Friday, October 30, 2026
Latestରାଜ୍ୟ

ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା

ଭୁବନେଶ୍ୱର() ଗତ ୨୪ ଘଣ୍ଟାରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୫୨ ହଜାର ୭୯୫ କରୋନା ଟେଷ୍ଟ ହୋଇଛି ।ଏଥିପାଇଁ ସ୍ୱାସ୍ଥ୍ୟ କର୍ମୀଙ୍କ ନିରନ୍ତର ପ୍ରୟାସକୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଟୁଇଟରେ କୁହାଯାଇଛି, ସ୍ୱାସ୍ଥ୍ୟ କର୍ମୀ ଓ କରୋନା ଯୋଦ୍ଧାମାନେ ଟେଷ୍ଟ , ଟ୍ରେସ, ଓ ଟ୍ରାକକୁ ଗୁରୁତ୍ୱ ଦେଇ ନିରନ୍ତର ଭାବେ କାର୍ୟ୍ୟ କରୁଥିବାରୁ ଜୀବନ ବଂଚୁଛି ।

ତେବେ ଏହି ୫୨ ହଜାର ୭୯୫ କରୋନା ଟେଷ୍ଟ ଆରଟିପିସିଆର, ଆଣ୍ଟିଜେନ ଓ ଟ୍ରୁନଟ ମାଧ୍ୟମରେ ପରୀକ୍ଷା କରାଯାଇଛି । ତନ୍ମଧ୍ୟରୁ ଆରଟିପିସିଆରରେ ୧୦,୨୪୦, ଆଣ୍ଟିଜେନ ୪୨,୪୧୪ ଓ ଟ୍ରୁନଟ ମାଧ୍ୟମରେ ୧୪୧ଟି ଟେଷ୍ଟ କରାଯାଇଛି । ଏନେଇ ଅତିରିକ୍ତ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

5 × one =