ଘଡଘଡି ସହ ବର୍ଷା ସମ୍ଭାବନା

ଭୁବନେଶ୍ୱର() ଆଜି ରାଜ୍ୟରେ ଘଡିଘଡି ସହ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ସତର୍କ ସୂଚନା ଜାରି କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ର ପକ୍ଷରୁ ୧୧ଟି ଜିଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି । ଏହି ଜିଲାଗୁଡିକ ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା, ଯାଜପୁର, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ଗଞ୍ଜାମ, ନୟାଗଡ଼, କଟକ, ଢେଙ୍କାନାଳ ଓ ନବରଙ୍ଗପୁର।

ସେପଟେ ବଜ୍ରପାତ ମୁକାବିଲା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟ ତୁଳନାରେ ଆଗରେ ରହିଛି । ଗତ ୪ ମାସ ଭିତରେ ଓଡ଼ିଶାରେ ପ୍ରାୟ ୯ ଲକ୍ଷରୁ ଅଧିକ ବଜ୍ରପାତ ହୋଇଥିବାବେଳେ ଏଥିରେ ୧୨୯ ଜଣ ବ୍ୟକ୍ତିଙ୍କର ପ୍ରାଣହାନୀ ଘଟିଛି । ଓଡ଼ିଶା ବିପର୍ୟ୍ୟୟ ପରିଚାଳନା କର୍ତ୍ତୃପକ୍ଷ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ କହିଛନ୍ତି ବଜ୍ରପାତ ସଂକ୍ରାନ୍ତରେ ଲୋକଙ୍କୁ ଏସଏମଏସ ଓ ସତର୍କ ଆପ୍ ଜରିଆରେ ଆଗୁଆ ସୂଚନା ପ୍ରଦାନ ଯୋଗୁଁ ସେମାନଙ୍କ ଜୀବନରକ୍ଷା କରାଯାଇପାରୁଛି । ଚଳିତବର୍ଷ ଏପ୍ରିଲ ପହିଲାରୁ ଜୁଲାଇ ୩୧ ମଧ୍ୟରେ ସମଗ୍ର ଦେଶରେ ୬୪ ଲକ୍ଷ ୫୫ ହଜାର ୫୪୦ଟି ବଜ୍ରପାତ ହୋଇଥିବାବେଳେ କେବଳ ଓଡ଼ିଶାରେ ୯ ଲକ୍ଷ ୨୯୬ଟି ଘଟିଛି । ଏହି ସମୟ ଭିତରେ ଉତ୍ତରପ୍ରଦେଶରେ ସର୍ବାଧିକ ୨୪୪ଜଣଙ୍କ ପ୍ରାଣହାନୀ ଘଟିଛି । କ୍ଲାଇମେଟ ରେସିଲିଏଣ୍ଟ ସିଷ୍ଟମ ପ୍ରମୋସନ କାଉନସିଲ ପକ୍ଷରୁ ପ୍ରସ୍ତୁତ ରିପୋର୍ଟ ଅନୁଯାୟୀ ଚଳିତ ମୌସୁମୀ ଋତୁରେ ଓଡ଼ିଶା ଓ କର୍ଣ୍ଣାଟକ ବଜ୍ରପାତ ମୁକାବିଲାରେ ସବୁଠାରୁ ଆଗରେ ରହିଛନ୍ତି ।

Share

Leave a Reply

Your email address will not be published. Required fields are marked *

1 × four =