ବିଏଲ୍‌ଏସ୍ ଇ-ସର୍ଭିସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜାନୁଆରି ୩୦ରେ ଖୋଲିବ

ଭୁବନେଶ୍ୱର: ବିଏଲ୍‌ଏସ ଇ-ସର୍ଭିସେସ ଲିମିଟେଡର ଇନିସିଆଲ ପବ୍ଲିକ ଅଫର ୨୦୨୪ ଜାନୁଆରି ୩୦ ରେ ଖୋଲିବ । ଏହି ଅଫରରେ ୨,୩୦,୩୦,୦୦୦ ଇକ୍ୱିଟି ସେୟାର ଉପଲବ୍ଧ ହେବ ଏବଂ ସେଥିରୁ ୧୧,୦୦,୦୦୦ ଇକ୍ୱିଟି ସେୟାର ପ୍ରି-ଆଇପିଓ ପ୍ଲେସ୍‌ମେଂଟ୍ ପାଇଁ ରହିବ । ଆଙ୍କର ନିବେଶକମାନେ ୨୦୨୪ ଜାନୁଆରି ୨୯ରେ ବିଡ୍ ଦାଖଲ କରିପାରିବେ । ଏହି ଇସ୍ୟୁର୍ ବିଡ୍‌଼ ୨୦୨୪ ଫେବ୍ରୁଆରୀ ୧ରେ ବନ୍ଦ ହେବ।

ଏହି ଇସ୍ୟୁ ପାଇଁ ଇକ୍ୱିଟି ସେୟାର ପିଛା ମୂଲ୍ୟ ୧୨୯ ଟଙ୍କାରୁ ୧୩୫ ଟଙ୍କା ମଧ୍ୟରେ ଧାର୍ଯ୍ୟ କରାଯାଇଛି । ନିବେଶକମାନେ ସର୍ବନିମ୍ନ ୧୦୮ଟି ଇକ୍ୱିଟି ସେୟାର ପାଇଁ ବିଡ ଦାଖଲ କରପାରିିବେ ଏବଂ ଏହା ପରେ ୧୦୮ଟି ଇକ୍ୱିଟି ସେୟାର ଲେଖାଏଁ ଗୁଣିତକ ହିସାବରେ ସେଥିରେ ଯୋଡ଼ିପାରିବେ । ।ବିଏଲ୍‌ଏସ ଇଂଟରନ୍ୟାସନ୍ୟାଲ ସେୟାରହୋଲ୍ଡରଙ୍କ ପାଇଁ ୨୩,୦୩,୦୦୦ ଇକ୍ୟୁଟି ସେୟାର ସଂରକ୍ଷିତ ରହିବ ।
ଇସ୍ୟୁରୁ ମିଳିବାକୁ ଥିବା ପାଣ୍ଠିକୁ କମ୍ପାନି ନୂତନ ଦକ୍ଷତା ବିକାଶ ଏବଂ ଏହାର ପ୍ଲାଟଫର୍ମଗୁଡ଼ିକୁ ସୁଦୃଢ଼ କରିବା ପାଇଁ, ଏହାର ପ୍ରଯୁକ୍ତି ଭିତିଭୂମିକୁ ସୁଦୃଢ଼ କରିବା ପାଇଁ ବ୍ୟବହାର କରିବାକୁ ପ୍ରସ୍ତାବ ଦିଆଯାଉଛି । ବିଏଲଏସ ଷ୍ଟୋର ସ୍ଥାପନ କରି ଅଭିବୃଦ୍ଧି ପାଇଁ ପାଣ୍ଠି ଯୋଗାଣ, ଅଧିଗ୍ରହଣ ମାଧ୍ୟମର ଅଭିବୃଦ୍ଧି ହାସଲ କରିବା ଏବଂ ଅବଶିଷ୍ଟ ରାଶି ସାଧାରଣ କର୍ପୋରେଟ୍ ଉଦ୍ଦେଶ୍ୟରେ ବ୍ୟବହାର କରିବ ।
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡର ନିୟମ ଅନୁସାରେ ଏହି ଅଫରର ୫୦ ପ୍ରତିଶତ ପର୍ଯ୍ୟନ୍ତ ଇକ୍ୱିଟି ସେୟାର ସମାନୁପାତିକ ଭିତିରେ ଯୋଗ୍ୟ ସଂସ୍ଥାଗତ ନିବେଶକ (କ୍ୟୁଆଇବି)ମାନଙ୍କ ଲାଗି ରହିବ । ବୁକ୍ ରନିଂ ଲିଡ୍ ମ୍ୟାନେଜରଙ୍କ ପରାମର୍ଶରେ କ୍ୟୁଆଇବି ଭାଗର ୬୦ ପ୍ରତିଶତ ଇକ୍ୱିଟି ସେୟାରକୁ ଆଙ୍କର ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯାଇପାରିବ । ସେଥିରୁ ଅତିକମ୍‌ରେ ଏକ ତୃତୀୟାଂଶ ଇକ୍ୱିଟି ସେୟାରକୁ ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍‌ମାନଙ୍କୁ ପ୍ରଦାନ କରାଯିବ । ଯଦି ସ୍ଥାନୀୟ ମ୍ୟୁଚୁଆଲ ଫଣ୍ଡ୍ ସବୁ ସେୟାର ନେବେ ନାହିଁ ତେବେ ଅବଶିଷ୍ଟ ସେୟାରକୁ କ୍ୟୁଆଇବିଙ୍କ ପାଇଁ ପୁଣି ଥରେ ସାମିଲ କରାଯାଇପାରିବ । ଅଫରର ୧୫ ପ୍ରତିଶତ ଇକ୍ୱିଟି ସେୟାର ଅଣ ସଂସ୍ଥାଗତ ନିବେଶକମାନଙ୍କ ଲାଗି ରହିବ । ସେବି ନିୟମ ଅନୁସାରେ ନେଟ୍ ଅଫରର ୩୫% ପର୍ଯ୍ୟନ୍ତ ଇକ୍ୱିଟି ସେୟାରକୁ ଖୁଚୁରା ନିବେଶକମାନଙ୍କ ଲାଗି ଉପଲବ୍ଧ କରାଯିବ ।
କମ୍ପାନିର ସେୟାରଗୁଡ଼ିକୁ ବମ୍ବେ ଷ୍ଟକ୍ ବଜାର ଓ ନ୍ୟାସନାଲ ଷ୍ଟକ୍ ଏକ୍ସଚେଞ୍ଜ ରେ ତାଲିକାଭୁକ୍ତ କରାଯିବ । ଏହି ଇସ୍ୟୁର ବୁକ୍ ରନିଂ ଲିଡ୍ ମ୍ୟାନେଜର ହେଉଛନ୍ତି ୟୁନିଷ୍ଟୋନ କ୍ୟାପିଟାଲ ପ୍ରାଇଭେଟ୍ ଲିମିଟେଡ ।

Share

Leave a Reply

Your email address will not be published. Required fields are marked *

20 − seven =