ଓଡ଼ିଶା ସରକାରଙ୍କ ଯୋଜନା: ଭୁବନେଶ୍ୱର-ପୁରୀ ନୂଆ ଏକ୍ସପ୍ରେସୱେ ଖୁବ୍‌ଶୀଘ୍ର

ଭୁବନେଶ୍ୱର-ପୁରୀ ମଧ୍ୟରେ ହେବ ନୂଆ ଏକ୍ସପ୍ରେସ୍ ୱେ । ଓଡ଼ିଶା ସରକାର ଏନେଇ ପ୍ରାରମ୍ଭିକ ଖସଡ଼ା ପ୍ରସ୍ତୁତ କରିଛନ୍ତି । ପ୍ରସ୍ତାବିତ ଏକ୍ସପ୍ରେସ୍ ୱେ ଛଅ ଲେନ ବିଶିଷ୍ଟ ହେବ । ଭୁବନେଶ୍ୱର ବିମାନବନ୍ଦରକୁ ପୁରୀର ପ୍ରସ୍ତାବିତ ବିମାନବନ୍ଦରକୁ ସିଧାସଳଖ ସଂଯୋଗ କରିବ । ୧୨୦ କିଲୋମିଟର ବେଗରେ ଗାଡ଼ି ଚଳକୁ ମୋଟର ଗାଡ଼ି ଚଲାଇପାରିବେ । ପ୍ରକଳ୍ପ ପାଇଁ ପ୍ରାୟ ୧୩୦୦ ଏକର ଜମି ଅଧିଗ୍ରହଣ ହେବ ଏବଂ ୧,୦୧୦ କୋଟି ବିନିଯୋଗ ହେବ । ଫଳରେ ପୁରୀ ଓ ଭୁବନେଶ୍ୱରର ଦୂରତା ନଅ କିଲୋମିଟର କମିବ । ନିର୍ଭର ଯୋଗ୍ୟ ସୂତ୍ରରୁ ମିଳିଥିବା ତଥ୍ୟାନୁସାରେ ଭୁବନେଶ୍ୱର-ପୁରୀ ଏନଏଚ୍‌-୩୧୬ରେ ଟ୍ରାଫିକ୍ ସମସ୍ୟା କାରଣରୁ ବିଭିନ୍ନ ସମୟରେ ଦୂର୍ଘଟଣା ଘଟୁଛି । ଆଭ୍ୟନ୍ତରୀଣ ସଡ଼କଗୁଡ଼ିକ ରାଜପଥ ସହିତ ସଂଯୋଗ କରୁଥିବା କାରଣରୁ ଏହି ସମସ୍ୟା ଦ୍ୱିଗୁଣିତ ହୋଇଛି । ସେଥିପାଇଁ ଏକ୍ସପ୍ରେସ୍ ୱେର ପରିକଳ୍ପନା କରାଯାଇଛି ।

ଏନେଇ ପୂର୍ତ୍ତ ବିଭାଗ ଦ୍ୱାରା ଦେଶର ବଡ଼ କନ୍‌ସଲଟାଣ୍ଟ ଜରିଆରେ ସର୍ଭେ କାର୍ଯ୍ୟ ଶେଷ ହୋଇଛି । ପ୍ରସ୍ତାବିତ ରାସ୍ତାର ଦୂରତା ୬୬ କିମିରୁ ୫୭ କିମି ହେବ । ରାସ୍ତାର ବିିଭିନ୍ନ ସ୍ଥାନରେ ଫ୍ଲାଏ ଓଭରବ୍ରିିଜ ହେବ । ହାଇ ୱେର ଚଉଡ଼ା ୧୦୦ ମିଟର ରହିବ । ପୂର୍ବରୁ ଏକ ଘଣ୍ଟାରୁ ଅଧିକ ସମୟ ଲାଗୁଥିଲା । ଏବେ ୩୦ ମିନିଟ୍ ଲାଗିବ । ଏକ୍ସପ୍ରେସ୍ ୱେ ରାଜ୍ୟ ସରକାର କିମ୍ବା କେନ୍ଦ୍ର ଦ୍ୱାରା ବିକଶିତ ହେବ ତାହା ସ୍ଥିର ହୋଇନାହିଁ । ମେଟ୍ରୋ ରେଳ ପ୍ରକଳ୍ପ ସହ ସଂଯୋଜିତ ରହିବ । ନୂତନ ସଡ଼କ ପଥ ଯୋଗୁଁ ବିମାନ ଯାତ୍ରୀ, ପର୍ଯ୍ୟଟକ ଏବଂ ତୀର୍ଥଯାତ୍ରୀଙ୍କ ପାଇଁ ସୁବିଧା ହେବ । ଯାତ୍ରା ସମୟ ହ୍ରାସ କରି ଦୁଇ ସହରକୁ ସଂଯୋଗକୁ ଉନ୍ନତ କରିବ । ଉଭୟ ସହରର ରିଅଲ୍ ଇଷ୍ଟେଟ୍ କ୍ଷେତ୍ର ଉପରେ ମଧ୍ୟ ପ୍ରଭାବ ପକାଇବ ବୋଲି ଆଶା କରାଯାଉଛି ।

Share

Leave a Reply

Your email address will not be published. Required fields are marked *

17 − 14 =