ତିହାର ଜେଲ ଯିବେ ଚିଦାମ୍ବରମ

ନୂଆଦିଲ୍ଲୀ() ତିହାର ଜେଲ ଯିବେ ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ । ଆଇଏନ୍ଏକ୍ସ ମିଡିଆ ମାମଲାରେ ଗିରଫ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି ଚିଦାମ୍ବରମଙ୍କୁ କୋର୍ଟ ତିହାର ଜେଲକୁ ପଠାଇ ଦେଇଛନ୍ତି। ସେ ଆସନ୍ତା ୧୯ ତାରିଖ ଯାଏ ଏହି ଜେଲରେ ରହିବେ। ଏହି ନିର୍ଦ୍ଦେଶ ଦେଲେ ରାଉଜ ଏଭିନ୍ୟୁ କୋର୍ଟ ।
ତେବେ ଆଇଏନଏକ୍ସ ମିଡିଆ ମାମଲାରେ ଗତ ୨୧ ତାରିଖରେ ଚିଦାମ୍ବରମଙ୍କୁ ଗିରଫ କରିଥିଲା ସିବିଆଇ । ଏହା ପୂର୍ବରୁ ଆଜି ସୁପ୍ରିମକୋର୍ଟ ଆଗୁଆ ଜାମିନ ଦେବାକୁ ମନା କରିଦେଇଥିଲେ । କିନ୍ତୁ ଦିଲ୍ଲୀ କୋର୍ଟ ତାଙ୍କୁ ଆଗୁଆ ଜାମିନ ପ୍ରଦାନ କରିଥଲେ । ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମଙ୍କୁ ବି ଜାମିନ ଦେଇଥିଲେ କୋର୍ଟ । ହେଲେ ରାଉଜ ଏଭିନ୍ୟୁ କୋର୍ଟ ଚିଦାମ୍ବରମଙ୍କୁ ଜେଲକୁ ପଠାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

four − four =