ଅର୍ଥ ବିଲ୍ ୨୦୨୩ ଉପରେ ମନ୍ତବ୍ୟ

ଭୁବନେଶ୍ୱର: ସ୍ଥାନୀୟ କଂପାନିର ଇକ୍ୱିଟି ସେୟାରରେ ୩୫ ପ୍ରତିଶତ ପର୍ଯ୍ୟନ୍ତ ନିବେଶ ହୋଇଥିବା ମ୍ୟୁଚୁଆଲ୍ ଫଣ୍ଡ୍ ନିବେଶ ଉପରେ ୨୦୨୩ ଏପ୍ରିଲ୍ ୧ଠାରୁ ସ୍ୱଳ୍ପ ମିଆଦୀ ପୁଞ୍ଜି ଲାଭ ଟିକସ ଲଗାଇବାର ପ୍ରସ୍ତାବ ରହିଛି । ଏଥିପାଇଁ ପ୍ରଯୁଯ୍ୟ ଟିକସ ହାରକୁ ଲାଗୁ କରାଯିବ । ହୋଲ୍‌ଡିଂ ଅବଧି ଯାହା ହୋଇଥାଉ ନା କାହିଁକି ଡେବ୍‌ଟ ଫଣ୍ଡ୍‌, ଇଟଂରନ୍ୟାସନାଲ୍ ଫଣ୍ଡ୍ ଓ ଗୋଲ୍‌ଡ ଫଣ୍ଡ୍ ଉପରେ ବ୍ୟକ୍ତିବିଶେଷଙ୍କ ପାଇଁ ଉପଯୁକ୍ତ ପ୍ରଯୁଯ୍ୟ ଟିକସ ହାର ଅନୁସାରେ ଟିକସ ଲାଗୁ କରାଯିବ । ତିନି ବର୍ଷରୁ ଅଧିକ ସମୟ ରଖାଯାଇଥିବା ଡେବ୍‌ଟ ମ୍ୟୁଚୁଆଲ୍ ଫଣ୍ଡ୍‌କୁ ଆଉ ଇଣ୍ଡେକ୍ସନ ସୁବିଧା ମିଳିବ ନାହିଁ । ପୁନଶ୍ଚ, ୨୦୨୩ ମାର୍ଚ୍ଚ ୩୧ରେ କିମ୍ବା ତା’ ପୂର୍ବରୁ କରାଯାଇଥିବା ନିବେଶ ଉପରେ ପୂର୍ବଭଳି ଏଲ୍‌ଟିସିଜି ଲାଭ ମିଳିବା ଜାରି ରହିବ ।
ଏହି ପରିବର୍ତନ ଯୋଗୁ ଡେବ୍‌ଟ ଫଣ୍ଡ୍ ଓ ପାରମ୍ପରିକ ନିବେଶ ଉପରେ ଟିକସ ମଧ୍ୟରେ ଏକ ସମାନତା ଆସିପାରିଛି । ଏଭଳି ସୁଯୋଗ ଭିତରେ ତୁଳନା ମୁଖ୍ୟତଃ ପ୍ରଦର୍ଶନ ଉପରେ ନିର୍ଭର କରେ । ଏଥିରୁ ଗୋଟିଏ ଦିଗ ହେଉଛି ୨୦୨୩ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଡେବ୍‌ଟ ଫଣ୍ଡ୍‌, ଇଟଂରନ୍ୟାସନାଲ୍ ଫଣ୍ଡ୍‌, ଗୋଲ୍ଡ ଫଣ୍ଡ୍‌ରେ ନିବେଶ କରିଥିବା ନିବେଶକ ଏବଂ ଏଭଳିକି ନୂଆ ନିବେଶ ଏହି ପ୍ରସ୍ତାବିତ ସଂଶୋଧନ ଦ୍ୱାରା ପ୍ରଭାବିତ ହେବନାହିଁ । ତିନି ବର୍ଷ ଅବଧି ଶେଷ ହୋଇଯିବା ପରେ ଏହି ଫଣ୍ଡ୍‌ଗୁଡ଼ିକରେ ଦୀର୍ଘମିଆଦୀ ପୁଞ୍ଜି ଲାଭ ଟିକସ ଲାଗୁ ହେବ । ନିଜ ପୋର୍ଟଫୋଲିଓରେ ଉନ୍ନତି ଆଣିବା ଲାଗି ନିବେଶକମାନେ ସେମାନଙ୍କ ପୋର୍ଟଫୋଲିଓର ସମୀକ୍ଷା କରିପାରିବେ ଏବଂ ଡେବ୍‌ଟ ଓ ଗ୍ଲୋବାଲ୍ ଫଣ୍ଡ୍ ପାଇଁ ପାଣ୍ଠି ପୁନଃ ଆବଟଂନ କରିପାରିବେ ।

Share

Leave a Reply

Your email address will not be published. Required fields are marked *

twenty − 14 =