ସରିଲା ଗୋପାଳର ନାର୍କୋ ଟେଷ୍ଟ

ସରିଲା ଗୋପାଳର ନାର୍କୋ ଟେଷ୍ଟ । ଆଜି ଓଡ଼ିଶା ଫେରିବ ଗୋପାଳ । ବିମାନ ଯୋଗେ ଗୋପାଳକୁ ଝାରସୁଗୁଡ଼ା ଅଣାଯିବ । ଆସନ୍ତାକାଲି ତାଙ୍କୁ ଝାରସୁଗୁଡା କୋର୍ଟରେ ହଜାର କରାଯିବ । ଗୁଜରାଟ ଗାନ୍ଧୀନଗର ଡିଏଫଏସରେ ଗୋପାଳର ପଲିଗ୍ରାଫ ଟେଷ୍ଟ ଓ ଦୁଇ ଦିନ ଧରି ନାର୍କୋ ଟେଷ୍ଟ କରାଯାଇଥିଲା । ନାର୍କୋ ଟେଷ୍ଟ ରିପୋର୍ଟ ଝାରସୁଗୁଡ଼ା କୋର୍ଟରେ ଦାଖଲ କରାଯିବ ।

ଗୋପାଳ ନାର୍କୋ ଟେଷ୍ଟ ବେଳେ କେତେ ସତ କହିଲା ଓ ନବ ଦାସଙ୍କ ହତ୍ୟା ସମ୍ପର୍କରେ କ’ଣ କାରଣ କହିଲା ତାହା ଜଣାପଡ଼ିନାହିଁ । ନାର୍କୋ ଟେଷ୍ଟ ହେବା ପୂର୍ବରୁ ଏକ ୫ ଜଣିଆ ଡାକ୍ତରୀ ଟିମ୍ ଗୋପାଳର ରକ୍ତଚାପ, ଶର୍କରା ଆଦି ପରୀକ୍ଷା କରିଥିଲେ । ଏହା ପରେ ତାଙ୍କୁ ଅର୍ଦ୍ଧ ଚେତନ କରାଇବା ପାଇଁ ଇଞ୍ଜେକସନ୍ ଦିଆଯାଇଥିଲା । ନାର୍କୋ ଟେଷ୍ଟ କରିଥିବା ଟିମ୍ କ୍ରାଇମବ୍ରାଞ୍ଚ ଠାରୁ ଏକ ପ୍ରଶ୍ନ ତାଲିକା ନେଇଥିଲେ । ଏହି ତାଲିକା ସହ ଆଉ କିଛି ପ୍ରଶ୍ନ ମିଶାଇ ଗୋପାଳକୁ ପଚରାଯାଇଥିଲା । ଅର୍ଦ୍ଧଚେତନ ବସ୍ଥାରେ ଥିବା ଗୋପାଳର ସଂପୂର୍ଣ୍ଣ ଚେତା କାଲି ବିଳମ୍ବିତ ରାତିରେ ଫେରିଛି । ରାତ୍ରୀ ଭୋଜନ ପରେ ବିଶ୍ରାମ ନେଇଥିବା ମଧ୍ୟ ଜଣାପଡ଼ିଛି ।

Share

Leave a Reply

Your email address will not be published. Required fields are marked *

19 − 5 =