ବିଚଳିତ ହୋଇଛନ୍ତି ବିଜେପି ନେତା

ଜୟପୁର: ନିର୍ବାଚନ ପାଖେଇ ଆସିଥିବାରୁ ରାଜନୈତିକ ଦଳଗୁଡିକ ମଧ୍ୟରେ ବୟାନବାଜୀ ବୃଦ୍ଧି ପାଇଛି  । ଏଆଇସିସି ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଗସ୍ତ ପରେ ମାହୋଲ ଆହୁରି ସରଗରମ ହେବା ସହ ହଠାତ ଗତିଶୀଳ ହୋଇଉଠିଛି ରାଜ୍ୟ କଂଗ୍ରେସ । ବିଜେପି ନେତାଙ୍କ ହାବଭାବରୁ ବିଚଳିତ ହୋଇଥିବା ସ୍ପଷ୍ଟ ବାରି ହେଉଥିବା ବୋଲି କହିଛନ୍ତି ରାଜସ୍ଥାନ ପିସିସି ସଭାପତି ସଚିନ ପାଇଲଟ ।

ରାହୁଲଙ୍କ ରାଜସ୍ଥାନ ଗସ୍ତକୁ ଐତିହାସିକ ଗସ୍ତ ବୋଲି ସେ ବର୍ଣ୍ଣନା କରିଛନ୍ତି । ସେ କହିଛନ୍ତି ଗସ୍ତ ବେଳେ ରାହୁଲଙ୍କ ରୋଡ ସୋରେ ବହୁ ଲୋକଙ୍କ ସମାଗମ ହୋଇଥିଲା । ଦଳୀୟ କର୍ମୀ ଏବଂ ସାଧାରଣ ଜନତା ଉତ୍ସାହର ସହ ଏଥିରେ ଭାଗ ନେଇଥିଲେ । କଂଗ୍ରେସ ପ୍ରତି ଲୋକଙ୍କ ଏଭଳି ଉତ୍ସାହ ଦେଖି ବିଚଳିତ ହୋଇପଡିଛି ଭାରତୀୟ ଜନତା ପାର୍ଟି । ଗଣମାଧ୍ୟମ ଆଗରେ ବିଜେପି ନେତାଙ୍କ ବୟାନରୁ ସେମାନେ ବିଚଳିତ ଥିବା ଜଣାପଡୁଛି।

ସେହିପରି ଦରଦାମ ବୃର୍ଦ୍ଧି, ଭ୍ରଷ୍ଟାଚାର, ବେରୋଜଗାର ଏବଂ ଅପରାଧକୁ ନେଇ ମଧ୍ୟ ବିଜେପି ଉପରେ ବର୍ଷିଥିଲେ  ସଚିନ । ବିଜେପି ନେତା  ଏସବୁ ପ୍ରସଙ୍ଗରେ କେବଳ ସଫେଇ ଦେଉଥିବା ସେ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

4 × 4 =