Thursday, October 29, 2026
Business

ମହିନ୍ଦ୍ରା ପକ୍ଷରୁ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲ୍ ଉନ୍ମୋଚିତ, ମୂଲ୍ୟ ୬.୬୧ ଲକ୍ଷ ଟଙ୍କାରୁ ଆରମ୍ଭ

ଭୁବନେଶ୍ୱର: ଦେଶର ଅଗ୍ରଣୀ କ୍ଷୁଦ୍ର ବାଣିଜ୍ୟିକ ଯାନ ନିର୍ମାତା ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରା ପକ୍ଷରୁ ନୂଆ ସୁପ୍ରୋ ପ୍ରଫିଟ୍ ଟ୍ରକ୍‌ର ଏକ୍ସେଲ୍ ସିରିଜ୍‌କୁ ଉନ୍ମୋଚନ କରାଯାଇଛି । ଏହା ଉଭୟ ଡିଜେଲ୍ ଓ ସିଏନ୍‌ଜି ଡୁଓ ଭାରିଆଂଟ୍‌ରେ ଉପଲବ୍ଧ ହେବ । ସଫଳ ସୁପ୍ରୋ ପ୍ଲାଟଫର୍ମରେ ବିକାଶ କରାଯାଇଥିବା ନୂଆ ପ୍ରଫିଟ୍ ଟ୍ରକ୍ ଏକ୍ସେଲ୍ ସିରିଜ୍‌କୁ ଉତ୍କୃଷ୍ଟ ଶକ୍ତି, ଉଲ୍ଲେଖନୀୟ ଷ୍ଟାଇଲ, ଅତୁଳନୀୟ ସୁରକ୍ଷା ଏବଂ ଦୂରଦୂରାନ୍ତ ସଂଯୋଗ ଲାଗି ପ୍ରସ୍ତୁତ କରାଯାଇଛି ।
୨୦୧୫ରେ ଆରମ୍ଭ ହୋଇଥିବା ସୁପ୍ରୋ ଗ୍ରାହକଙ୍କ ବର୍ଦ୍ଧିତ ଆବଶ୍ୟକତାକୁ ପୂରଣ କରିବା ପାଇଁ ଏକ ବହୁମୁଖୀ ପ୍ଲାଟଫର୍ମ ଭାବେ ଉଭା ହୋଇଛି । ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲ୍ ସିରିଜ୍ ପ୍ରତିଯୋଗିତାମୂଳକ ମୂଲ୍ୟ ପ୍ରଦାନ କରୁଥିବା ବେଳେ ଡିଜେଲ୍ ଭାରିଆଂଟ୍‌ର ମୂଲ୍ୟ ୬.୬୧ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍ ଦିଲ୍ଲୀ) ଏବଂ ସିଏନ୍‌ଜି ଡିଓ ଭାରିଆଂଟ୍‌ର ମୂଲ୍ୟ ୬.୯୩ ଲକ୍ଷ ଟଙ୍କା (ଏକ୍ସ-ସୋ’ରୁମ୍ ଦିଲ୍ଲୀ) ରହିଛି । ସୁପ୍ରୋ ସିଏନଜି ଡୁଓର ସଫଳତା ପରେ ନୂତନ ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲ୍ ଏକାଧିକ ଇଞ୍ଜିନ୍ ଏବଂ ଇନ୍ଧନ ବିକଳ୍ପ, ଆଧୁନିକ ଶୈଳୀ, ଉନ୍ନତ ନିରାପତା ଏବଂ ଟେକ୍ନୋଲୋଜି ସହ ବହୁମୁଖୀ ପ୍ଲାଟଫର୍ମ ପ୍ରଦାନ କରିବା ନେଇ ମହିନ୍ଦ୍ରାର ପ୍ରତିବଦ୍ଧତାକୁ ସୁଦୃଢ଼ କରିଛି ।
ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଲିମିଟେଡର ଅଟୋମୋଟିଭ୍ ଡିଭିଜନର ସିଇଓ ନଳିନୀକାନ୍ତ ଗୋଲଗୁଂଟା କହିଛନ୍ତି ଯେ, “ଆମ ନୂଆ ଉତ୍ପାଦ ମହିନ୍ଦ୍ରା ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲରେ ମହିନ୍ଦ୍ରାର “ରାଇଜ୍ ଫର୍ ଭାଲ୍ୟୁ’ ସ୍ଥାନ ପାଇଛି । ଏହି ଉତ୍ପାଦ ୨ ଟନ୍‌ରୁ କମ୍ ବର୍ଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଯାହା ବ୍ୟବସାୟକୁ ସଶକ୍ତ କରିବା ଏବଂ ଭାରତରେ ଦୂରଦୂରାନ୍ତ ସଂଯୋଗକୁ ପରିବର୍ତନ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ଦର୍ଶାଉଛି । ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲ୍ ଏହାର ଅସାଧାରଣ ୫୦୦ କିଲୋମିଟର ରେଞ୍ଜ୍ ସିଏନଜିି ଡୁଓ ଭାରିଆଂଟ୍ ସହିତ ଶକ୍ତି, ଅର୍ଥନୀତି, ନିରାପତା ଏବଂ ଆରାମର ମିଶ୍ରଣ କରି ଲଜିଷ୍ଟିକ୍ସ ଏବଂ ପରିବହନ କ୍ଷେତ୍ରରେ ବ୍ୟାପକ, ମୂଲ୍ୟ-ପରିଚାଳିତ ସମାଧାନ ପ୍ରଦାନ କରିବା ପାଇଁ ଆମର ଲକ୍ଷ୍ୟକୁ ସୁଦୃଢ଼ କରୁଛି ।
