ପ୍ରବଳ ଛେଚା ଖାଇଲେ ରଙ୍ଗ ନମ୍ବର ପ୍ରେମିକ

ଭୁବନେଶ୍ୱର: ରଙ୍ଗ୍ ନମ୍ବରରୁ ଏକ ତରଫା ପ୍ରେମ ନିବେଦନ । ଫସିଗଲେ ପ୍ରେମ ପାଗଳ । କୌଶଳ କ୍ରମେ ରଙ୍ଗ୍ ନମ୍ବର ପ୍ରେମିକକୁ ନିଜ ଘରକୁ ଡାକି ନିର୍ଧୁମ ଛେଚିଲେ ମହିଳା । ଚନ୍ଦ୍ରଶେଖରପୁର ଅରବିନ୍ଦ ନଗରରେ ଯୁବକଙ୍କ ମାଡ଼ ମାରୁଥିବା ନଜରକୁ ଆସିଥିଲା । ପରେ ଚନ୍ଦ୍ର ଶେଖରପୁର ପୋଲିସ ଖବର ପାଇ ଗୁରୁତର ଆହତ ଯୁବକଙ୍କ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି ।

ଦୁଇମାସ ତଳେ ମହିଳାଙ୍କ ନିକଟକୁ ଆସିଥିଲା ରଙ୍ଗ ନମ୍ବରରୁ କଲ । ତେବେ ସେ ରଙ୍ଗ ନମ୍ବର ବୋଲି ଜାଣିବା ପରେ କାଟି ଦେଇଥିଲେ । ମାତ୍ର ଯୁବକ ଜଣକ ତାଙ୍କୁ ବାରମ୍ବାର କଲ କରିଥିଲେ । ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ କଥା ହୋଇଥିଲେ । ତେବେ ଘର ଠିକଣା ପଚାରିବାରୁ ମହିଳା ଜଣକ ନିଜର ଆଡ୍ରେସ ଦେଇଥିଲେ । ପୂର୍ବ ଯୋଜନା ମୁତାବକ ପରିବାର ଲୋକଙ୍କ ସହ ଘରେ ଜଗି ବସିଥିଲେ ମହିଳା । ଯୁବକ ଜଣକ ପହଞ୍ଚିବା ପରେ ତାଙ୍କୁ ଧରି ବୋହେ ଛେଚିଥିଲେ । ପରେ ପୋଲିସ ଖବର ପାଇ ଯୁବକଙ୍କୁ ଉଦ୍ଧାର କରିଛି ।

Share

Leave a Reply

Your email address will not be published. Required fields are marked *

twelve + 2 =