ନିର୍ଦ୍ଦୋଷରେ ଖଲାସ ହେଲେ ପପୁ

ଭୁବନେଶ୍ୱର ବହୁ ଚର୍ଚ୍ଚିତ କାଷ୍ଟିଂକାଉଚ୍ ମାମଲା । ପପୁ ପମପମକୁ କୋର୍ଟ ନିର୍ଦ୍ଦୋଶରେ ଖଲାସ କରିଛି । କେବଳ ପପୁ ନୁହଁନ୍ତି ତାଙ୍କ ସହଯୋଗୀ ଟିଟୁ ମଧ୍ୟ ନିର୍ଦ୍ଦୋଷରେ ଖଲାସ ହୋଇଛି । ସ୍ୱତନ୍ତ୍ର ପକ୍ସୋ କୋର୍ଟ ଉଭୟଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛି । ୨୦୧୬ରେ ବହୁ ଚର୍ଚ୍ଚିତ କାଷ୍ଟିଂକାଉଚ୍ ଅଭିଯୋଗ ହୋଇଥିଲା । ଭୁବନେଶ୍ୱରର ଜନୈକ ନାବାଳିକା ଅଭିଯୋଗ କରିଥିଲେ । ଫିଲ୍ମରେ ବ୍ରେକ୍ ଦେବା ନାଁରେ ଦୁଷ୍କର୍ମ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ପପୁ ଏବଂ ଟିଟୁଙ୍କୁ ଗିରଫ କରାଯାଇଥିଲା ।
ନିର୍ଦ୍ଦୋଷରେ ଖଲାସ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି ପପୁ । ସେ କହିଛନ୍ତି, ଅଭିଯୋଗ ମିଛ ଥିଲା, ପୋଲିସ ପ୍ରେସରରେ ଗିରଫ କରିଥିଲା । ଥାନାରେ ଏତଲା ଦେବା ପରେ ମୋ ଘରେ ୭ଦିନିଆ ନୋଟିସ ଦେଲେ । ୭ଦିନିଆ ନୋଟିସ ସତ୍ତ୍ୱେ ମୋତେ ଦିନକ ପରେ ଗିରଫ କଲେ । ମୁଁ ଏକଥା ଡିଜିଙ୍କୁ ପଚାରିଲି ଯେ ମୋତେ କାହିଁକି ଗିରଫ କଲେ । ଡିଜି କହିଥିଲେ ଆମ ଉପରେ ପ୍ରେସର ଥିଲା ।

Share

Leave a Reply

Your email address will not be published. Required fields are marked *

16 + sixteen =