ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବ୍ରାଣ୍ଡ୍ ଉନ୍ମୋଚନ ପୂର୍ବରୁ ଭିଜନ୍ ଓ ଭିନ୍ନତା ଉନ୍ମୋଚିତ

ଭୁବନେଶ୍ୱର: ଏଆଇଏକ୍ସ କନେକ୍ଟ ସହିତ ମିଶ୍ରଣ ଓ ସମନ୍ୱୟ ସହିତ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ପକ୍ଷରୁ ନିଜର ଭିଜନ୍ ଓ ଭିନ୍ନତାକୁ ଉନ୍ମୋଚନ କରାଯାଇଛି । ପାଂଚ ବର୍ଷିଆ ରୂପାନ୍ତରଣ ଯାତ୍ରା ଭିହାନ୍ ଡଟ୍ ଏଆଇର ଅଂଶ ସ୍ୱରୂପ ଏୟାର ଇଣ୍ଡିଆ ଗ୍ରୁପ୍ ହାସଲ କରିଥିବା ମାଇଲଖୁଂଟର ଅଂଶ ସ୍ୱରୂପ ଆଗକୁ ବଢ଼ିବା ପାଇଁ ଏୟାରଲାଇନ୍ସ ଏହାର ପଥ ପ୍ରଶସ୍ତ କରିଛି ।

ଜାତୀୟ ଅନୁଷ୍ଠାନକୁ ଏକ ଜାତୀୟ ଅଭିଳାଷରେ ପରିଣତ କରିବା ଲାଗି ଏୟାର ଇଣ୍ଡିଆ ଓ ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ରହିଥିବା ବ୍ରାଣ୍ଡ୍ ଉଦ୍ଦେଶ୍ୟ ଅନୁସାରେ ଏୟାରଲାଇନ୍ସ ଓ ଭିନ୍ନତା ପ୍ରସ୍ତୁତ ହୋଇଛି । ଏକ ଟାଉନ୍ ହଲ୍ ବୈଠକରେ ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଓ ଏଆଇଏକ୍ସ କନେକ୍ଟର ପରିଚାଳନା ନିର୍ଦ୍ଦେଶକ ଆଲୋକ ସିଂହ ଉଭୟ ସଂସ୍ଥାର କର୍ମଚାରୀଙ୍କୁ କହିଛନ୍ତି ଯେ, ଏୟାରଲାଇନ୍ସର ଲକ୍ଷ୍ୟ ହେଉଛି ନୂଆ ସମ୍ଭାବନାକୁ ଅନୁପ୍ରାଣିତ କରିବା ଏବଂ ଅତୁଳନୀୟ ଆଦର ସହିତ ଅର୍ଥପୂର୍ଣ୍ଣ ସମ୍ପର୍କ ସ୍ଥାପନ କରିବା । ସେ ସମନ୍ୱୟ, ଅଭିବୃଦ୍ଧି ଓ ରୂପାନ୍ତରଣ ଗୁରୁତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ । ବର୍ତମାନ କଂପାନି ଯେଉଁ ସ୍ଥାନରେ ରହିଛି, ତାହା ଅବଗତ କରିବା ସହ ଅଭିଳାଷ ଓ ଅଭିବୃଦ୍ଧି ଆଶା ସମ୍ପର୍କରେ କହିଥିଲେ ।

Share

Leave a Reply

Your email address will not be published. Required fields are marked *

1 × two =