Latestରାଜ୍ୟ

ଶେଷ ହେଲା ପପୁର ଲାଇ ଡିଟେକ୍ସନ ଟେଷ୍ଟ

ଭୁବନେଶ୍ବର() ଆଜି ସମାଜସେବୀ ଆଦିତ୍ୟ ଦାଶଙ୍କ ବନ୍ଧୁ ପପୁଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଶେଷ ହୋଇଛି । ଲାଇ ଡିଟେକ୍ସନ ଟେଷ୍ଟରେ ପପୁଙ୍କୁ ୨୫ଟି ପ୍ରଶ୍ନ ପଚରାଯାଇଥିଲା । ସେହି ପ୍ରଶ୍ନ ଗୁଡିକ ହେଉଛି- ଆଦିତ୍ୟଙ୍କ ମୃତ୍ୟୁ ଦିନ ଷ୍ଟେସନରେ କ’ଣ ଦେଖିଲ? ଷ୍ଟେସନକୁ ସେ କେମିତି ଗଲେ? ସେଠାରେ ପହଞ୍ଚିବା ପରେ କ’ଣ ଦେଖିଲ?

ତେବେ କ୍ରାଇମବ୍ରାଞ୍ଚ ପଚାରିଥିବା ସବୁପ୍ରଶ୍ନର ଉତ୍ତର ଦେଇଥିବା ପପୁ କହିଛନ୍ତି । ଏହା ସହ ପପୁ କହିଛନ୍ତି ଯେ, ‘ବିଦ୍ୟାଶ୍ରୀଙ୍କ ଦାବି ପୂର୍ବରୁ ଆମେ ଦାବି କରିସାରିଛୁ । ୭୦ ହଜାର ଟଙ୍କା ବିଷୟରେ ବି ମୋତେ ପଚରାଯାଇଛି ।’

ତେବେ ବିଦ୍ୟାଶ୍ରୀଙ୍କୁ ପଚରାଯାଇଥିବା ପ୍ରଶ୍ନ ଗୁଡିକ ହେଉଛି- ଉଭୟଙ୍କ ମଧ୍ୟରେ ପ୍ରଥମ ଦେଖା କେବେ ହୋଇଥିଲା? ଉଭୟଙ୍କ ମଧ୍ୟରେ ସମ୍ପର୍କ କେମିତି ଗଢି ଉଠିଥିଲା? ଘଟଣାଦିନ ରାତିରେ ଆଦିତ୍ୟଙ୍କ ସହ ଆପଣ ଥିଲେ କି? ଆପଣ ଦୁହିଁଙ୍କ ମଧ୍ୟରେ ସମ୍ପର୍କ କେମିତି ରହିଥିଲା? ଆଦିତ୍ୟଙ୍କ କେହି ବାହ୍ୟ ଶତ୍ରୁ ଥିଲେ କି? ମୃତ୍ୟୁର ୨୪ ଘଣ୍ଟା ପୂର୍ବରୁ ଦୁହିଁଙ୍କ ଭିତରେ କ’ଣ ଘଟିଥିଲା? ପୂର୍ବରୁ କୌଣସି କାରଣରୁ ଆଦିତ୍ୟ ଡିପ୍ରେସନରେ ଥିଲେ କି? ଆପଣ କେମିତିଜାଣିଲେ ଆଦିତ୍ୟ ଷ୍ଟେସନକୁ ଯାଇଛନ୍ତି? ଆପଣ କେମିତି ଷ୍ଟେସନ ଗଲେ ଓ ଖୋଜାଖୋଜି କଲେ? ଆତ୍ମହତ୍ୟା କରିବାକୁ ଯାଇଥିଲେ ବୋଲି ଆପଣ ଜାଣିଥିଲେ କି? ଶେଷଥର ପାଇଁ ଆପଣ ତାଙ୍କୁ କେଉଁଠି ଦେଖିଥିଲେ? ତାଙ୍କ ସହ ଶେଷଥର ପାଇଁ କ’ଣ କଥା ହୋଇଥିଲେ?କେଉଁ ବିଷୟରେ କେତେ ସମୟ ପାଇଁ କଥାବାର୍ତ୍ତା ହୋଇଥିଲେ? ଘରୁଯିବା ଅଳ୍ପ ସମୟ ଭିତରେ ମୃତଦେହ କିପରି ମିଳିଲା? ଆତ୍ମହତ୍ୟା ପାଇଁ ଯାଇଥିବା କଥା ଯଦି ଜାଣିଥିଲେ ଅଟକାଇଲେନି କାହିଁକି? ପପୁକୁ ଦେଇଥିବା ଟଙ୍କା ପାଇଁ ଝଗଡା ହୋଇଥିଲା କି? ୭୦ ହଜାର ଟଙ୍କାର ସତ କ’ଣ? ବାହାଘର ପରେ ଆପଣଙ୍କ ଭିତରେ ଝଗଡା ହେଉଥିଲା କି? ବିବାହର ୨୯ ଦିନ ଭିତରେ ଆଦିତ୍ୟ ଆତ୍ମହତ୍ୟା କଲେ କାହିଁକି? ସ୍ୱାମୀଙ୍କ ମୃତ୍ୟୁ ପାଇଁ କାହାକୁ ଦାୟୀ କରୁଛନ୍ତି?

Share

Leave a Reply

Your email address will not be published. Required fields are marked *

18 − 5 =