ଯାତ୍ରାକୁ ନା

ଭୁବନେଶ୍ୱର: ଆସିଲା ନୂଆ ଗାଇଡଲାଇନ୍ । ଏଥରକ ଫିଲ୍ମ ସୁଟିଂ ଲାଗି ଅନୁମତି ମିଳିଛି । ଇନଡୋର ଏବଂ ଆଉଟଡୋର ନିୟମକୁ ମାନି ସୁଟିଂ କରାଯିବାକୁ ଅନୁମତି ଦିଆଯାଇଛି । ତେବେ ଯାତ୍ରା ପରିବେଶଣ ଉପରେ ପୁଣିଥରେ ରୋକ ଲଗାଯାଇଛି । ଯାତ୍ରାକୁ ପୁଣିଥରେ ଅନୁମତି ମିଳିନାହିଁ । ଦୀର୍ଘଦିନ ହେବ ଯାତ୍ରା ବନ୍ଦ ରହିଛି । ଯେଉଁ କାରଣରୁ କଳାକାରମାନେ ଏବେ ଅନ୍ୟ ବେପାର କରୁଥିବା ଦେଖିବାକୁ ମିଳିଛି । ଜୀବିକା ପଛେ ଯାଉ ଜୀବନ ବଞ୍ଚିଥାଉ । ଏଭଳି ଭାବି କିଏ ପାନ ଦୋକାନ କଲାଣି ତ ଆଉ କିଏ ପରିବା ବେପାର କରୁଛି । ତେବେ ଫିଲ୍ମକୁ ଅନୁମତି ମିଳିଥିଲେ ସୁଦ୍ଧା ଯାତ୍ରାକୁଚ ନମିଳିନଥିବାକୁ ନେଇ ଯାତ୍ରା କଳାକାରମାନେ ଦୁଃଖ ପ୍ରକାଶ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

four + 5 =