ସୋସିଆଲ ମିଡିଆରୁ ସୁଶାନ୍ତଙ୍କ ମୃତଦେହ ଡିଲିଟ୍ କର: ପୋଲିସ

ଅଭିନେତା ସୁଶାନ୍ତ ସିଂ ରାଜପୁତ ରବିବାର ମୁମ୍ବାଇ ବାନ୍ଦ୍ରା ସ୍ଥିତ ନିଜ ବାସଭବନରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ତାଙ୍କ ମୃତ୍ୟୁ ପରେ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତାଙ୍କ ମରଶରୀରର ଫଟୋ ମୋବାଇଲରୁ ମୋବାଇଲକୁ ଘୁରି ବୁଲୁଛି । ଏହା ହିନ ମାନସିକତାର ପରିଚୟ ବୋଲି ମହାରାଷ୍ଟ୍ର ପୋଲିସ ଟ୍ୱିଟ୍ କରି କହିଛି । ଏହି ଫଟୋ ଯେଉଁମାନେ ସେୟାର କରିଛନ୍ତି ସେମାନଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

ମୁମ୍ବାଇ ପୋଲିସ ଟ୍ୱିଟ୍ କରି କହିଛି ଯେ, ସୋସିଆଲ ମିଡିଆ ୟୁଜର ସୁଶାନ୍ତଙ୍କ ମୃତଦେହର ଫଟୋ ସେୟାର କରିବାକୁ ନିବୃତ୍ତ ରୁହନ୍ତୁ । ଏହି ଫଟୋ ସେୟାର କରିବାର ଅର୍ଥ ହେଉଛି ହୀନ ମାନସିକତାର ପରିଚୟ । ଯେଉଁମାନେ ଏହାକୁ ସେୟାର କରିଛନ୍ତୁ ତୁରନ୍ତ ଡିଲିଟ୍ କରିଦିଅନ୍ତୁ । ଏହି ଫଟୋ ସେୟାର କରିବା ଆଇନ ଅନୁଯାୟୀ ଅପରାଧ ଅଟେ । ଏହା ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି ।

Share

Leave a Reply

Your email address will not be published. Required fields are marked *

five × one =