Friday, October 30, 2026
Latestରାଜ୍ୟ

ବସୁଧା ଯୋଜନାରେ 500 ପ୍ରକଳ୍ପ

ଭୁବନେଶ୍ବର () ଖୋର୍ଦ୍ଧାରେ ପାଇକ ବିଦ୍ରୋହର 200 ବର୍ଷ ପୂର୍ତ୍ତି ଅବସରରେ ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁଙ୍କ ସ୍ମୃତିରେ ଆରମ୍ଭ ହୋଇଥିବା ବସୁଧା ଯୋଜନାରେ ଏବେ ସୁଦ୍ଧା 500 ପ୍ରକଳ୍ପ ଲୋକାର୍ପିତ ହୋଇଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ 95ଟି ସହରର 33 ଲକ୍ଷ ଲୋକ ଉପକୃତ ହେବେ । ଏଥିପାଇଁ 408 କୋଟି ଟଙ୍କା ବିନିଯୋଗ କରାଯାଇଛି ।

ଏହି ଅବସରରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଶୁଦ୍ଧ ପାନୀୟ ଜଳର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଲୋକଙ୍କ ସ୍ବାର୍ଥ ସହ ବିଶୁଦ୍ଧ ପାନୀୟ ଜଳର ସଂପର୍କ ରହିଛି ଏବଂ ଲୋକଙ୍କ ସ୍ବାସ୍ଥ୍ୟର ଦେଶର ଅର୍ଥନୀତି ଉପରେ ଅନେକ ପ୍ରଭାବ ରହିଛି । ତେଣୁ ରାଜ୍ୟର ସବୁ ଘରେ ପାଇପ ଯୋଗେ ପାନୀୟ ଜଳ ପହଁଚାଇବା ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏଥିପାଇଁ 3500 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ପାଇପ ଯୋଗେ ପାନୀୟ ଜଳ ଯୋଗାଣର ସବୁଠାରୁ ବଡ ହିତାଧିକାରୀ ହେଉଛନ୍ତି ଗାଁର ମା ମାନେ । ଏହାଦ୍ବାରା ସେମାନଙ୍କ ସମୟ ବଞ୍ଚିବ ଏବଂ ଶ୍ରମ ମଧ୍ୟ ଲାଘବ ହେବ । ଜଳ ପରିଚାଳନାରେ ମା ମାନଙ୍କୁ ସାମିଲ କରିବା ପାଇଁ ସହରାଞ୍ଚଳର ୱାର୍ଡମାନଙ୍କରେ ମହିଳା ସ୍ବୟଂ ସହାୟକ ଗୋଷ୍ଠିର ମାଙ୍କୁ ୱାଟର ମନିଟର ଦାୟିତ୍ବ ଦିଆଯାଇଛି ବୋଲି ସେ କହିଥିଲେ । ଏଥିସହ ସେ କହିଥିଲେ ଯେ, ଜଳ ଅମୂଲ୍ୟ, ଆସନ୍ତୁ ଆମ ଭବିଷ୍ୟତ ବଂଶଧରଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଜଳକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ଆମେ ସମସ୍ତ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବା ।

Share

Leave a Reply

Your email address will not be published. Required fields are marked *

10 − 3 =