ଚର୍ଚ୍ଚରେ ବିସ୍ଫୋରଣ: ୨୧ ମୃତ, ୭୧ ଗୁରୁତର

ଦକ୍ଷିଣ ଫିଲିପାଇନ୍ସର ଏକ ଚର୍ଚ୍ଚରେ ଭୟଙ୍କର ବିସ୍ଫୋରଣ କାରଣରୁ ୨୧ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୧ ଜଣ ଆହତ ହୋଇଛନ୍ତି। ସେଠାରେ ନିୟୋଜିତ ଥିବା ସୁରକ୍ଷା ଅଧିକାରୀଙ୍କ ଅନୁଯାୟୀ, ଏଠାରେ ଲଗାତର ଦୁଇଟି ବିସ୍ଫୋରଣ ହୋଇଛି। ପ୍ରଥମ ବିସ୍ଫୋରଣଟି ଚର୍ଚ୍ଚ ଭିତରେ ହୋଇଥିବା ବେଳେ ଅନ୍ୟଟି ବାହାର ପାର୍କିଂରେ ହୋଇଥିଲା। ଏଥିରେ ଅନେକ ସାଧାରଣ ଲୋକଙ୍କ ସହ କିଛି ସୁରକ୍ଷାଧିକାରୀଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଘଟଣା ଘଟିଥିବା ଅଞ୍ଚଳରେ ଅଧିକ ମୁସଲିମ୍ ବ୍ୟକ୍ତି ବାସ କରୁଥିବା ଜଣାପଡ଼ିଛି। ତେବେ ଏପର୍ୟ୍ୟନ୍ତ ଘଟଣା ପଛର କାରଣ କିଛି ଜଣାପଡ଼ି ନାହିଁ।

Share

Leave a Reply

Your email address will not be published. Required fields are marked *

18 − six =