ଆଜି ୧୪୨ଟି ରୂପାନ୍ତରିତ ସ୍କୁଲର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ୫-ଟି ହାଇସ୍କୁଲ ରୂପାନ୍ତରଣ ଯୋଜନାରେ ଆଜି ରୂପାନ୍ତରିତ ୧୪୨ଟି ସରକାରୀ ଉଚ୍ଚ ବିଦ୍ୟାଳୟକୁ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କଟକ ଜିଲ୍ଲାର ୩୦, ବାଲେଶ୍ୱରର ୨୩, କନ୍ଧମାଳର ୧୦, ନବରଙ୍ଗପୁର ୧୨ ଓ ସୁନ୍ଦରଗଡ ଜିଲ୍ଲାର ସର୍ବାଧିକ ୬୭ଟି ସରକାରୀ ଉଚ୍ଚ ବିଦ୍ୟାଳୟର ନବକଳେବର ହୋଇଛି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏସବୁ ସ୍କୁଲର ଲୋକାର୍ପଣ କରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରି ସେମାନଙ୍କ ସ୍କୁଲ୍ ସଂପର୍କରେ ପଚାରି ବୁଝିବେ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୧ ହଜାର ୭୨ଟି ସ୍କୁଲ୍ ୫-ଟି ରୂପାନ୍ତରଣ ଯୋଜନାରେ ସାମିଲ ହୋଇଛି । ଏଥିମଧ୍ୟରେ ଗଞ୍ଜାମ ଜିଲ୍ଲାର ୫୦ଟି ସ୍କୁଲକୁ ଅଗଷ୍ଟ ମାସରେ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଶିଶୁ ଦିବସ ସୁଦ୍ଧା ବାକି ୧ ହଜାର ୨୨ଟି ସ୍କୁଲକୁ ପର୍ଯ୍ୟାୟକ୍ରମେ ଲୋକାର୍ପଣ କରାଯିବ ।

Share

Leave a Reply

Your email address will not be published. Required fields are marked *

one × 1 =