ଓଡିଆ ସହିଦଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୋକ, ପରିବାର ସହ କଥା ହେଲେ

ଭୁବନେଶ୍ବର () ପୁଲୱାମା ଆତଙ୍କି ଆକ୍ରମଣରେ ସହିଦ ହୋଇଛନ୍ତି ଦୁଇଜଣ ଓଡିଆ ଯବାନ। ସେମାନେ ହେଲେ ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଏବଂ ନିଆଳି ରତନପୁର ଗାଁ ମନୋଜ ବେହେରା। ପ୍ରସନ୍ନ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମା ଓ ପତ୍ନୀ ଗୁମୁରି ଗୁମୁରି କାନ୍ଦୁଛନ୍ତି । ପ୍ରସନ୍ନ ବହୁତ ମେଳାପୀ ଥିଲେ । କିଛିଦିନ ତଳେ ସେ ଗାଁକୁ ଆସିଥିଲେ । ତେବେ ହଠାତ୍ ତାଙ୍କ ସହିଦ ହେବା ଖବରକୁ କେହି ବିଶ୍ବାସ କରିପାରୁନାହାନ୍ତି ।

ସେପଟେ ନିଆଳି ରତନପୁର ଗାଁର ମନୋଜ ବେହେରା ମଧ୍ୟ ପୁଲୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଛନ୍ତି । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି । ମନୋଜଙ୍କ ଦୁଇବର୍ଷର ଝିଅ ଅଛି । ମନୋଜଙ୍କୁ ଗାଁ ଲୋକେ ଝୁରୁଛନ୍ତି ।

ପୁଲୱାମା ଆକ୍ରମଣରେ ସହିଦ ହୋଇଥିବା ବୀର ଓଡିଆ ଜବାନଙ୍କ ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରେ ନିଜ ପ୍ରକୋଷ୍ଠରେ ଏକ ମିନିଟ ନିରବ ପ୍ରାର୍ଥନା କରିବା ସହ ସହିଦଙ୍କ ପରିବାର ସହ ଫୋନରେ କଥା ହୋଇଛନ୍ତି । ସଦିହଙ୍କ ଶେଷକୃତ୍ୟ ଏବଂ ଅନ୍ୟାନ ସହଯୋଗ ପାଇଁ ନବୀନ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା ଓ ସ୍ବାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ସେମାନଙ୍କ ପରିବାରକୁ ଭେଟିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟମନ୍ତ୍ରୀ ଟେଲିଫୋନରେ ପ୍ରସନ୍ନଙ୍କ ମା ଓ ମନୋଜଙ୍କ ପତ୍ନୀଙ୍କ ସହ ଟେଲିଫୋନରେ କଥା ହୋଇ କହିଥିଲେ ଯେ, ମାଁ ମୁ ବହୁତ ଦୁଖୀ । ପୁଲୱାମା ଆକ୍ରମଣକୁ ମୁଖ୍ୟମନ୍ତ୍ରୀ କଡା ଭାଷାରେ ନିନ୍ଦା କରିବା ସହ ସେମାନଙ୍କ ନିକଟତମ ଆତ୍ମୀୟଙ୍କୁ 10 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି ।

ସିଆରପିଏଫ୍ ପକ୍ଷରୁ ସଦ୍ୟ ଜାରି କରାଯାଇଥିବା ରିପୋର୍ଟ ଅନୁଯାୟୀ ୩୭ ଜଣ ଯବାନ ପ୍ରାଣ ହରାଇଛନ୍ତି । ଆତଙ୍କବାଦୀ ଆକ୍ରମଣରେ ୪୫ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୩ଜଣ ଗୁରୁତର ଥିବା ବେଳେ ସେମାନଙ୍କୁ ଶ୍ରୀନଗରର ଆର୍ମି ବେସ ହସ୍ପିଟାଲରେ ଭର୍ତି କରାଯାଇଛି । ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା । ତେଣୁ ଏତେ ବଡ ଆକ୍ରମଣ କେମିତି ହେଲା ତଦନ୍ତ ପାଇଁ ଆଜି ଘଟଣାସ୍ଥଳକୁ ଯିବ ଏନଆଇଏର ୧୨ ଜଣିଆ ଟିମ୍ । ଏନଆଇଏ ସହ ଏନଏସଜି ଟିମ୍ ବି ପୁଲୱାମା ଯିବ । ସେପଟେ ଜମ୍ମୁ କାଶ୍ମୀରରେ ମୁତୟନ ସୁରକ୍ଷାକର୍ମୀଙ୍କର ଆଜି ଗୁରୁତ୍ବପୂଣ୍ଣ ବୈଠକ ବସିବ । ଏଥିରେ ସିଆରପିଏଫର ଉଚ୍ଚ ପଦସ୍ଥ ଅଧିକାରୀ ସାମିଲ ହେବେ

Share

Leave a Reply

Your email address will not be published. Required fields are marked *

six + three =