ଦିଲ୍ଲୀରେ ପୁଣି ଲାଗୁ ହୋଇପାରେ କରୋନା କଟକଣା

ପୁଣି ଲାଗୁ ହୋଇପାରେ କରୋନା କଟକଣା । କୋଭିଡ ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବଢୁଥିବାବେଳେ କଟକଣା ଲାଗୁ କରିବା ଲାଗି ଚିନ୍ତା କରୁଛନ୍ତି କର୍ତ୍ତୃପକ୍ଷ । ଏନେଇ ଆସନ୍ତା ଏପ୍ରିଲ ୨୦ରେ ବୈଠକ ଡ଼ିକିଛି ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ବା ଡିଡିଏମଏ । ଏହି ବୈଠକରେ ମାସ୍କକୁ ବାଧ୍ୟତାମୂଳକ କରିବା, ସାମାଜିକ ଦୂରତା ଆଦି କଟକଣା ନେଇ ଆଲୋଚନା କରାଯାଇପାରେ । ଏହି ବୈଠକରେ ଲେଫଟନାଣ୍ଟ ଗଭର୍ଣ୍ଣର ଅନୀଲ ବାଇଜଲ, ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ, ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଉପସ୍ଥିତ ରହିବେ । ଗତ ସୋମବାର ୧୩୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଗୁରୁବାର ୩୨୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ଦିଲ୍ଲୀରେ ପଜିଟିଭିଟି ହାର ୨.୩୯ ପ୍ରତିଶତ ରହିଛି । 

Share

Leave a Reply

Your email address will not be published. Required fields are marked *

thirteen − two =