ଲୋକସଭାରୁ ବିଦା ହୋଇପାରନ୍ତି ସନ୍ନି

ନୂଆଦିଲ୍ଲୀ()   ଅଭିନୟରୁ ରାଜନୀତିକୁ ଆସି ବିଜେପି ଟିକେଟ୍ରୁ ସାଂସଦ ହୋଇଥିବା ସନ୍ନି ଦେଓଲଙ୍କ ପାଇଁ ଅଡ଼ୁଆ ହୋଇଛି ନିର୍ବାଚନୀ ଖର୍ଚ୍ଚ। ନିର୍ବାଚନ କମିଶନ ଲୋକସଭା ପ୍ରାର୍ଥୀଙ୍କ ଉପରେ ସମୁଦାୟ ୭୦ ଲକ୍ଷ ଟଙ୍କା ଖର୍ଚ୍ଚ କରିବାର ସୀମା ରଖିଥିଲେ। ତେବେ ବର୍ତ୍ତମାନ ସନ୍ନି ଦିଓଲ ନିର୍ବାଚନୀ ପ୍ରଚାରରେ ୮୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବା ସୂଚନା ମିଳିଛି। ନିୟମ ଅନୁଯାୟୀ, ନିର୍ଦ୍ଧାରିତ ସୀମାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥିବା ପ୍ରାର୍ଥୀଙ୍କ ବିରୋଧରେ କଡା କାର୍ୟ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଥିଲା। ଏପରିକି ଅଧିକ ଟଙ୍କା ଖର୍ଚ୍ଚ କରି ଯଦି କୌଣସି ପ୍ରାର୍ଥୀ ବିଜୟ ହାସଲ କରୁଛନ୍ତି ତେବେ ତାଙ୍କର ସଦସ୍ୟତା ରଦ୍ଦ କରାଯିବ ବୋଲି ମଧ୍ୟ କୁହାଯାଇଥିଲା।

ଇସିଙ୍କ କହିବା ଅନୁଯାୟୀ, ନିର୍ବାଚନୀ ଖର୍ଚ୍ଚ ପାଇଁ ଧାର୍ୟ୍ୟ ହୋଇଥିବା ସୀମା ଟପିଲେ ସେଭଳି ସାଂସଦଙ୍କ ଉପରେ କଡ଼ା କାର୍ୟ୍ୟାନୁଷ୍ଠାନ ନିଆଯିବ। ଏଭଳି ସାଂସଦଙ୍କୁ ନିଲମ୍ବନ କରିବାର କ୍ଷମତା ମଧ୍ୟ ଇସିଙ୍କ ପାଖରେ ରହିଛି।

Share

Leave a Reply

Your email address will not be published. Required fields are marked *

4 × one =