ମହିନ୍ଦ୍ରା ଆଣ୍ଡ୍ ମହିନ୍ଦ୍ରାର ଅଟୋମୋଟିଭ୍ ଟେକ୍ନୋଲୋଜି ଆଣ୍ଡ ପ୍ରଡକ୍ଟ ଡେଭଲପମେଂଟ୍‌ର ସଭାପତି ଆର୍ ଭେଲୁସାମୀ କହିଛନ୍ତି ଯେ, “ଆମର ପ୍ରସିଦ୍ଧ ସୁପ୍ରୋ ପ୍ଲାଟଫର୍ମରୁ ଉଭା ହୋଇଥିବା ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲ୍ ବୈଷୟିକ ଉତ୍କର୍ଷତା ପ୍ରତି ମହିନ୍ଦ୍ରାର ଅତୁଟ ପ୍ରତିବଦ୍ଧତାର ଏକ ଉଦାହରଣ । ଉନ୍ନତ କାର୍ଯ୍ୟଦକ୍ଷତା ପାଇଁ ୫-ସ୍ପିଡ୍ ଟ୍ରାନ୍ସମିସନ, ବର୍ଦ୍ଧିତ ମୋଟାପଣ ଏବଂ ସ୍ଥିରତା ପାଇଁ ୧୯% ଅଧିକ କଠୋରତା ସହିତ ସୁଦୃଢ଼ ଚେସିସ୍ ଏବଂ ନିରାପତାରେ ନୂତନ ମାନଦଣ୍ଡ ସ୍ଥାପିତ କରିବା ପାଇଁ ଏକ ଆଂଟିି-ରୋଲ୍ ବାର୍ ରହିଛି । ଏହି ଉପାଦାନଗୁଡ଼ିକ କେବଳ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଦକ୍ଷତା ପ୍ରଦାନ କରିବା ପାଇଁ ନୁହେଁ ବରଂ ପେଲୋଡ୍ କ୍ଷମତା ସୁଦୃଢ଼ କରିବା ପାଇଁ ସମନ୍ୱିତ ହୋଇଛି । ଦକ୍ଷ, ସୁଦୃଢ଼ ଏବଂ ମୂଲ୍ୟ-ଚାଳିତ ସମାଧାନ ପ୍ରଦାନ କରିବା, ୨ ଟନ୍‌ରୁ କମ୍ ବର୍ଗକୁ ନୂଆ ରୂପ ଦେବା ଏବଂ ଆମର ଗ୍ରାହକ ଏବଂ ଗୋଷ୍ଠୀକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ପାଇଁ ଆମର ପ୍ରତିଶ୍ରୁତିର ପ୍ରମାଣ ଭାବରେ ଏହି ଯାନ ଉଭା ହୋଇଛି ।’’
୬ଆରଡିଇ-ଅନୁସମ୍ପୃକ୍ତ ଇଞ୍ଜିନ ରହିଛି, ଯାହା ଯଥାକ୍ରମେ ୫୫ ଏନଏମ ଏବଂ ୬୦ ଏନଏମ ଟର୍କ ପ୍ରଦାନ କରୁଛି । ଏହି ଗାଡିରେ ଆର୧୩ ଟାୟାର ରହିଛି ଏବଂ ଏଥିରେ ୨୦୮ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିଛି ଯାହା ପୂର୍ଣ୍ଣ ଲୋଡ୍ ସହିତ ମଧ୍ୟ ଉଚ୍ଚ କାର୍ଯ୍ୟଦକ୍ଷତା ଏବଂ ପିକ୍‌ଅପ୍ ସୁନିଶ୍ଚିତ କରୁଛି । ସୁପ୍ରୋ ପ୍ରଫିଟ୍ ଟ୍ରକ୍ ଏକ୍ସେଲରେ ଏକ ସୁଦୃଢ଼ ଚେସିସ୍ ରହିଛି ଯାହା ଅତୁଳନୀୟ ସ୍ଥାୟିତ୍ୱ ଏବଂ କାର୍ଯ୍ୟଦକ୍ଷତା ପାଇଁ କଠିନତାରେ ୧୯% ବୃଦ୍ଧି ପ୍ରଦାନ କରୁଛି ।
ଏହାର ଡିଜେଲ୍ ଭାରିଆଂଟ୍ ଦାମ୍ ୬,୬୧,୭୧୪ ଟଙ୍କା ଏବଂ ସିଏନଜି ଡୁଓ ଦାମ୍ ୬,୯୩,୭୧୮ ଟଙ୍କା ରହିଛି ।

Share

Leave a Reply

Your email address will not be published. Required fields are marked *

fourteen − 1 =