ବିକାଶର ଅନ୍ୟ ନାଁ ନବୀନ : ରାଜ୍ୟ ପାଇଁ କେତେକ ଐତିହାସିକ ନିଷ୍ପତି

ଭୁବନେଶ୍ବର () ଆଦର୍ଶ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଓଡ଼ିଶାକୁ ଏକ ବିକଶିତ, ସ୍ବୟଂ ସମ୍ପୂର୍ଣ,ସଂବୃଦ୍ଧ ରାଜ୍ୟ ଭାବେ ବିଶ୍ବ ଦରବାରରେ ପ୍ରତିଷ୍ଠିତ କରିବାକୁ ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି । ନୂଆ ଓଡିଶା ଗଠନ ଦିଗରେ ସେ ଆରମ୍ଭ କରିଥିବା ଯୋଜନାଗୁଡିକ କେବଳ ଜାତୀୟ ସ୍ତରରେ ପ୍ରଶଂସିତ ହୋଇନି ବରଂ ତାଙ୍କୁ ଏକ ନିଃସ୍ବାର୍ଥପର ରାଜନେତା ଭାବେ ପରିଚିତ କରିଛି । କାରଣ ତାଙ୍କର ସମସ୍ତ ଯୋଜନା ସାଧାରଣ ଲୋକ, ଚାଷୀ, ମୂଲିଆ, ଯୁବକ, ମହିଳା ଓ ସମାଜର ପଛୁଆ ବର୍ଗ ପାଇଁ ଉଦିଷ୍ଟ ।

2000 ମସିହାରୁ ରାଜ୍ୟର ଶାସନ ଭାର ନେଇଥିବା ନବୀନ ଗତ 19 ବର୍ଷ ମଧ୍ୟରେ ଅନେକ ଯୁଗାନ୍ତକାରୀ ଓ ଐତିହାସିକ ପଦକ୍ଷେପ ନେଇଛନ୍ତି, ଯାହା ତାଙ୍କୁ ଜଣେ ମହାନାୟକରୁ ଜନନାୟକରେ ରୂପାନ୍ତରିତ କରିଛି ।

ମୋ ସରକାର – 2019ରେ ପଂଚମ ଥର ପାଇଁ ସରକାର ଗଠନ ପରେ ନବୀନଙ୍କ ସବୁଠାରୁ ବଡ ଲୋକ କୈନ୍ଦ୍ରୀୟ ଯୋଜନା ହେଉଛି, ମୋ ସରକାର । ସ୍ବାସ୍ଥ୍ୟସେବା ଓ ଥାନାରେ ଲୋକଙ୍କୁ କେଭଳି ବ୍ୟବହାର କରାଯାଉଛି, ସେମାନଙ୍କୁ କିଏ ଲାଂଚ ମାଗୁଛି କି ନାହିଁ, ସଠିକ ସେବା ପାଉଛନ୍ତି କି ନାହିଁ, ଥାନାରେ ସେମାନଙ୍କ ଆପତ୍ତି ଅଭିଯୋଗର ତଦନ୍ତ ହେଉଛି କି ନାହିଁ, ଏ ସଂପର୍କରେ ସିଧାସଳଖ ମୁଖ୍ୟମନ୍ତ୍ରୀ ଲୋକଙ୍କ ସହ କଥା ହୋଇ ସେମାନଙ୍କ ମତାମତ ସଂଗ୍ରହ କରୁଛନ୍ତି । ବିଭାଗୀୟ ସଚିବ ଏବଂ 5-ଟି ସଚିବ ନିଜେ ବିଭିନ୍ନ ଡାକ୍ତରଖାନାକୁ ଅଚାନକ ଗସ୍ତ କରି ଲୋକଙ୍କୁ ଭେଟୁଛନ୍ତି ।

5-ଟି – ଗତ ସରକାରରେ ଥ୍ରୀ-ଟିର ନାରା ଦେଇଥିବା ମୁଖ୍ୟମନ୍ତ୍ରୀ ଏଥର 5-ଟି ମନ୍ତ୍ର ଦେଇଛନ୍ତି । ଟ୍ରାନସପ୍ୟାରେନ୍ସି, ଟିମୱାର୍କ, ଟେକ୍ନୋଲୋଜିର ବ୍ୟବହାର କରି ସମୟାନୁବର୍ତ୍ତି ହୋଇ ଓଡିଶାର ରୂପାନ୍ତରଣ କରିବାକୁ ଏହି ମନ୍ତ୍ର ଦିଆଯାଇଛି । ଏହିସବୁ ଟିର ଉଚିତ ବ୍ୟବହାର ହେଉଛି କି ନାହିଁ ତାର ତଦାରଖ ପାଇଁ ଜଣେ ଦକ୍ଷ ଓ ଯୁବ ଅଫିସର ଭାବେ ଭି.କେ. ପାଣ୍ଡିଆନଙ୍କୁ ଏହାର ସଚିବ ଦାୟିତ୍ବ ଦିଆଯାଇଛି ।

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା – ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କୁ ମାଗଣା ସ୍ବାସ୍ଥ୍ୟସେବା ବା ସାର୍ବଜନୀନ ସ୍ବାସ୍ଥ୍ୟସେବା ଯୋଗାଇ ଦେବାକୁ ଆରମ୍ଭ ହୋଇଛି ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା । ଏହି ଯୋଜନାରେ ରାଜ୍ୟର 70 ପ୍ରତିଶତ ଲୋକ 5ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ସୁବିଧା ପାଇପାରିବେ । ମହିଳାମାନେ 7 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ପାଇବେ । ମାଲକାନଗିରିର ଜଣେ ମହିଳାଙ୍କ ଅନୁରୋଧରେ ମହିଳାଙ୍କ ପାଇଁ ଏହି ସୁବିଧା କରାଯାଇଛି । ଏଥିରେ ପ୍ରାୟ ଦେଢ଼ କୋଟି ମହିଳା ଉପକୃତ ହେବେ ।

ଆମ ଗାଁ ଆମ ବିକାଶ – ରାଜ୍ୟ ସରକାରଙ୍କ ଆଉ ଏକ ଐତିହାସିକ କାର୍ଯ୍ୟକ୍ରମ । ସାଧାରଣ ଗ୍ରାମୀଣ ଲୋକଙ୍କୁ ନିଜ ଅଞ୍ଚଳର ଆବଶ୍ୟକତା ଅନୁଯାୟୀ ପ୍ରକଳ୍ପ ସ୍ଥିର କରିବା ପାଇଁ ଉଦ୍ଦିଷ୍ଟ ଏହି ଯୋଜନା । ଗ୍ରାମୀଣ ଲୋକଙ୍କୁ ବିକାଶ କାର୍ଯ୍ୟରେ ଭାଗୀଦାରୀ କରିବାରେ ଏହା ସହାୟକ ହେଉଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିଜେ ପଂଚାୟତ ଏବଂ ବ୍ଲକ ସ୍ତରରେ ଲୋକଙ୍କ ସହ କଥା ହେଉଛନ୍ତି ଏବଂ ତତକ୍ଷଣାତ ପ୍ରକଳ୍ପକୁ ମଂଜୁରୀ ଦେଉଛନ୍ତି ।

ବିଜୁ ଯୁବ ବାହିନୀ – କ୍ରିଡା ଓ ସମାଜ ସେବା ଜରିଆରେ ଯୁବକଙ୍କ ମଧ୍ୟରେ ନେତୃତ୍ବର ବିକାଶ,ସମାଜସେବା ଏବଂ ସୁସ୍ଥ ଜୀବନଯାପନର ବାର୍ତ୍ତା ପହଁଚାଇବା ଏହି ଯୋଜନାର ମୂଳ ଲକ୍ଷ୍ୟ । ଆଗକୁ ଏହାକୁ ଅଧିକ କ୍ରିୟାଶୀଳ ଓ ଲୋକାଭିମୁଖୀ କରିବାକୁ ବିଜୁ ସ୍ବେଚ୍ଛେସେବୀ ୱିଙ୍ଗ ଗଠନ କରାଯିବ ।

କାଳିଆ – ଚାଷୀଙ୍କୁ ନେଇ ସବୁ ଦଳ ରାଜନୀତି କରୁଥିବା ବେଳେ ମୁଖ୍ୟମନ୍ତ୍ରୀ କୃଷି ଓ କୃଷକ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଆରମ୍ଭ କରିଛନ୍ତି କାଳିଆ ଯୋଜନା । ଏହାଦ୍ବାରା ରାଜ୍ୟର ପ୍ରାୟ 92ପ୍ରତିଶତ ଚାଷୀ ପରିବାର ବା 30 ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ ।

