ଯୁଦ୍ଧ ଅଧିକ ଦିନ ଚାଲିଲେ ପରମାଣୁ ଆକ୍ରମଣ କରାଯିବ:ରୁଷ୍‌

୫୦ ଦିନରୁ ଊର୍ଦ୍ଧ୍ୱକୁ ବ୍ୟାପିଛି ରୁଷ-ୟୁକ୍ରେନ ଯୁଦ୍ଧ । ୟୁକ୍ରେନର ସମସ୍ତ ଅଞ୍ଚଳରେ ଏକକାଳୀନ ଏୟାର ଷ୍ଟ୍ରାଇକ୍ ଆଲର୍ଟ ଘୋଷଣା କରିବା ପରେ ରୁଷ୍ କିଭ୍‌ରେ ଲଗାତାର ଗୋଟିଏ ପରେ ଗୋଟିଏ ୩ ଟି ମିସାଇଲ୍ ମାଡ଼ କରିଛି । ଏଥି ସହିତ ରୁଷ ଧମକ ଦେଇଛି ଯେ ଯଦି ଯୁଦ୍ଧ ଜାରି ରହେ, ତେବେ ଆମେ ପରମାଣୁ ଆକ୍ରମଣ ମଧ୍ୟ କରିବାକୁ ପଛାଇବୁ ନାହିଁ ।
ଅପରପକ୍ଷେ ୟୁକ୍ରେନ ଆକ୍ରମଣର ଶିକାର ହୋଇ ରୁଷର କ୍ଷେପଣାସ୍ତ୍ର ଯୁଦ୍ଧ ଜାହାଜ ବୁଡ଼ି ଯାଇଛି । ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ଗୁରୁବାର ବିଳମ୍ବିତ ରାତିରେ କହିଛି ଯେ ୟୁକ୍ରେନରେ ହୋଇଥିବା ସାମରିକ ଅପରେସନରେ କ୍ଷତିଗ୍ରସ୍ତ ହେବା ପରେ ଯୁଦ୍ଧ ଜାହାଜ ମୁସ୍କା କୃଷ୍ଣ ସାଗରରେ ବୁଡ଼ି ଯାଇଛି । ଜାହାଜକୁ ଟାଣିବା ସମୟରେ ଭାରସାମ୍ୟ ହରାଇବା ହେତୁ ଏହା ଘଟିଛି । ଏଥି ସହିତ, ୟୁକ୍ରେନର ସାଉଥ୍ ମିଲିଟାରୀ କମାଣ୍ଡ ବୁଧବାର ବିଳମ୍ବିତ ରାତିରେ ଦାବି କରିଛି ଯେ ଏହା ନେପଚୁନ୍ ଆଣ୍ଟି-ଜାହାଜ କ୍ଷେପଣାସ୍ତ୍ର ସହିତ ରୁଷର ଯୁଦ୍ଧ ଜାହାଜ ମାସ୍କାଭାକୁ ଧ୍ୱଂସ କରିଛି। ଆକ୍ରମଣ ପରେ ଏହା ବୁଡ଼ିବାକୁ ଲାଗିଲା ଏବଂ କର୍ମଚାରୀମାନେ ଜାହାଜ ଛାଡିବାକୁ ବାଧ୍ୟ ହେଲେ । ତେବେ ରୁଷ ଯୁଦ୍ଧ ଜାହାଜ କ୍ଷେପଣାସ୍ତ୍ର ଆକ୍ରମଣକୁ ଅସ୍ୱୀକାର କରିସାରିଛି। ଯୁଦ୍ଧ ଜାହାଜରେ ନିଆଁ କିପରି ଆରମ୍ଭ ହୋଇଛି ତାହାର ଅନୁସନ୍ଧାନ କରାଯିବ ବୋଲି ରୁଷ୍ କହିଛି ।

Share

Leave a Reply

Your email address will not be published. Required fields are marked *

three × 5 =