ବିଶ୍ୱକପରୁ ବାଦ ପଡିଲେ ଧାୱନ

ଲଣ୍ଡନ()  ବିଶ୍ୱକପ୍ ୨୦୧୯ରୁ ସଂପୂର୍ଣ୍ଣ ରୂପେ ବାଦ ପଡ଼ିଛନ୍ତି ଟିମ୍ ଇଣ୍ଡିଆର ଓପନର ଶିଖର ଧାୱନ। ଆଜି ବିସିସିଆଇ ଓ ଟିମ୍ ଇଣ୍ଡିଆ ମ୍ୟାନେଜମେଣ୍ଟ ପକ୍ଷରୁ ଏଭଳି ଘୋଷଣା କରାଯାଇଛି। ଧାୱନ ବିଶ୍ୱକପ୍ ସ୍କ୍ୱାଡ୍ରୁ ବାଦ ପଡ଼ିଥିବାରୁ ରିଷଭ ପନ୍ତଙ୍କୁ ତାଙ୍କ ବଦଳରେ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ୱାଡ୍ରେ ସାମିଲ କରାଯାଇଛି।

ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ବେଳେ ଧାୱନଙ୍କ ବୁଡ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ସ୍କାନ୍ ପରେ ତାଙ୍କ ବୁଢ଼ା ଆଙ୍ଗୁଠିର ହାଡ଼ ଭାଙ୍ଗି ଯାଇଥିବା ଜଣାପଡ଼ିଥିଲା ତେବେ ଧୱନ ସେହି ଭଙ୍ଗା ଆଙ୍ଗୁଳିରେ ଅଷ୍ଟ୍ରେଲିଆ ବିପକ୍ଷରେ ଶତକୀୟ ଇନିଂସ ଖେଳିଥିଲେ। ଆହତ ସତ୍ତ୍ୱେ ଟିମ୍ ମ୍ୟାନେଜମେଣ୍ଟ ତାଙ୍କ ଉପରେ ଭରସା କରିବା ସହ ସେ ଦଳ ସହ ରହିବେ ବୋଲି ଘୋଷଣା କରିଥିଲେ। ହେଲେ ଏବେ ଧୱନଙ୍କୁ ସୁସ୍ଥ ହେବା ପାଇଁ ଏକ ମାସରୁ ଅଧିକ ସମୟ ଲାଗିବ ବୋଲି ଜଣାପଡ଼ିଛି। ତେଣୁ ଧୱନଙ୍କୁ ବିଶ୍ୱକପ୍ ସ୍କ୍ୱାଡ୍ରୁ ବାଦ୍ ଦିଆଯାଇଛି।

Share

Leave a Reply

Your email address will not be published. Required fields are marked *

20 + 13 =