ଗୋପବନ୍ଧୁ ସ୍ବାମାଦିକ ସ୍ବାସ୍ଥ୍ୟ ବୀମା ଯୋଜନା – ସାମ୍ବାଦିକମାନେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ କୌଣସି ସରକାର କେବେ ଚିନ୍ତା କରିନଥିଲେ । ପ୍ରଥମ ଥର ପାଇଁ ସରକାର ସାମ୍ବାଦିକଙ୍କ ପାଇଁ ସ୍ବାସ୍ଥ୍ୟ ବୀମା ଯୋଜନା ଆରମ୍ଭ କରିଛନ୍ତି । କାର୍ଯ୍ୟ କରୁଥିବା ସମ୍ବାଦିକଙ୍କୁ ବାର୍ଷିକ 2 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ଦିଆଯିବ ।

ମହିଳା ଚାଷୀଙ୍କ ପାଇଁ ମାଗଣା ସ୍ମାର୍ଟ ଫୋନ -ମହିଳାମାନଙ୍କ ଡିଜିଟାଲ ସଶକ୍ତିକରଣ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ମହିଳା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବଜାର ଦର, ପାଣିପାଗ ସ୍ଥିତି ଏବଂ ନୂଆ କୃଷି ସାମଗ୍ରୀ ସଂପର୍କରେ ସଚେତନ କରିବାକୁ ଏହି ଯୋଜନା କାର୍ଯ୍ୟକାରୀ ହୋଇଛି ।

ଜାଗା ମିଶନ – ପ୍ରଥମ ଥର ପାଇଁ ଦେଶରେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କୁ ଜମି ଅଧିକାର ପ୍ରଦାନ କରିଛନ୍ତି । ଏହି ଯୋଜନାରେ ବସ୍ତି ବାସିନ୍ଦାଙ୍କ ମୁହଁରେ ହସ ଫୁଟାଇବାକୁ ରାଜ୍ୟ ସରକାର ସେମାନଙ୍କୁ ସହରାଞ୍ଚଳରେ ଜମି ଅଧିକାର ପ୍ରଦାନ କରିଛନ୍ତି ।

ସଙ୍କଳ୍ପ – ଶ୍ରେଷ୍ଠ ଛାତ୍ର, ଶ୍ରେଷ୍ଠ ସ୍କୁଲ ଓ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କ ଅଭିଭାବକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନା । ଏଥିରେ ଶ୍ରେଷ୍ଠ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମେଧାବୃତ୍ତି ଓ ଓଡିଆ ଭାଷାବୃତ୍ତି ପୁରସ୍କାର ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ ଅଭିନକ କୃଷି ଯନ୍ତ୍ରପାତି ସମ୍ମାନ ଯୋଜନା – କୃଷି ଓ କୃଷି ଶ୍ରମିକଙ୍କ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଅଭିନବ କୃଷି ଯନ୍ତ୍ରପାତି କିମ୍ବା ପ୍ରଣାଳି ଅବଲମ୍ବନ କରୁଥିବା ଚାଷୀଙ୍କୁ ସମ୍ମାନିତ କରାଯିବ ।

ମୁଖ୍ୟମନ୍ତ୍ରୀ କୃଷକ ଉଦ୍ୟୋଗ ଯୋଜନା – କୃଷି ଭିତ୍ତିକ ଶିଳ୍ପରେ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ସାଙ୍ଗକୁ ଚାଷୀଙ୍କ ଆୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏହି ଯୋଜନା ଆରମ୍ଭ ହୋଇଛି ।

ଓଡିଶା ସର୍ବକ୍ଷମା ଯୋଜନା – ସହରାଞ୍ଚଳରେ ଆଇନ କାନୁନର ଉଲଂଘନ କରି କିମ୍ବା ବିଲ୍ଡିଂ ପ୍ଲାନର ଗ୍ରହଣୀୟ ଉଲଂଘନ କରିଥିବା ବ୍ୟକ୍ତିଙ୍କୁ ସେମାନଙ୍କ କୋଠାବାଡିର ନିୟମିତକରଣ କରିବାରେ ଏହି ଯୋଜନା ଜରିଆରେ ଗୃହ ଓ ନଗର ଉନ୍ନୟନ ବିଭାଗ ସହାୟତା କରିବ ।

