ଫେବୃୟାରୀ ୧ରେ ଫାଶି

ନୂଆଦିଲ୍ଲୀ() ନିର୍ଭୟା ଦୋଷୀଙ୍କ ଫାଶି ଲାଗି ସାନି ତାରିଖ ଧାର୍ଯ୍ୟ ହୋଇଛି । ଫେବୃୟାରୀ ୧ ସକାଳ ୬ଟାରେ ନିର୍ଭୟା ଦୋଷୀଙ୍କୁ ଫାଶି ଦିଆଯିବ । ଏଥିଲାଗି ପୁନଃ ଡେଥ ୱାରେଣ୍ଟ ଜାରି କଲେ ଦିଲ୍ଲୀ କୋର୍ଟ ।

ଆଜି ନିର୍ଭୟା ଦୋଷୀ ମୁକେଶର ରାଜକ୍ଷମା ଆବେଦନ ଖାରଜ ପରେ ଡେଥ ୱାରେଣ୍ଟ ଜାରି କରିଛନ୍ତି ଦିଲ୍ଲୀ କୋର୍ଟ । ତେବେ ଆଜି ଦୋଷୀ ମୁକେଶ୍ ସିଂହର ରାଜକ୍ଷମା ଆବେଦନ ଖାରଜ କରିଥିଲେ ରାଷ୍ଟ୍ରପତି ରାମନାଥ୍ କୋବିନ୍ଦ୍ । ସୁପ୍ରିମକୋର୍ଟରୁ କ୍ୟୁରେଟିଭ୍ ପିଟିସନ୍ ଖାରଜ ହେବାପରେ ମୁକେଶ୍ ରାଷ୍ଟ୍ରପତିଙ୍କୁ ରାଜକ୍ଷମା ଆବେଦନ ପାଇଁ ଆବେଦନ କରିଥିଲା ।

ଜାନୁଆରୀ ୨୨ ତାରିଖ ସକାଳ ୭ଟାରେ ଫାଶୀ ଦେବାର ଥିଲା । ମୁକେଶର ଦୟା ଯାଚିକା ରାଷ୍ଟ୍ରପତିଙ୍କ ପାଖରେ ଥିବା କାରଣରୁ ଗୁରୁବାର କୋର୍ଟ ପକ୍ଷରୁ ୨୨ ଜାନୁଆରୀରେ ଫାଶୀ ଦିଆଯାଇପାରିବ ନାହିଁ ବୋଲି କୁହାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

4 × five =