୮ଟଙ୍କା ୩୬ପଇସା କମିଲା ଡିଜେଲ ଦର

ଦିନକୁ ଦିନ କରୋନା ତାର କାୟା ବିସ୍ତାର କରିବାରେ ଲାଗିଛି ।  କରୋନା ପାଇଁ ବେଶି ପ୍ରଭାବିତ ହୋଇଛି ଦିଲ୍ଲୀ । କିନ୍ତୁ ଏହାରି ମଧ୍ୟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏକ ବଡ଼ ଘୋଷଣା କରିଛନ୍ତି । କରୋନା ସମୟରେ ଡ଼ିଜେଲ ଓ ପେଟ୍ରୋଲ ଦର ହୁ ହୁ ହୋଇ ବଢ଼ି ଚାଲୁଥିବା ବେଳେ ଡ଼ିଜେଲ ଦାମରେ ବଡ଼ ଧରଣର ହ୍ରାସ କରିଛନ୍ତି କେଜ୍ରିୱାଲ । ଡିଜେଲ ଲିଟର ପିଛା ୮ଟଙ୍କା ୩୬ପଇସା ସେ ହ୍ରାସ କରିିଛନ୍ତି । ଡିଜେଲ ଉପରେ ଭାଟ୍ ହ୍ରାସ କରିଛନ୍ତି ଦିଲ୍ଲୀ ସରକାର । ଭାଟ୍ ହ୍ରାସ ପରେ ୩୦ ପ୍ରତିଶତରୁ ଖସି ୧୬.୭୫ ପ୍ରତିଶତ ହୋଇଥିବା ନେଇ ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

4 + 16 =