ରଥଯାତ୍ରା ଲାଗି ଆବେଦନକୁ ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପୁରୀ ଛଡ଼ା ଅନ୍ୟ କେଉଁଠି ହେବ ନାହିଁ ଘୋଷଯାତ୍ରା । ଆଜି ଏଭଳି ଶୁଣାଇଛନ୍ତି ଦେଶର ସର୍ବୋଚ୍ଚ ନ୍ୟାୟାଳୟ ସୁପ୍ରିମକୋର୍ଟ । ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ଆୟୋଜନ କରାଯିବା ନେଇ କରାଯାଇଥିଲା ଏକାଧିକ ଆବେଦନ । କେନ୍ଦ୍ରାପଡ଼ା, ନୀଳଗିରି ଓ ଭଟଲୀରେ ରଥଯାତ୍ରା ଆୟୋଜନ କରାଯିବା ନେଇ ଆବେଦନ କରାଯାଇଥିଲା । ତେବେ ଆଜି ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ସିଜିଆଇ ଏନ୍‌.ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ବସିଥିବା ଖଣ୍ଡପୀଠ ଏହାକୁ ଖାରଜ କରିଛନ୍ତି । ତେବେ ପୂର୍ବରୁ ହାଇକୋର୍ଟରେ ଆବେଦନ କରିଥିବା ବେଳେ ଏହାକୁ ମଧ୍ୟ ଖଣ୍ଡନ କରାଯାଇଥିଲା । ମାତ୍ର ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ସୁଦ୍ଧା ଶେଷରେ ନିରାଶ ହେବାକୁ ପଡ଼ିଛି । ଏଣୁ ଚଳିତ ବର୍ଷ କେବଳ ପୁରୀରେ ରଥଯାତ୍ରା ଅନୁଚଷ୍ଠିତ ହେବ ।

ଖଣ୍ଡପୀଠର ଶୁଣାଣୀ ପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଜଷ୍ଟିସ ରମନ୍ନା । ସେ କହିଛନ୍ତି କି ଏମିତି କରିବାକୁ ମୋତେ ଭଲ ଲାଗୁନି କିନ୍ତୁ ଆମେ ନାଚାର । ଆସନ୍ତା ବର୍ଷ ଭଗବାନଙ୍କ ରଥଯାତ୍ରା ପାଇଁ ଅନୁମତି ଦେବେ ବୋଲି ଆଶା ରଖାଯାଇଛି । ତେବେ କହି ରଖୁଛୁ କି, ଚଳିତ ବର୍ଷ କରୋନା କଟକଣା ଯୋଗୁଁ ପରମ୍ପରା ବଂଚାଇ ରଖିବା ଲାଗି କେବଳ ପୁରୀରେ ରଥଯାତ୍ରା ଲାଗି ଅନୁମତି ପ୍ରଦାନ କରାଯାଇଥିଲା । ମାତ୍ର ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା କରାଯିବା ନେଇ ସ୍ୱର ଉଠିଥିଲା । ରଥଯାତ୍ରା ଆୟୋଜନ କରାଯିବା ନେଇ ହାଇକୋର୍ଟରେ ଆବେଦନ କରିଥିଲେ । ଆଉ ଏବେ ସୁପ୍ରିମକୋର୍ଟରେ ଆବେଦନ କରିଥିବା ବେଳେ ମଧ୍ୟ ଖାରଜ କରାଯାଇଛି । ସେପଟେ ଚଳିତ ବର୍ଷ କେବଳ ସେବାୟତମାନେ ରଥ ଟାଣିବେ ଓ ପୋଲିସ କର୍ମଚମାରୀମାନେ ଉତ୍ତରାୟଣରେ ସାହାର୍ଯ୍ୟ କରିବେ । କରୋନା କଟକଣାକୁ ଦୃଷ୍ଟିରେ ରଖି ଛାତ ଉପରେ ରହି ରଥଯାତ୍ରା ଦେଖିବା ଉପରେ ମଧ୍ୟ ରୋକ ଲଗାଯାଇଛି ।

Share

Leave a Reply

Your email address will not be published. Required fields are marked *

eight − seven =