ଆସିଗଲା ସିମ୍ବାର ଗୀତ

ରୋହିତ ସେଟ୍ଟୀଙ୍କ ନିର୍ଦ୍ଦେଶିତ ଆଗାମୀ ଫିଲ୍ମ ସିମ୍ଭାର ଏକ ଗୀତ ରିଲିଜ ହୋଇଛି
। କହିବାକୁ ଗଲେ ବର୍ତ୍ତମାନର ରିମେକ୍ ଯୁଗରେ ସାମିଲ ହୋଇଛି ଆଉ ଏକ ରିମେକ୍ ଗୀତ। ଏଥିରେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସୁଥିବା ରଣବୀର ସିଂ ଏବଂ ସାରା ଅଲ୍ଲି ଖାନଙ୍କୁ ଦେଖିବାକୁ ମିଳିଛି। ଖାଲି ତାହା ନୁହଁ ଗୀତଟି ଦମଦାର ହେବା ସହ ଏଥିରେ ନଜର ଆସିଥିବା କଳାକାର ମଧ୍ୟ ରହିଛନ୍ତି ଦମଦାର । ଗୀତଟିର ବୋଲ ଆଖ ମାରେ ରହିଥିବା ବେଳେ ଏଥିରେ ଏକା ସାଙ୍ଗରେ କରଣ ଜୋହର ଏବଂ ସଂପୂର୍ଣ୍ଣ ଗୋଲମାଲ ଟିମ୍ ନଜର ଆସିଛନ୍ତି।
ତେବେ ଗୀତଟିକୁ ଆଜି ରିଲିଜ୍ କରିବା ପଛରେ ରହିଛି ଏକ ଖାସ କାରଣ। ପୁରୁଣା ଆଖ୍ ମାରେ ଗୀତଟି ଫିଲ୍ମ ତେରେ ମେରେ ସପନେର ହୋଇଥିବା ବେଳେ ଏଥିରେ ନଜର ଆସିଥିଲେ ଅଭିନେତା ଅର୍ସଦ ୱାରସି। ସେହି ଫିଲ୍ମଟି ୬ ଡ଼ିସେମ୍ବର ୧୯୯୬ ମସିହାରେ ରିଲିଜ୍ ହୋଇଥିବା ବେଳେ ଫିଲ୍ମର ସୁପରହିଟ ଗୀତର ରିମେକକୁ ଆଜି ରିଲିଜ୍ କରାଯାଇଛି। ଗୀତଟିକୁ ମାତ୍ର ୪ ଘଣ୍ଟା ମଧ୍ୟରେ ୯୬ହଜାର ଲୋକ ଦେଖିସାରିଲେଣି।

Share

Leave a Reply

Your email address will not be published. Required fields are marked *

1 × five =