ଦିଲ୍ଲୀ ପଛରେ, ଓଡିଶା ଆଗରେ

ନୂଆଦିଲ୍ଲୀ()  ଚିକିତ୍ସିତ କରୋନା ରୋଗୀଙ୍କ କ୍ଷେତ୍ରରେ ଦିଲ୍ଲୀକୁ ପଛରେ ପକାଇ ଦେଇଛି ଓଡ଼ିଶା  । ଦିଲ୍ଲୀ ତୁଳନାରେ ଏବେ ଓଡ଼ିଶାରେ ଅଧିକ ସକ୍ରିୟ କରୋନା ରୋଗୀ ରହିଛନ୍ତି  । ଦିଲ୍ଲୀରେ ୧୦୭୭୦ ଜଣ ରୋଗୀ ଚିକିତ୍ସିତ ହେଉଥିବାବେଳେ ଓଡ଼ିଶାରେ ଏହି ସଂଖ୍ୟା ରହିଛି ୧୧୨୩୫  ।

ଗତ ଦୁଇଦିନ ଧରି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆଉ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପ୍ରକାଶ କରାଯାଉନାହିଁ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ସଂଖ୍ୟା ହିଁ ପ୍ରକାଶ କରୁଛି । ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟାରେ ଓଡ଼ିଶା ଠାରୁ ଆଗରେ ରହିଛି ଆନ୍ଧ୍ରପ୍ରଦେଶ, ବିହାର, ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ତାମିଲନାଡ଼ୁ, ତେଲେଙ୍ଗାନା, ଉତରପ୍ରଦେଶ ଓ ପଶ୍ଚିମବଙ୍ଗ  । ଅପରପକ୍ଷରେ ଆସାମ, ଛତିଶଗଡ଼, ଗୋଆ, ହରିୟାଣା, ହିମାଚଳପ୍ରଦେଶ, ଜାମ୍ମୁକାଶ୍ମୀର, ଝାରଖଣ୍ଡ, କେରଳ, ମଧ୍ୟପ୍ରଦେଶ, ପଞ୍ଜାବ, ରାଜସ୍ଥାନ, ତ୍ରିପୁରା ଓ ଉତରାଖଣ୍ଡ ତୁଳନାରେ ଓଡ଼ିଶାରେ ଅଧିକ ରୋଗୀ ଚିକିତ୍ସିତ ହେଉଛନ୍ତି ।

ସେପଟେ ଆଜି ରାଜ୍ୟରେ ୧୨୦୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ ଜଣଙ୍କ ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

one × 2 =