BusinessUncategorized

ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ପୂର୍ବ ଭାରତରେ ଗ୍ରିନ୍ ଉତ୍ପାଦ ପୋର୍ଟଫୋଲିଓର ସୁଦୃଢ଼ୀକରଣ

ଭୁବନେଶ୍ୱର: ଭାରତର ମାନୁଫାକଚରିଂ ଶିଳ୍ପରେ ନିରନ୍ତର ରୂପାନ୍ତରଣ ଚାଲିଥିବା ବେଳେ କର୍ପୋରେଟ ଜଗତ ଗ୍ରିନ୍ ମାନୁଫାକ୍‌ଚରିଂ ପ୍ରକ୍ରିୟାକୁ ସଚେତନ ହୋଇ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଗୋଦରେଜ୍ ଗ୍ରୁପ୍‌ର ପ୍ରମୁଖ କଂପାନି ଗୋଦରେଜ୍ ଆଣ୍ଡ୍ ବଏସ୍ ପକ୍ଷରୁ ଘୋଷଣା କରାଯାଇଛି ଯେ ଏହାର ବ୍ୟବସାୟ ଗୋଦରେଜ୍ ମାଟେରିଆଲ୍ ହ୍ୟାଣ୍ଡ୍‌ଲିଂ ଗ୍ରିନ୍ ଉତ୍ପାଦ ବର୍ଗରେ ଏହାର ପୋର୍ଟଫୋଲିଓକୁ ଆହୁରି ସୁଦୃଢ଼ କରି ଇଲେକ୍ଟ୍ରିକ୍ ୨୦୨୩-୨୪ ଆର୍ଥିକ ବର୍ଷ ସୁଦ୍ଧା ଭାରତରେ ଇଲେକ୍ଟ୍ରିକ୍ ଫୋର୍କଲିଫ୍‌ଟ କ୍ଷେତ୍ରରେ ୨୮ ପ୍ରତିଶତ ବଜାର ଅଂଶ ହାସଲ କରିବାକୁ ଲକ୍ଷ୍ୟ ରଖିଛି । ଜାମସେଦପୁରରେ କିଛି ବୃହତମ ଇସ୍ପାତ ଓ ଲୁହା କାରଖାନା ରହିଛି ଏବଂ ଇଲେକ୍ଟ୍ରିକ୍ ଫୋର୍କଲିଫ୍ଟର ବ୍ୟବହାର ବୃଦ୍ଧି ସହ ପୂର୍ବ ଭାରତରେ ନିର୍ମାତାମାନେ ନିରନ୍ତରତା ଆଡ଼କୁ ଅଗ୍ରସର ହୋଇଛନ୍ତି । ଭାରତରେ ପ୍ରଥମ ଥର ପାଇଁ ଗୋଦରେଜ୍ ମାଟେରିଆଲ୍ ହ୍ୟାଣ୍ଡ୍‌ଲିଂ ପକ୍ଷରୁ ୫ ଟନ୍ ବିଶିଷ୍ଟ ଇଲେକ୍ଟ୍ରିକ୍ ଫୋର୍କଲିଫ୍‌ଟ ନିର୍ମାଣ କରାଯାଇଛି ଏବଂ ଏହାର ଇଲେକ୍ଟ୍ରିକ୍ ଫୋର୍କଲିଫ୍‌ଟ ବ୍ୟବସାୟର ୧୦ ପ୍ରତିଶତ ପୂର୍ବ ଭାରତରୁ ଆସୁଛି ।
କଂପାନିର ଗୁଡ୍ ଆଣ୍ଡ୍ ଗ୍ରିନ୍ ଅଭିଯାନରେ ପ୍ରତି ବ୍ୟବସାୟ କିଛି ଭାଗର ବ୍ୟବସାୟକୁ ପରିବେଶ ମିତବ୍ୟୟୀ ଉତ୍ପାଦ ଓ ସମାଧାନରୁ ସୃଷ୍ଟି କରିବା ଲାଗି ନିଶ୍ଚିତ କରିବାକୁ କୁହାଯାଇଥିବା ବେଳେ ଗୋଦରେଜ୍ ମାଟେରିଆଲ୍ ହ୍ୟାଣ୍ଡଲିଂ ପକ୍ଷରୁ ଏଭଳି ଉତ୍ପାଦରୁ ୨୦%ରୁ ଅଧିକ ବ୍ୟବସାୟ ସୃଷ୍ଟି କରାଯାଇଛି । ନୂତନ ଭାବେ ଡିଜାଇନ୍ କରାଯାଇଥିବା ଇଲେକ୍ଟ୍ରିକ୍ ଫୋର୍କଲିଫ୍ଟର ୟୁନୋ ସିରିଜ୍ ଗ୍ରାହକଙ୍କୁ ଉନ୍ନତ ଅନୁଭୂତି ପ୍ରଦାନ କରିବ ଯାହା ପ୍ରଯୁକ୍ତି ଦୃଷ୍ଟିରୁ ଉନ୍ନତ ଓ ପ୍ରଭାବୀ ମଧ୍ୟ । ଇଲେକ୍ଟ୍ରିକ୍ ଚାଳିତ ଫୋର୍କଲିଫ୍ଟର ପରିଚାଳନା ଖର୍ଚ ୨୦% ଭଳି କମ୍ ଏବଂ ଏହାକୁ ସହଜରେ ଚଳାଇ ହେଉଥିବାରୁ ଡିଜେଲ ଫୋର୍କଲିଫ୍ଟ ଟ୍ରକ୍ ତୁଳନାରେ ତାହା ଉନ୍ନତ । ବ୍ରାଭୋ ଇଲେକ୍ଟ୍ରିକ୍ ସିରିଜ୍‌ରେ ଦୁଇ ମୋଟର ଏବଂ ୱେଟ୍ ଡିସ୍କ ବ୍ରେକ୍ ରହିଛି ଯାହା ଡିଜେଲ ଭଳି ପ୍ରଦର୍ଶନ ଓ ଇଲେକ୍ଟ୍ରିକ୍‌ର ଲାଭ ପ୍ରଦାନ କରିବ ଓ ପରିବେଶ ପାଇଁ ତାହା ସୁରକ୍ଷିତ ମଧ୍ୟ । ଗୋଦରେଜ୍ ପ୍ରୋ ସିରିଜ୍ ଟ୍ରକ୍ ଗୋଟିଏ ଥର ବ୍ୟାଟେରି ଚାର୍ଜରେ ଦୁଇଟି ସିଫ୍ଟରେ କାମ କରିପାରିବ ଯଦ୍ୱାରା କର୍ମକ୍ଷେତ୍ରରେ ସୁରକ୍ଷା ନିଶ୍ଚିତ ହୋଇପାରିବ ।
ଏ ସମ୍ପର୍କରେ ଗୋଦରେଜ୍ ମାଟେରିଆଲ୍ ହ୍ୟାଣ୍ଡ୍‌ଲିଂର ବିକ୍ରି ଓ ମାର୍କେଟିଂ ମୁଖ୍ୟ ନେଭିଲେ ମେଭାୱାଲା କହିଛନ୍ତି ଯେ, “ଗୋଦରେଜ ମ୍ୟାଟେରିଆଲ୍ ହ୍ୟାଣ୍ଡ୍‌ଲିଂରେ ଆମର ଗୁଡ୍ ଓ ଗ୍ରିନ୍ ଉତ୍ପାଦର ଭାଗ ବଢ଼ାଇବା ଦିଗରେ ଆମେ ନିରନ୍ତର କାର୍ଯ୍ୟ କରୁଛୁ । ଆମର ବିଶ୍ୱାସ ରହିଛି ଯେ ଏହା ସଠିକ୍ ନିଷ୍ପତି ହୋଇଥିବା ବେଳେ ଏହାର ବଡ଼ ଅର୍ଥନୈତିକ ଲାଭ ମଧ୍ୟ ରହିଛି । ଏହା ସହିତ ବଜାରକୂୁ ଆମେ ଏଭଳି ଉତ୍ପାଦ ଓ ସମାଧାନ ଆଣିବାକୁ ଚାହୁଛୁ ଯାହା ଭାରତରେ ଯୋଗାଣ ଶୃଙ୍ଖଳ ଓ ଲଜିଷ୍ଟିକ୍ସ କ୍ଷେତ୍ରକୁ ଅଧିକ ପ୍ରଭାବୀ ଓ ନିରନ୍ତର କରିପାରିବ । ସର୍ବାଧିକ ଉତ୍ପାଦକତା ପ୍ରଦାନ କରିବା ଲାଗି ୟୁନୋ ଇଲେକ୍ଟ୍ରିକ୍ ଫୋର୍କଲିଫ୍ଟ ଟ୍ରକ୍‌କୁ ପ୍ରସ୍ତୁତ କରାଯାଇଛି । କମ୍ ଶକ୍ତି କ୍ଷୟ ଓ ଅଧିକ ଭୋଲ୍‌ଟ ବ୍ୟବସ୍ଥା ଯୋଗୁ ପୁରୁଣା ତୁଳନାରେ ନୂଆ ୟୁରୋପ ପ୍ଳାଟଫର୍ମ ୧୦% ଅଧିକ ଇନ୍ଧନ ମିତବ୍ୟୟୀ । ଏହାର ବ୍ୟବହାର ଦ୍ୱାରା ଅଙ୍ଗାରକାମ୍ଳ ନିର୍ଗମନ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ ଏବଂ ମାଟେରିଆଲ ହ୍ୟାଣ୍ଡଲିଂ ପରିଚାଳନା ଅଧିକ ପ୍ରଭାବୀ ହୋଇପାରିବ ।’’

Share

Leave a Reply

Your email address will not be published. Required fields are marked *

two × one =