ବଢ଼ିବ ତାତି

ରାଜ୍ୟରେ ଗତ ୪ ମାସ ହେବ ବର୍ଷା ନାହିଁ। ଗତ କିଛିଦିନ ହେବ ସମୁଦ୍ରଆଡୁ ରାଜ୍ୟକୁ ପ୍ରବାହିତ ବାୟୁ ଯୋଗୁ ତାତି ନିୟନ୍ତ୍ରଣରେ ରହିଛି। ତେବେ ଆସନ୍ତା ସପ୍ତାହରେ ରାଜ୍ୟରେ ପାରଦ ଉପରମୁହାଁ ହେବାର ସମ୍ଭାବନା ରହିଛି। ଏପରିକି ପାରଦ ୪୦ ଡିଗ୍ରୀ ସେଲ୍‌ସିୟସ ଉପରକୁ ଟପିଯିବା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ମଙ୍ଗଳବାର ସୋନପୁରରେ ସର୍ବାଧିକ ୩୭.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ବୌଦ୍ଧ ୩୭.୫, ତାଳଚେର ୩୭, ବଲାଙ୍ଗୀର ୩୭, ଭୁବନେଶ୍ୱରରେ ସର୍ବାଧିକ ୩୬.୭ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଛି।

Share

Leave a Reply

Your email address will not be published. Required fields are marked *

five × 5 =