବଂ ଭଲ ଆରମ୍ଭକୁ ନେଇ ମୁଁ ଖୁସି । ମୁଁ ଆଶା କରୁଛି ଯେ ଆସନ୍ତାକାଲି ଏକ ଭଲ ଦିନ ସାବ୍ୟସ୍ତ ହେବ ଏବଂ ହୋଣ୍ଡା ମୋ ସହିତ ରହିଥିବାରୁ ମୁଁ ଭଲ ସ୍ଥାନ ପାଇବାକୁ ଆଶାବାଦୀ ରହିଛି ।
ଥାଇଲ୍ୟାଣ୍ଡ୍ ଟ୍ୟାଲେଂଟ୍ କପ୍‌ରେ ରାହିଶ ଖତ୍ରି ନିଜ ପ୍ରଥମ ରେସ୍‌ରେ ୧୭ ଜଣ ଚାଳକଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା କରି ୧୩ତମ ସ୍ଥାନରୁ ରେସ୍ ଆରମ୍ଭ କରି ୧୧ତମ ସ୍ଥାନରେ ଶେଷ କରିଥିବାରୁ ୫ ପଏଂଟ୍ ହାସଲ କରିଛନ୍ତି । ତାଙ୍କ ସାଥୀ ଚାଳକ ଶ୍ୟାମ ସୁନ୍ଦର ରେସ୍ ଆରମ୍ଭ କରିପାରିନଥିଲେ ।

Share

Leave a Reply

Your email address will not be published. Required fields are marked *

two × three =