ଆଜିଠାରୁ ଆରମ୍ଭ ହେଲା ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର ()  ନିର୍ବାଚନରେ ବିଜେଡିକୁ ଜୟଯୁକ୍ତ କରିଥିବା ଭୋଟରଙ୍କ ପାଖକୁ ପୁଣି ଥରେ ଯିବ ବିଜେଡି । ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ କରାଯିବ । ଆଜି ଗଣେଷ ଚତୁର୍ଥୀରେ ଦଳର ସଭ୍ୟ ସଂଗ୍ରହ ପ୍ରକ୍ରିୟାର ଶୁଭାରମ୍ଭ କରି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କରିଛନ୍ତି ।

ବିଜେଡି ଓଡିଶାବାସୀଙ୍କ ଦଳ । ସାଢେ ଚାଲିକୋଟି ଓଡିଶାବାସୀ ବିଜୁ ଜନତା ଦଳର ପରିବାର । ରାଜ୍ୟର ପ୍ରତି ସହ ପ୍ରତି ଗାଁ ଓ ପ୍ରତି ଘରୁ ବିଜେଡି ଆଶୀର୍ବାଦ ପାଇଛି । ଏହି ସଭ୍ୟ ସଂଗ୍ରହ ଅଭିଯାନ ଜରିଆରେ ପୁଣି ଥରେ ସେମାନଙ୍କୁ ଭେଟିବ ଦଳ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ଏହି ଅଭିଯାନରେ ଦଳ ପୁଣି ଥରେ ମା ମାନଙ୍କୁ ବେଟିବା, ଚାଷୀ ଭାଇ ଭଉଣୀ, ଯୁବକ, ସାଧାରଣ ଲୋକଙ୍କୁ ଭେଟିବ ଓ ସେମାନଙ୍କ ଆଶୀର୍ବାଦ ନେବ । ସେମାନଙ୍କ ଭଲ ମନ୍ଦ ବୁଝିବ । ସେମାନଙ୍କ ଶୁଭେଚ୍ଛା ନେଇ ଦଳକୁ ଆହୁରି ମଜବୁତ କରାଯିବ । ମୋର ପୂରା ବିଶ୍ବାସ ଓଡିଶାବାସୀଙ୍କ ସହଯୋଗରେ ସଭ୍ୟ ସଂଗ୍ରହ ଅଭିଯାନ ସମ୍ପୁର୍ଣ୍ଣ ସଫଳ ହେବ” ।

ବିଜେଡିର ଟାର୍ଗେଟ ୨୦୨୪ । ଦଳକୁ ଆହୁରି ମଜବୁତ କରିବାକୁ, ଦଳୀୟ ସଦସ୍ୟଙ୍କ ସଂଖ୍ୟା ଦୁଇ ଗୁଣା କରିବାକୁ ଅଭିଯାନ ଆରମ୍ଭ କରିଛି ବିଜେଡି ।  ଆଜିଠାରୁ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ନୂଆ ସଦସ୍ୟ ସଂଗ୍ରହ କରିବ ଦଳ । ଛାତ୍ର, ମହିଳା ଓ ଯୁବକଙ୍କୁ ଗୁରୁତ୍ବ ଦେବାକୁ ନିଷ୍ପତି ନିଆଯାଇଛି । ସଭ୍ୟ ସଂଗ୍ରହ ଅଭିଯାନରେ ୫-ଟିର ଉପଯୋଗ କରିବ ବିଜେଡି । ବର୍ତମାନ ବିଜେଡିର ୪୭ ଲକ୍ଷ ସଦସ୍ୟ ଥିବା ବେଳେ ପରିବର୍ଦ୍ଧିତ କାର୍ଯ୍ୟକାରିଣୀରେ ଏହାର ଦୁଇ ଗୁଣା ସଦସ୍ୟ ସଂଗ୍ରହ କରିବା ପାଇଁ ଟାର୍ଗେଟ ରଖାଯାଇଛି ।

ସଭ୍ୟ ସଂଗ୍ରହ ଅଭିଯାନରେ ଫାଇଭ-ଟିର ଉପଯୋଗ କରିବାକୁ ନିଷ୍ପତି ନେଇଛି ବିଜେଡି । ଏହି କ୍ରମରେ ଦଳରେ ସାମିଲ ହେଉଥିବା ପ୍ରତି ସଦସ୍ୟଙ୍କ ଆଧାର ଲିଙ୍କ କରାଯିବ । ସମସ୍ତ ସଦସ୍ୟଙ୍କ ନାଁ ବିଜେଡି ୱେବ ସାଇଟରେ ଉପଲବ୍ଧ ହେବ । ସେପଟେ ସଦସ୍ୟ ସଂଗ୍ରହ ପାଇଁ ନୂଆ ଫର୍ମୁଲା ତିଆରି କରିଛି ଦଳ । ପ୍ରତି ୱାର୍ଡରୁ ୪ ଜଣ ସକ୍ରିୟ ସଦସ୍ୟ, ପ୍ରତି ଏନଏସିରୁ ୫ ଜଣ ସକ୍ରିୟ ସଦସ୍ୟ ହେବେ, ମ୍ୟୁନିସିପାଲଟି ସ୍ତରରେ ୧୫ ଜଣ ଓ ମହାନଗର ନିଗମରେ ୪୦ ଜଣ ସକ୍ରିୟ ସଦସ୍ୟ ରହିବେ । ପ୍ରତି ସକ୍ରିୟ ସଦସ୍ୟ ନିଜକୁ ମିଶାଇ ୨୫ ଜଣ ସଭ୍ୟ ସଂଗ୍ରହ କରିବେ । ସଭ୍ୟ ସଂଗ୍ରହ ଅଭିଯାନରେ ସକ୍ରିୟ ଭାବେ ବିଜେଡି ନେତାମାନେ ସାମିଲ ହେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତକାଲି ଆହ୍ବାନ ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − eight =