ଖୁସୀ ଯୋଜନା – ମହିଳା ସଶକ୍ତିକରଣ ସହ ବାଳିକାଙ୍କ ସ୍ବାସ୍ଥ୍ୟ ଓ ସମ୍ମାନ ପାଇଁ ଆଉ ପାଦେ ଆଗେଇ ଯାଇ ରାଜ୍ୟ ସରକାର ସ୍କୁଲରେ ପାଠ ପଢୁଥିବା ବାଳିକାଙ୍କୁ ମାଗଣାରେ ସାନିଟାରି ନ୍ୟାପକିନ ପ୍ରଦାନ କରିବେ ।

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା – ରାଜ୍ୟର କଳା, ସଂସ୍କୃତି ଓ ସାହିତ୍ୟର ପ୍ରଚାର ପ୍ରସାର ଓ ବିକାଶରେ କଳାକାରମାନେ ଏକ ଗୁରୁତ୍ବପୂର୍ଣ୍ଣ ଭୂମୀକା ନେଇଥାନ୍ତି । ସେମାନଙ୍କ ଉଦ୍ୟମକୁ ସମ୍ମାନ ଜଣାଇ ରାଜ୍ୟ ସରକାର ଏହି ଯୋଜନା ଜରିଆରେ ରାଜ୍ୟର 50 ହଜାର କଳାକାରଙ୍କୁ ମାସିକ 12ଶହ ଟଙ୍କା ଭତ୍ତା ପ୍ରଦାନ କରିବେ ।

ଆଦିବାସୀ ଉପଦେଷ୍ଟା ପରିଷଦ ଓ ସ୍ବତନ୍ତ୍ର ଉନ୍ନୟନ ପରିଷଦ – ରାଜ୍ୟର 9ଟି ଜିଲ୍ଲା – ମୟୁରଭଂଜ,କେନ୍ଦୁଝର, ସୁନ୍ଦରଗଡ, କନ୍ଧମାଳ, ଗଜପତି,କୋରାପୁଟ, ରାୟଗଡା, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲା ପାଇଁ ଉଦ୍ଦିଷ୍ଟ ଏହି ଯୋଜନାରେ ଆଦିବାସୀ କଳା ଓ ସଂସ୍କୃତିର ବିକାଶ ସହ ସେମାନଙ୍କ ଭାଷାର ସ୍ବାତନ୍ତ୍ରତା ଓ ପରମ୍ପରାର ସଂରକ୍ଷଣ କରାଯିବ ।

ରାଜ୍ୟର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା – ଏହି ଯୋଜନାରେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ସାମିଲ ହୋଇପାରିନଥିବା ପ୍ରାୟ 25 ଲକ୍ଷ ଲୋକଙ୍କୁ ରାଜ୍ୟ ସରକାର ନିଜସ୍ବ ଖାଦ୍ୟ ସୁରକ୍ଷା ଯୋଜନା ଜରିଆରେ ସୁସ୍ଥ ଖାଦ୍ୟ ଯୋଗାଇ ଦେବେ । ଏହାର ଉଦ୍ଦେଶ୍ୟ ହେଉଛି ଓଡିଶାରେ ଅନାହାର ଉପରେ ଅଙ୍କୁଶ ଲଗାଇବା ।

ସବୁଜ ମହାନଦୀ ମିଶନ – ମହାନଦୀର ଉପମୁଣ୍ଡରେ ଛତିଶଗଡ ସରକାର ଏକାଧିକ ବନ୍ଧ ନିର୍ମାଣ କରିଥିବାରୁ ଓଡିଶାରେ ମହାନଦୀରେ ଜଳପ୍ରବାହ ପ୍ରଭାବିତ ହେଉଛି । ଏହାଦ୍ବାର ସଙ୍କଟରେ ଥିବା ମହାନଦୀ ଓ ଏହା ଉପରେ ନିର୍ଭର କରୁଥିବା ଲୋକଙ୍କ ଜୀବନ ଜୀବିକା ପ୍ରଭାବିତ ହେଉଛି । କେନ୍ଦ୍ରରେ ଥିବା ଦଳ ଲୋକଙ୍କ ସହଯୋଗରେ ଆସୁନଥିବା ବେଳେ ନବୀନ କେନ୍ଦ୍ର ବିରୋଧରେ ଲଢେଇ କରିଥିଲେ ।

Share

Leave a Reply

Your email address will not be published. Required fields are marked *

1 × 5 =