ଜାତୀୟ

ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟୋପରାଗ

ଆସନ୍ତାକାଲି ପୂର୍ଣ୍ଣ ସୂର୍ଯ୍ୟୋପରାଗ । ୟୁରୋପ ଓ ଆର୍କଟିକ୍ ରେ ଦେଖିବାକୁ ମିଳିବ ମହାଜାଗତିକ ଦୃଶ୍ୟ । ଭାରତୀୟ ଆକାଶରେ ଏହି ସୂର୍ଯ୍ୟୋପରାଗ ଦୃଶ୍ୟମାନ ହେବ ନାହିଁ । ପରାଗ ସମୟରେ ଭାରତରେ ରାତି ହୋଇଥିବାରୁ ଦେଶର କୌଣସି ସ୍ଥାନରୁ ପୂର୍ଣ୍ଣ କିମ୍ବା ଆଂଶିକ ପରାଗ ଦେଖାଯିବ ନାହିଁ । ଏହି ସୂର୍ଯ୍ୟୋପରାଗରେ ଚନ୍ଦ୍ର ସୂର୍ଯ୍ୟକୁ ସମ୍ପୂର୍ଣ୍ଣ ଢାଙ୍କିଦେବ। ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ, ଉତ୍ତର ରୁଷ, ଆଟଲାଣ୍ଟିକ୍ ମହାସାଗର, ଉତ୍ତର ସ୍ପେନ୍ ଏବଂ ପର୍ତ୍ତୁଗାଲର ଏକ ଛୋଟ ଅଞ୍ଚଳ ପୂର୍ଣ୍ଣ ସୂର୍ଯ୍ୟଗ୍ରହଣର ପଥରେ ରହିବ । ୟୁରୋପର ବଡ଼ ଅଂଶ ସହ କାନାଡା, ଉତ୍ତର ଆମେରିକାର କିଛି ଅଞ୍ଚଳ ଏବଂ ଉତ୍ତର-ପଶ୍ଚିମ ଆଫ୍ରିକାରେ ଆଂଶିକ ସୂର୍ଯ୍ୟଗ୍ରହଣ ଦେଖାଯିବ ।

ଭାରତୀୟ ସମୟ ଅନୁସାରେ ଗ୍ରହଣ ପ୍ରକ୍ରିୟା କାଲି ରାତି ପ୍ରାୟ ୯ଟା ୪ରୁ ଅଗଷ୍ଟ ୧୩ ତାରିଖ ରାତି ୧ଟା ୨୮ ପର୍ଯ୍ୟନ୍ତ ଚାଲିବ। ପୂର୍ଣ୍ଣ ପରାଗର ସର୍ବାଧିକ ଅବଧି ପ୍ରାୟ ୨ ମିନିଟ୍ ୧୮ ସେକେଣ୍ଡ ରହିବ। ଭାରତୀୟ ସମୟରେ ରାତି ପ୍ରାୟ ୧୧ଟା ୧୬ ବେଳେ ପରାଗ ଶୀର୍ଷ ସ୍ଥିତିରେ ପହଞ୍ଚିବ। ଭାରତରେ ସୂର୍ଯ୍ୟୋପରାଗ ଦୃଶ୍ୟମାନ ନ ହେବାରୁ ମନ୍ଦିରର ନୀତିକାନ୍ତି, ପୂଜାପାଠ ଓ ଦୈନନ୍ଦିନ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରିବ। ଏହି ପରାଗର ଆଉ ଏକ ବିଶେଷତ୍ୱ ହେଉଛି, ୧୯୯୯ ପରେ ୟୁରୋପର ମୂଳ ଭୂଖଣ୍ଡରେ ଏହା ପ୍ରଥମ ପୂର୍ଣ୍ଣ ସୂର୍ଯ୍ୟୋପରାଗ। ସ୍ପେନରେ ମଧ୍ୟ ଶତାବ୍ଦୀରୁ ଅଧିକ ସମୟ ପରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ।

Share

Leave a Reply

Your email address will not be published. Required fields are marked *

12 − nine =