ଜୀବନ ନେଲା ମୋବାଇଲ୍ ଗେମ୍

ଜୀବନ ନେଲା ମୋବାଇଲ୍ ଗେମ୍। ସପ୍ତମ ଶ୍ରେଣୀ ଛାତ୍ରକୁ ହତ୍ୟାକରି ଫିଙ୍ଗିଦେଲେ ଦୁଇ ସାଙ୍ଗ। କୋରାପୁଟ ସହରର ମସିପୁଟ ଗ୍ରାମରେ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି।

ସୂଚନାନୁଯାୟୀ, ଗୁରୁବାର ଗାଁ ସ୍କୁଲ୍ ନିକଟରେ ୩ ସାଙ୍ଗ ମିଶି ମୋବାଇଲ୍ ଗେମ୍ ଖେଳୁଥିଲେ। ଏତିକି ବେଳେ ଜଣେ ସାଙ୍ଗ ଅନ୍ୟ ଦୁଇ ଜଣଙ୍କୁ ଗେମ୍ ଖେଳିବାକୁ ମୋବାଇଲ୍ ଦେଇନଥିଲା। ଏହାକୁ ନେଇ ଅନ୍ୟ ଦୁଇ ସାଙ୍ଗ ରାଗି ସମ୍ପୃକ୍ତ ଛାତ୍ରଙ୍କୁ ମାଡ଼ ମାରି ପଥରରେ ମୁଣ୍ଡକୁ ଛେଚି ହତ୍ୟା କରିଦେଇଥିଲେ। ଏହାପରେ ମୃତଦେହକୁ କୋଲାବ ନଦୀ ହୁଡ଼ାରେ ଫିଙ୍ଗି ଦେଇଥିଲେ।

ଆଜି ସକାଳୁ ମୃତ ଛାତ୍ରଙ୍କ ବାପା ମୃତଦେହ ଚିହ୍ନଟ କରିଛନ୍ତି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ୨ ନାବାଳକଙ୍କୁ ଅଟକ ରଖିଛି। ପ୍ରାଥମିକ ତଦନ୍ତରୁ ମୋବାଇଲ୍ ଗେମ୍ ପାଇଁ ହତ୍ୟା ହୋଇଥିବା ପୋଲିସ ସୂଚନା ଦେଇଛି। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

Share

Leave a Reply

Your email address will not be published. Required fields are marked *

two + three =