ଆମକୁ ଲକଡାଉନରୁ ବର୍ତ୍ତିବାକୁ ପଡିବ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ଦେଶରେ କରୋନାର ଦ୍ୱିତୀୟ ଲହର ଦେଶରେ ହାହାକାର ସୃଷ୍ଟି କଲାଣି । ଦେଶରେ ଅଧିକାଂଶ ରାଜ୍ୟ ଲକଡାଉନ୍, ସଟଡାଉନ୍ ପନ୍ଥା ଆପଣାଇଲେଣି । ଦେଶରେ ସ୍ଥିତି ବିଗିଡିଗଲାଣି । ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟ ଲହର ସ୍ଥିତିରେ ପ୍ରଥମ ଥର ପାଇଁ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କରୋନାରେ ଯେଉଁମାନେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ସେମାନଙ୍କ ପରିବାରକୁ ମୁଁ ଗଭୀର ସମବେଦନା ଜଣାଉଛି । ଡାକ୍ତର, ମେଡିକାଲ ଷ୍ଟାଫ, ପାରାମେଡିକାଲ ଷ୍ଟାଫ, ସଫେଇ ର୍କମଚାରୀ, ଆମ୍ବୁଲାନ୍ସ ଡ୍ରାଇଭର, ସୁରକ୍ଷାବଳ, ପୋଲିସ କର୍ମୀଙ୍କୁ ମୁଁ ହୃଦୟତାର ଧନ୍ୟବାଦ ଦେଉଛି । ଆପଣମାନେ କରୋନାର ପ୍ରଥମ ଲହରରେ କରୋନା ସହ ଲଢ଼େଇ କରି ଆମକୁ ସୁରକ୍ଷା ଦେଇଛନ୍ତି । ଏବେ ମଧ୍ୟ ଆପଣମାନେ ଆପଣଙ୍କ ପରିବାରକୁ ଭୁଲି ଆମ ମାନଙ୍କର ଜୀବନ ରକ୍ଷା ଦିନରାତି ପରିଶ୍ରମ କରୁଛନ୍ତି । କଠିନରୁ କଠିନ ସମୟରେ ଧୈର୍ଯ୍ୟ ହରାଇବା ଉଚିତ୍ ନୁହେଁ । ତେଣୁ ସବୁବେଳେ କଠିନ ସମୟରେ ସଠିକ୍ ନିଷ୍ପତ୍ତି, ସଠିକ୍ ଦିଗରେ ଅଗ୍ରସର ହେବା ଉଚିତ । ଯାହାଫଳରେ ଆମେ ସଫଳତା ହାସଲ କରିପାରିବା । ଅନୁଶାସନ ଓ ଧୈର୍ଯ୍ୟ ନିୟମକୁ ଆଧାର କରି ଆମେ ଲଢ଼େଇ ଜାରି ରଖିବା । ଅକ୍ସିଜେନ୍ର ଅଭାବ ଦେଶରେ ପରିଲକ୍ଷିତ ହୋଇଛି । ତେବେ ସମସ୍ତଙ୍କକୁ ଅକ୍ସିଜେନ୍ ମିଳିବା ଉଚିତ । ଏଥିପାଇଁ ରାଜ୍ୟମାନଙ୍କୁ ପ୍ରଚେଷ୍ଟା ଜାରି କରାଯାଇଛି । ଅକ୍ସିଜେନର ଡିମାଣ୍ଡ ଏବେ ବଢିଛି । ଔଷଧର ଉତ୍ପାଦନ ବୃଦ୍ଧି କରାଯାଇଛି । ଫାର୍ମା ଇଣ୍ଡଷ୍ଟି୍ରର କର୍ମୀମାନେ ଦିନରାତି ପରିଶ୍ରମ କରୁଛନ୍ତି । ଔଷଧ କମ୍ପାନୀମାନଙ୍କଠାରୁ ସମସ୍ତ ପ୍ରକାର ସାହାଯ୍ୟ ନିଆଯାଉଛି । ଦେଶରେ ଏକ ବିଶାଳ କୋଭିଡ ସେଣ୍ଟର୍ ପ୍ରସ୍ତୁତ କରାଯାଉଛି । ଦୁନିଆର ସବୁଠାରୁ ଶସ୍ତା ଭାକ୍ସିିନ ଭାରତ ନିକଟରେ ରହିଛି । ଦେଶରେ ଟିକାକରଣ ଅଭିଯାନ ଚାଲୁ ରହିଛି । ଦେଶରେ ଏଯାବତ ୧୨ କୋଟି ଟିକାକରଣ ଦିଆଯାଇସରିଛି ।

