ଜାତୀୟ

ଦିଲ୍ଲୀରେ ବ୍ୟାଙ୍ଗକକ୍ ଷ୍ଟାଇଲ : ସ୍ବାତୀ ମାଲିୱାଲ

ସ୍ପା ସେଣ୍ଟରରେ ମହିଳା କମିଶନଙ୍କ ରେଡ୍, ଯୁବତୀଙ୍କ ସହ ମିଳିଲେ ନିବସ୍ତ୍ର ଯୁବକ

ନୂଆଦିଲ୍ଲୀ () ଦିଲ୍ଲୀ ମହିଳା କମିଶନ ଦାୟିତ୍ବ ନେବା ପରେ ସ୍ବାତୀ ମାଲିୱାଲ ବିଭିନ୍ନ ସମୟରେ ବେଆଇନ କାରବାର ଉପରେ ରେଡ ମାରି ଚର୍ଚ୍ଚାରେ ରହିଛନ୍ତି । ନିକଟରେ ପୁଣି ଥରେ ସେ ସ୍ପା ସେଣ୍ଟରରେ ଚାଲିଥିବା ବେଆଇନ ଦେହ ବ୍ୟବସାୟର ଗୁମର ଖୋଲିଛନ୍ତି । ମଙ୍ଗଳବାର ସେ ଦିଲ୍ଲୀର ନବାଡା ଅଂଚଳରେ ଥିବା ଦୁଇଟି ସ୍ପା ସେଣ୍ଟର ଉପରେ ଚଢାଉ କରିଥିଲେ । ଦୁଇଟି ଯାକ ସ୍ପା ସେଣ୍ଟରରେ ଯୁବତୀଙ୍କ କୋଠରୀରେ ନିବସ୍ତ୍ର ଯୁବକଙ୍କୁ ଦେଖିବାକୁ ମିଳିବା ସହ କିଛି ଆପତ୍ତିଜନକ ସାମଗ୍ରୀ ମଧ୍ୟ ଜବତ ହୋଇଛି ।

ସ୍ବାତୀ ମାଲିୱାଲ ଏହିସବୁ ଚଢାଉର ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ପକାଇବା ସହ ଦିଲ୍ଲୀ ପୋଲିସର କାର୍ଯ୍ୟ ଶୈଳୀ ଉପରେ ପ୍ରଶ୍ନ ଉଠାଇଛନ୍ତି । ସ୍ପା ସେଣ୍ଟର ଉପରେ ଚଢାଉ ସମୟରେ ଦିଲ୍ଲୀ ପୋଲିସ ଓ ମିଡିଆ ବି ତାଙ୍କ ସହ ରହିଥିଲେ । ସେ ଏହି ଭିଡିଓ ନିଜ ଟ୍ବିଟର ଆକାଉଣ୍ଟରେ ସେୟାର କରିବା ସହ ଲେଖିଛନ୍ତି ଯେ, ଦୁଇଟି ଯାକ ସ୍ପା ସେଣ୍ଟରରେ ପ୍ରତି ରୁମରେ ଯୁବତୀଙ୍କ ସହ ନଗ୍ନ ଯୁବକଙ୍କୁ ଦେଖିବାକୁ ମିଳିଥିଲା । ଏଥିସହିତ ପ୍ରତି ରୁମରୁ ଅନେକଗୁଡିକ କଣ୍ଟମ ବି ଜବତ ହୋଇଛି । ସ୍ପା ସେଣ୍ଟରର ମ୍ୟାନେଜର ଓ ଯୁବତୀମାନେ ଦେହ ବ୍ୟବସାୟକୁ ସ୍ବୀକାର କରିଛନ୍ତି ।

ଭିଡିଓ ସେୟାର କରି ସେ କହିଛନ୍ତି ଯେ, ଏକ ସ୍ପା ସେଣ୍ଟରରେ ସ୍କୁଲ ଛାତ୍ରୀଙ୍କ ସହ ନଗ୍ନ ପୁରୁଷଙ୍କୁ ଦେଖିବାକୁ ମିଳିଥିଲା । ଝିଅମାନେ ବି ଦେହ ବ୍ୟବସାୟ କରୁଥିବା ମାନିଛନ୍ତି । ଧରାପଡିଥିବା ଯୁବତୀମାନେ କହିଛନ୍ତି ଯେ, ନବାଡା ଅଂଚଳରେ ଥିବା ସବୁ ସ୍ପା ସେଣ୍ଟରରେ ଏଭଳି ଦେହ ବ୍ୟବସାୟ ଚାଲୁଛି । ହେଲେ ଦିଲ୍ଲୀ ପୋଲିସ ଓ ମୁନିସପାଲ କମିଶନ କଣ କରୁଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସେ ଆକ୍ଷେପ କରିଛନ୍ତି ଯେ, ଦିଲ୍ଲୀ ପୋଲିସ ଓ ଦିଲ୍ଲି ମୁନିସପାଲ କମିଶନ ଦେଶର ରାଜଧାନୀକୁ ବ୍ୟାଙ୍ଗକକ ବନେଇ ଦେଇଛନ୍ତି । ଗଳି ଗଳିରେ ମସାଜ ପାର୍ଲର ନାଁରେ ଚାଲିଛି ଦେହ ବ୍ୟବସାୟ । ଏଭଳି କାମ ପାଇଁ କିଭଳି ମୁନିସପାଲ କମିଶନ ଲାଇସେନ୍ସ ଦେଉଛି ତାହା ତାଙ୍କୁ ଆଶ୍ଚର୍ଯ୍ୟ କରିଛି । ଚାନ୍ଦା କେଉଁ ସ୍ତର ଯାଏଁ ଯାଉଛି, ଯିଏ ସବୁ ଜାଣି ବି ଚୁପ ବସିଛି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

eighteen − eleven =