ସରକାରୀ ହସ୍ପିଟାଲରେ ମାଗଣାରେ ଟିକା ମିଳୁଛି । ଯାହାଫଳରେ ଗରିବ ଓ ମଧ୍ୟମବର୍ଗର ଲୋକମାନଙ୍କୁ ଫାଇଦା ମିଳୁଛି । ଭାକ୍ସିନକୁ ମଧ୍ୟ ୧୮ ବର୍ଷରୁ ଅଧିକ ବର୍ଗର ଯୁବବର୍ଗଙ୍କୁ ଟିକା ମିଳିବ । ଭାକ୍ସିନ ନେବା ପରେ ମଧ୍ୟ କଟକଣା ମାନିବା ଉଚିତ୍ । ତେଣୁ ରାଜ୍ୟ ପ୍ରଶାସନମାନେ ତାଙ୍କ ରାଜ୍ୟ ଯୁବକଙ୍କୁ ଯେଉଁ ସହରରେ ଅଛନ୍ତି ସେଠି ରହିବାକୁ କହିବା ଉଚିତ୍ । କାରଣ ଦ୍ୱିତୀୟ ଲହରରେ ପୂର୍ବଭଳି ସ୍ଥିତି ଦେଖିବାକୁ ମିଳିଛି । ଗତବର୍ଷର ସ୍ଥିତି ଏବେ ନାହିଁ । କାରଣ ଗତବର୍ଷ କରୋନା ସଂପର୍କରେ କୌଣସି ଜ୍ଞାନ ନଥିଲା । ଏବେ ଆମ ପାଖରେ ଟିକା ଅଛି । ତେଣୁ ଲୋକମାନେ ଯେଉଁ ସହରରେ ଅଛନ୍ତି ସେଠି ମଧ୍ୟ ଟିକାକରଣ କରାଯିବ । ତେଣୁ ଭୟର କୌଣସି ଆବଶ୍ୟକତା ନାହିଁ ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ଯୁବ ସାଥୀମାନଙ୍କୁ ଆହ୍ୱାନ ଦେଇ କହିଛନ୍ତି ରେ, ସମାଜରେ, ଗାଁରେ, ଆପାର୍ଟମେଣ୍ଟରେ ଛୋଟ ଛୋଟ କମିଟି ଗଠନ କରନ୍ତୁ । ଫଳରେ ଦେଶରେ କଣ୍ଟେନମେଣ୍ଟ କରିବାର କୌଣସି ଆବଶ୍ୟକତା ପଡିବ ନାହିଁ । କାରଣ ସ୍ୱଚ୍ଛ ଭାରତ ଅଭିଯାନବେଳେ ଛୋଟ ସାଥୀମାନଙ୍କର ବଡ ଭାଗିଦାରୀଥିଲା । ଛୋଟ ସାଥୀମାନେ ନିଜ ଘରେ ସଚେତନତା କରିବା ଉଚିତ୍ । କାରଣ ଆମକୁ ଲକଡାଉନ୍ ବର୍ତ୍ତିବାକୁ ପଡିବ । ରାଜ୍ୟମାନଙ୍କୁ ମୁଁ ଅନୁରୋଧ କରିବି ଯେ ରାଜ୍ୟରେ ଲକଡାଉନ୍ ନ ଲଗାନ୍ତୁ । ଲକଡାଉନ୍ ଅନ୍ତିମ ବିକଳ୍ପ ରୂପେ ବ୍ୟବହାର କରନ୍ତୁ । ଏଥିପାଇଁ ଲୋକଙ୍କ ଭାଗିଦାରୀ ସମ୍ପୂର୍ଣ୍ଣ ଦରକାର । ଆସନ୍ତାକାଲି ମହାନବମୀ ଅବସରରେ ଲୋକମାନଙ୍କୁ ସମସ୍ତ ଅନୁଶାସନ ପାଳନ କରିବାକୁ ଆହ୍ୱାନ ନେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

two × one =